୨୧ ସେପ୍ଟେମ୍ବର (ଗୁରୁବାର) ଆଜି ଅପରାହ୍ନ ସୁଧା ୧୨ ଜିଲ୍ଲାରେ ପ୍ରବଳ ବର୍ଷା |

12 district

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୨୧ ତାରିଖ ଗୁରୁବାର ଅର୍ଥାତ୍ ଆଜି । ଆଜି ଅପରାହ୍ନ ସୁଧା ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ସେଥିମଧ୍ୟରୁ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ଅର୍ଥାତ୍ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଥିବା ବେଳେ ବାକି ୧୨ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଅର୍ଥାତ୍ ୧୨୦ମିଲିମିଟର ରୁ ୨୦୦ମିଲିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ଉକ୍ତ ୧୨ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣିଂ ବା କମଳା ରଙ୍ଗର ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପଶ୍ଚିମବଙ୍ଗ ଆଉ ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏହା ସକ୍ରିୟ ରହିଛି ।

ଆଉ ଏହି ଲଘୁଚାପଟି ଆସନ୍ତା ଦୁଇଦିନ ମଧ୍ୟରେ ଉତ୍ତର ଓଡ଼ିଶା ଆଉ ଦକ୍ଷିଣ ଝାଡଖଣ୍ଡ ମଧ୍ୟ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବ ପରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ଓ ଅରେଞ୍ଜ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

rains

ତେବେ ଆଜି ସକ୍ରିୟ ଥିବା ଲଘୁଚାପର ପ୍ରଭାବରେ ଆସନ୍ତା ୨୪ଗଣ୍ଟା ମଧ୍ୟରେ ଅର୍ଥାତ୍ ୨୧ତାରିକ ଗୁରୁବାର ଅପରାହ୍ନ ସୁଧା ରାଜ୍ୟର ୧୨ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି ।

ସେସବୁ ଜିଲ୍ଲା ଗୁଡିକ ହେଲା- ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ବଲାଙ୍ଗିର, ବୌନ୍ଧ, ସୋନପୁର, ବରଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଆଉ କେନ୍ଦୁଝର । ଆଉ ଏହି ସମୟ ମଧ୍ୟରେ ବାକି ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *