ମାଡି ଆସୁଛି ଆଉ ୨ଟି ଭୟଙ୍କର ଲଘୁଚାପ । ପାଣିପାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା ।

Alert

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ଉପରକୁ ମାଡି ଆସୁଛି ୨ଟି ଲଘୁଚାପ । ଯାହାର ପ୍ରଭାବରେ ଭଲ ବର୍ଷା ସମ୍ଭାବନା । ଏନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ଜାରି ହେଲା ନୂଆ ରିପୋର୍ଟ । ଆସନ୍ତା କାଲି ଠାରୁ ବର୍ଷାର ପରିମାଣ ବଢିବ । ଏହାଛଡା ୧୯ ତାରିଖରୁ ପୁଣି ଆଉ ଏକ ଲଘୁଚାପ । ମାଡି ଆସୁଛି ୨ଟି ଲଘୁଚାପ । ଫଳରେ ରାଜ୍ୟରେ ଭଲ ବର୍ଷା ହେବ । ଆଉ ଆଜିଯାଏ ରାଜ୍ୟରେ ହୋଇଥିବା ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ସ୍ଥିତି କିଛି ମାତ୍ରାରେ ଭରଣା ହେବ ବୋଲି ଆଶା କରାଯାଉଛି ।

୧୨ ତାରିଖ ମାନେ ଆଜି ଓ ୧୯ ତାରିଖ ଆଡକୁ ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆଜି ଉତ୍ତର ପଶ୍ଚିମ ଓ ସଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବାଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ରାଜ୍ୟରେ ବିଶେଷ କରି ଉପକୂଳ ଓ ସଲଗ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ । ସେହିପରି ଆଜିଠାରୁ ୧୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ।

rain

ଏହାଛଡ଼ା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଡେଲ ରୁ ଜଣା ପଡୁଛି ୧୨ ତାରିଖ ଓ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଦୁଇଟି ଯାକ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଫଳରେ ରାଜ୍ୟରେ ଭଲ ବର୍ଷା ହେବ । ତେବେ ଗତ ଲଘୁଚାପଟି ମଧ୍ୟପ୍ରଦେଶ ଓ ପୂର୍ବ ମହାରାଷ୍ଟ୍ରରେ ଜାରି ରହିଛି । ଏହାର ବାହ୍ୟବଳୟ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବି ରହିଛି । ଫଳରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ।

ଆଉ ୧୩ ତାରିଖରେ ଲଘୁଚାପ ସୃଷ୍ଟି ହେବ । ୧୩ ଆଉ ୧୪ ତାରିଖରେ ଅନେକ ସ୍ଥାନରେ ମଧ୍ୟମ ଧରଣର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଏହାଛଡା ୧୫ ଓ ୧୬ ତାରିଖରେ ବିସ୍ତୃତ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେପ୍ଟେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଆଉ ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହୋଇପାରେ । ଫଳରେ ସାରା ରାଜ୍ୟରେ ବର୍ଷା ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *