ଜାଗା ମିଶନ ଯୋଜନା ରେ ଆସିଲା ବହୁତ ବଡ଼ ଖୁସି ଖବର | ଏବେ ହିଁ ଦେଖନ୍ତୁ…

Jaga Mission

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ଅଧିକାରରେ ଆସିଲା ବଡ ଖୁସି ଖବର । ମୋଟ ୫୧ ହଜାର ଜାଗା ମିଶନ ଜମି ଅଧିକାର ମିଳିଲା । ରାଜ୍ୟ ସରକାରଙ୍କ ଜାଗା ମିଶନ ଶକ୍ତି ଯୋଜନାର ନୂଆ ଅପଡେଟ୍ । ବିଭିନ୍ନ ବାଦ ବିବାଦ ସ୍ୱତ୍ତେ ବିଏମସି ୫୧ ହଜାର ଭୂମି ଅଧିକାର ପ୍ରମାଣ ପତ୍ର ଅର୍ଥାତ୍ ଏଲଆରସି ପ୍ରସ୍ତୁତ କରିଛି ।

୪୭୧ରେ ବସ୍ତିରେ ଥିବା ୧ ଲକ୍ଷରୁ ଉର୍ଧ୍ଧ ପରିବାରକୁ ଏହି ଏଲଆରସି ବଣ୍ଟନ ବଣ୍ଟା ଯିବାକୁ ଯୋଜନା ହୋଇଛି । ବିଏମସି ରେ ବସ୍ତିରେ ଥିବା ଜାଗା ଗୁଡିକୁ ପ୍ରଥମେ ଚିହ୍ନଟ କରି ଏହି ୫୧ ହଜାର ପରିବାରକୁ ଚିହ୍ନଟ କରାଯାଇଛି । ବାକି ବସ୍ତି ଗୁଡିକ ବିଭିନ୍ନ ବିଭାଗର ଜମି ଉପରେ ରହିଛି । ସେହି ଜମି ଗୁଡିକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନାମରେ କରିଦେବା ପାଇଁ ଚିଠି ଲେଖାଯାଇଛି ।

Jaga

୨ଟି ବିଭାଗ ଜମି ହସ୍ତାନ୍ତର କରିସାରିଛନ୍ତି । ସବୁ ଜମି ଆସିଯିବା ପରେ ଦ୍ୱିତୀୟ ଦଫାରେ ବାକି ଏଲଆରସି ବଣ୍ଟା ଯିବ ବୋଲି ଜଣା ପଡିଛି । ତେବେ ଆସନ୍ତା ୨୫ ତାରିଖରେ ବାଣ୍ଟିବା ପାଇଁ ପ୍ରଥମେ ଯୋଜନା ଥିବା ବେଳେ ଏବେ ଏହାକୁ ୨୮ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ମୋଟ ୫୧ ହଜାର ଜାଗା ମିଶନ ଜମି ଅଧିକାର ପ୍ରମାଣ ପତ୍ର ପ୍ରସ୍ତୁତ କରାଯାଇଛି ୨୮ରେ ବଣ୍ଟନ ହେବ ।

ତେବେ ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ୫ହଜାର ଏଲଆରସି ବଣ୍ଟନ କରିବ ବୋଲି ଜଣା ପଡିଛି । ଏନେଇ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାସପାତ ଅନ୍ୟ ବିଧାୟକ ସହ ସ୍ୱଲୋଚନା ଦାସ ଏ ବିଷୟରେ ଆଲୋଚନା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *