ମାଡି ଆସୁଛି ଏକ ଲଘୁଚାପ । ଏହି ସବୁ ଜଲ୍ଲାରେ ହେବ ପ୍ରବଳ ବର୍ଷା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଛି ଏକ ଲଘୁଚାପ । ତେବେ ଏହି ଲଘୁଚାପ ପ୍ରଭାବରେ ଅଧିକ ମାତ୍ରାରେ ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଆଜିଠାରୁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି ରହିଛି । ମିଆଁମାର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଜିଠାରୁ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପ୍ରବେଶ ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।

ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ତେବେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଇଚ୍.ଆର୍ ବିଶ୍ୱାସ କହିବା ଅନୁଯାୟୀ ଅକ୍ଟୋବର ୧ରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ମାତ୍ର ଏହା ବର୍ଷା ପରିମାଣ ବଢିବ ।

rains

ତେବେ ଏନେଇ ମୟୁରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଭଦ୍ରକ, ଯାଜପୁର, କେଉଁଝର, ସୁନ୍ଦରଗଡ, ଦେଓଗଡ, ସମ୍ବଲପୁର, ବଲାଙ୍ଗିର, ସୂବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରା ବର୍ଷା ସମ୍ଭାବନା । ତେବେ ବାକି ଜିଲ୍ଲା ଗୁଡିକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଏପଟେ ଅକ୍ଟୋବର ୧ରେ ବାଲେଶ୍ଵର , ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେଓଗଡ, କଟକ, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ମୌସୁମୀ ସମୟ ବର୍ଷା ସ୍ଥିତି ଦେଖିବା ତେବେ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ସ୍ୱଭାବିକ ଭାବେ ୧୧୩୫ ମିଲିମିଟର ବର୍ଷା ହେବା କଥା । ମାତ୍ର ଚଳିତ ବର୍ଷ ୧୦୯୯,୨ ମିଲିମିଟର ବର୍ଷା ହୋଇଛି । ଏବେ ସୁଧା ମୌସୁମୀରେ ନିଅଣ୍ଟିଆ ବର୍ଷା ଲାଗି ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *