ପୁଣି ଶସ୍ତା ହେଲା ସୁନା ଦାମ୍ । ଦେଖନ୍ତୁ ଆଜିର ଦର କେତେ…

Gold Price

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲାଣି ପାର୍ବଣ ଋତୁ । ଦୀପାବଳି ପାଇଁ ପୁଣି ଶସ୍ତା ହେଲା ସୁନା ଦାମ୍ । ୬ମାସରେ ସବୁଠୁ ଅଧିକ କମିଛି ସୁନା, ରୂପା ଦର । ସୁନା, ରୂପା ଦର ସବୁବେଳେ ଯାଞ୍ଚ କରନ୍ତି ଗ୍ରାହକ । କାରଣ ପେଟ୍ରୋଲ, ଡିଜେଲ ଭଳି ସୁନା, ରୂପା ଦାମ ରେ ମଧ୍ୟ ସବୁଦିନ ପରିବର୍ତ୍ତନ ହେଉଥାଏ । ଯଦି ଆପଣ ସୁନା, ରୂପା ସଂସ୍ଥା ଦରରେ କିଣିବାକୁ ଚାହୁଁଛନ୍ତି ତେବେ ବଡ ଖବର ଆସିଛି ।

ସୁନା, ରୂପା ଦର ହ୍ରାସ ପାଇଛି । ପାର୍ବଣକୁ ନେଇ ଗତ ଦୁଇମାସ ମଧ୍ୟରେ ସୁନା ଦରରେ ୨୪୦୦ ଟଙ୍କା ହ୍ରାସ ପାଇଛି । ୬ମାସ ମଧ୍ୟରେ ସୁନା ଦାମ୍ ରେ ସର୍ବୋଚ୍ଚ ହ୍ରାସ ଦେଖିବାକୁ ମିଳିଛି । ଡଲାର ସୂଚକାଙ୍କ ବୃଦ୍ଧି ଏବଂ ବଣ୍ଡ ଅମଳର ବୃଦ୍ଧି ଯୋଗୁଁ ଏପରି ପରିବର୍ତ୍ତନ ଦେଖାଦେଇଛି । ଆଗାମୀ ଦିନରେ କିମ୍ବା ଦୀପାବଳୀ ପୂର୍ବରୁ ସୁନା ଦାମରେ ୨୫୦୦ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି ।

gold

ଦେଶରେ ସୁନା ଦାମ୍ ୫୫,୫୦୦ ଟଙ୍କା ହେଇପାରେ ବୋଲି ଆଲୋଚନା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁନାର ଦାମ ୬ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ବର୍ତ୍ତମାନ ସୁନା ଦାମ୍ ୧୦ଗ୍ରାମ ପିଛା ୫୮,୧୬୦ରେ ପହଞ୍ଚିଛି । ଜୁଲାଇ ୨୭ରେ ଏହା ଦାମ୍ ୧୦ଗ୍ରାମ ପ୍ରତି ୬୦,୪୩୯ଟଙ୍କା ଥିଲା ।

ଅନ୍ୟପକ୍ଷରେ ରୂପା ଦାମ୍ ରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ରୂପା ମୂଲ୍ୟରେ ମଧ୍ୟ ହ୍ରାସ ପାଇଁ ୭୦,୪୯୭ଟଙ୍କା ରେ ପହଞ୍ଚିଛି । ଜୁଲାଇ ୨୭ରେ ରୂପା ଦର କିଲୋଗ୍ରାମ ପିଛା ୭୭,୬୧୧ଟଙ୍କା ଥିଲା । ଏହାର ଅର୍ଥ ରୂପା କିଲୋଗ୍ରାମ ପିଛା ୭ ହଜାର ୧୫୪ଟଙ୍କା ହ୍ରାସ ପାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *