ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ର ସରକାରଙ୍କ ତରପରୁ ଆଉ ଏକ ଯୋଜନାର ଶୁଭାରମ୍ଭ ହେଲା ସ୍ୱାଧୀନତା ଦିବସରେ । ଯାହାର ନାମ ହେଉଛି ବିଶ୍ୱକର୍ମା ଯୋଜନା ତେବେ ଏହି ବିଶ୍ୱକର୍ମା ଯୋଜନାର କେଉଁମାନେ ବେନିଫିଟ ଉଠାଇବେ ଏମିତିକି ଏଥିରେ କ’ଣ ସବୁ ଲାଭ ମିଳିବ ଏନେଇ ଜାରି ହେଲା ନୂଆ ସୂଚନା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ମାସ ବିଶ୍ୱକର୍ମା ଜୟନ୍ତୀରେ ବିଶ୍ୱକର୍ମା କୌଶଲ ସମ୍ମାନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଜରିଆରେ ସୁନା, ଲୁହା, ଚମଡା ଓ ଅସ୍ତ୍ରତନ୍ତ୍ର ଭଳି କାରିଗରଙ୍କୁ ମିଳିବ ପ୍ରୋହତ୍ସନ । ଛୋଟ ବ୍ୟବସାୟୀ ଓ କାରିଗରଙ୍କୁ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ତାଲିମ, ଦକ୍ଷତା ବଢାଇବା, ଅତ୍ୟାଧୁନିକ କୌଶଳ ଭଳି ସହାୟତା ଦିଆଯିବ। ସେମାନଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଧରଣର ଶିଳ୍ପ ସହ ଯୋଡିବାର ସୁଯୋଗ ଦେବ ।
ତେବେ କୌଳିକ ବୃନ୍ଧିକୁ ପ୍ରହସନ ପାଇଁ ବିଶ୍ୱକର୍ମା ଯୋଜନା । ଲାଭବାନ ହେବେ ସୁନା, ଲୁହା, ଚମଡା, ହସ୍ତତନ୍ତ୍ର ପରି ପାରମ୍ପରିକ କାରିଗର । ୧୩ ରୁ ୧୫ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ମୋଦି ସରକାର । କୌଳିକ ବୃତ୍ତିରେ ନିୟୋଜିତ କାରିଗରକୁ କରାଯିବ କୁଶଳୀ । ଆର୍ଥିକ ପ୍ରହସନ ଫଳରେ ଗତିଶୀଳ ହେବ ଦେଶର ଅର୍ଥନୀତି । ଜୀବନ ଧାରଣ ପ୍ରଣାଳୀରେ ଉନ୍ନତି ଆଣିବାକୁ ଉଦ୍ୟମ । ପଛୁଆ ବର୍ଗର ଶ୍ରମିକଙ୍କୁ ଆର୍ଥିକ ସହାୟତା ।
ଆଉ ଏହି ବିଶ୍ବକର୍ମା ଯୋଜନା ଆସନ୍ତା ସେପ୍ଟେମ୍ବର ରେ ଆସିବାକୁ ଥିବା ବିଶ୍ୱକର୍ମା ଜୟନ୍ତୀ ଠାରୁ ଲାଗୁ ହେବ ବୋଲି ଏନେଇ ସୂଚନା ଦେଇଛନ୍ତି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକି ଗତ ଅଗଷ୍ଟ ୧୫ରେ ଏନେଇ ମଧ୍ୟ ଘୋଷଣା କରାଯାଇଛି । ପଛୁଆ ବର୍ଗର ଶ୍ରମିକଙ୍କୁ ଆର୍ଥିକ ସହାୟତା ମିଳିବ ଏହି ବିଶ୍ୱକର୍ମା ଯୋଜନା ଅଧିନରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।