ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଣ୍ଡା ଦେବା ପାଇଁ ସ୍ଥାନ ଖୋଜୁଛି ମଣିଷଖିଆ କୁମ୍ଭୀର । ଉପଯୁକ୍ତ ସ୍ଥାନ ନମିଳିବାରୁ ଖାଲି ଏ ନଦୀରୁ ସେ ନଦୀକୁ ଯାଉଛି । ଗୋଟିଏ ସ୍ଥାନରେ ବି ସ୍ଥିର ହୋଇ ରହୁନାହିଁ । ଉପଯୁକ୍ତ ସ୍ଥାନ ନମିଳିବା ପର୍ଯ୍ୟନ୍ତ ଏମିତି ନଦୀକୁ ନଦୀ ଘୂରି ବୋଲିବ କୁମ୍ଭୀର । ଯାଜପୁରରେ ମଣିଷ ମାରି ଖାଇବା ପରେ ଏବେ ଅନ୍ୟ ସବୁ ନଦୀକୁ ଗଲାଣି ଏହି କୁମ୍ଭୀର ।
ଏମିତିକି କେବଳ ସେ ତାର ଅଣ୍ଡା ଦେବା ପାଇଁ ହିଁ ଘୂରି ବୁଲୁଛି । ବ୍ରଜନନ ସମୟ ହୋଇଥିବାରୁ ଶିକାର ମଧ୍ୟ କରୁଛି । ଯାହାକୁ ପାରୁଛି ତାକୁ ଖାଇ ଯାଉଛି । କାହାକୁ ବି ଛାଡୁ ନାହିଁ । କୁମ୍ଭୀର ହେଉ କି ଅନ୍ୟ ସବୁ ପ୍ରାଣୀ ସେମାନଙ୍କୁ ଅଣ୍ଡା କିମ୍ବା ଛୁଆ ଦେବାକୁ ହେଲେ ଉପଯୁକ୍ତ ସ୍ଥାନଟି ଦରକାର । ଯେଉଁଠାରେ ସେ ନିଜ ଛୁଆକୁ ସୁରକ୍ଷିତ କରିପାରିବେ । ସୁରକ୍ଷିତ ସ୍ଥାନରେ ସେ ଅଣ୍ଡା ଦେବେ ।
ମଣିଷ ଖିଆ କୁମ୍ଭୀରକୁ ମିଳିପାରି ନାହିଁ ଉପଯୁକ୍ତ ସ୍ଥାନ । ଯେଉଁଥିପାଇଁ କୁମ୍ଭୀରଟି ସ୍ଥାନ ଖୋଜି ଖୋଜି ଖାଲି ଏ ନଦୀରୁ ସେ ନଦୀକୁ ଯାଉଛି । ସବୁଠାରୁ ବଡ କଥା ହେଉଛି କୁମ୍ଭୀରଟି ଏବେ ଗର୍ଭବତୀ ଥିବାରୁ ସେ ଯେଉଁଠାରେ ବି ଅଣ୍ଡା ଦେବ ସେଠାରେ ସେ ଛୁଆ ଦେବା ପର୍ଯ୍ୟନ୍ତ କୁଆଡେ ବି ଯିବ ନାହିଁ । ସବୁବେଳେ ସେ ତାର ଅଣ୍ଡାକୁ ଜଗି ରହିବ । ଯଦି ଦେଖିବା କୁମ୍ଭୀର ତା ଅଣ୍ଡା ପାଣି ଭିତରେ ନୁହେଁ ପାଣି ବାହାରେ ଶୁଖିଲାରେ ଆସି ଦେଇଥାଏ । ଯେଉଁଥିପାଇଁ ଗାଁ ଲୋକ ଭୟରେ ରହିଛନ୍ତି ।
ଯଦି କୁମ୍ଭୀର ଗାଁ ଭିତରକୁ ଚାଲିଆସେ ତାହାଲେ ଗାଁ ଲୋକଙ୍କ ପାଇଁ ଏହା କାଳ ପାଲଟିଯିବ । ମେ ମାସରୁ ଅଗଷ୍ଟ ମାସ ହେଉଛି କୁମ୍ଭୀର ମାନଙ୍କର ପ୍ରଜନନ ସମୟ । ଯେଉଁ ସମୟରେ ଅଧିକ ଆକ୍ରାମକ ହୋଇଥାନ୍ତି କୁମ୍ଭୀର ମାନେ । ଏହାର କାରଣ ହେଉଛି କୁମ୍ଭୀର ମାନଙ୍କୁ ଅଧିକ ଭୋକ କରେ ଯେଉଁଥିପାଇଁ ସେମାନେ ଅଧିକ ଶିକାର କରନ୍ତି । ଯଦି ଦେଖିବା ଯାଜପୁରରେ ଦେଖାଯାଇଥିବା କୁମ୍ଭୀର ଗର୍ଭବତୀ ଥାଇପାରେ ବୋଲି ବନ ବିଭାଗ କର୍ମଚାରୀ ମାନେ ଆଶା କରିଛନ୍ତି । ଯଦି ଏମିତି ହୁଏ ତାହାଲେ କୁମ୍ଭୀର ଆଗକୁ ଆହୁରି ଜୀବନ ନେଇପାରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।