ସାମନ୍ଥାକୁ ଦେଖି ରାଗରେ ସିନେମା ହଲ ଛାଡିଲେ ନାଗା ।

Samantha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ନାଗା- ସାମନ୍ଥା । ସାମନ୍ଥାକୁ ଦେଖି ସିନେମା ହଲ ଛାଡିଲେ ନାଗା । ସାମନ୍ଥାଙ୍କ ଟ୍ରେଲର ଦେଖି ନାଗା ସିନେମା ହଲ ଛାଡିଥିବା ଚର୍ଚ୍ଚା । ସାଉଥ୍ ଷ୍ଟାର ନାଗା ସାମନ୍ଥାଙ୍କ ଯୋଡିକୁ ଆଜି ଭୁଲି ପାରି ନାହାଁନ୍ତି ଫ୍ୟାନ୍ସ । ଛାଡପତ୍ର ପରେ ନାଗାଙ୍କ ମନରେ ସାମନ୍ଥାଙ୍କ ପ୍ରତି ଭଲ ପାଇବା ଥିବା ଦାବି କରନ୍ତି ନାଗାଙ୍କ ପ୍ରସଙ୍ଗଶକ ।

ତେବେ ବର୍ତ୍ତମାନ ସାମନ୍ଥାଙ୍କ ଫିଲ୍ମ ଖୁସିକୁ ନେଇ ଆଲୋଚନା ଚାଲିଥିବା ବେଳେ ଟ୍ରେଲର ମଧ୍ୟ ବେଶ୍ ଭାଇରାଲ ହେଉଛି । କୁହାଯାଉଛି କି ନାଗା କନଡ ଫିଲ୍ମ ବଏଜ୍ ଫିଲ୍ମ ହଷ୍ଟେଲ ଦେଖିବାକୁ ଯାଇଥିବା ବେଳେ ପ୍ରେଖ୍ୟାଳୟରେ ସାମନ୍ଥାଙ୍କ ଆଗାମୀ ରୋମାଣ୍ଟିକ ଫିଲ୍ମ ଖୁସିର ଟ୍ରେଲର ଚାଲିଥିଲା । ଏହା ଦେଖି ନାଗା ଥ୍ରିଏଟରୁୁ ବାହାରକୁ ଚାଲିଯାଇଥିଲେ । ଏକ ମନୋରଞ୍ଜନ ପୋଟାଲ ଏହି ଦାବି କରିଛି ।

naga

ଏହି ପୋଟାଲ ଦାବି କରିଛି ଯେ ଚୈତନ୍ୟ ଫିଲ୍ମ ବଏଜ୍ ହଷ୍ଟେଲର ପ୍ରଥମ ଭାଗକୁ ଉପଭୋଗ କରିଥିଲେ । ମଧ୍ୟାନ୍ତର ବେଳେ ସାମନ୍ଥାଙ୍କ ଅଭିନତ ଫିଲ୍ମ ଖୁସିର ଟ୍ରେଲର ସ୍କୁ୍ିନରେ ଆସିଥିଲା । ପ୍ରେଖ୍ୟାଳୟର ଅପରେଟର ଏହାକୁ ବନ୍ଦ କରାଇଥିଲେ ବି ନାଗା ଥ୍ରିଏଟରୁୁ ଚାଲି ଯାଇଥିଲେ । ତେବେ ଏହି ଦାବିରେ କେତେ ସତ୍ୟତା ରହିଛି ତାହା ସାମ୍ନାକୁ ଆସିନି ।

ଛାଡପତ୍ର ପରେ ଅଭିନେତ୍ରୀ ସୋବିତା ଧୁବି ପାଲିଙ୍କ ସହ ନାଗାଙ୍କ ନାମ ଯୋଡା ଯିବାରୁ ନାଗା କହିଥିଲେ ମୋର ବ୍ୟକ୍ତିଗତ ଜୀବନ ତଥା ମୋର ବିବାହ ସହିତ ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । କିନ୍ତୁ ଜୀବନର ସେହି ପର୍ଯ୍ୟାୟ ପାଇଁ ମୋ ମନରେ ଅପାର ସମ୍ମାନ ରହିଛି । ହେଲେ ଛାଡପତ୍ର ଯେତିକି କଷ୍ଟ ଦେଇନି ତା ଠୁ ଅଧିକ କଷ୍ଟ ଦେଇଛି ଗଣ ମାଧ୍ୟମରେ ମୋତେ ନେଇ ପ୍ରଚାର କରାଯାଉଥିବା ଗୁଜବ ।

କେବଳ ହେଡଲାଇନ୍ ପାଇଁ ସେମାନେ ମୋର ନାମକୁ ଜଣେ ତୃତୀୟ ବ୍ୟକ୍ତିଙ୍କ ସହିତ ଲିଙ୍କ୍ କରୁଛନ୍ତି ଏବଂ ଅଧିକ କଳ୍ପନା କରୁଛନ୍ତି । ଏହା ପ୍ରକୃତରେ ମୋତେ ବହୁତ ଆଘାତ ଦେଇଛି । ସେହି ତୃତୀୟ ପକ୍ଷର କୌଣସି ଦୋଷ ନଥାଇ ମଧ୍ୟ ତାଙ୍କୁ ଏହି ସମଗ୍ର ପ୍ରସଙ୍ଗକୁ ଟଣା ଯାଉଛି ଯାହା ଘଟିବାର ଥିଲା ଘଟିଲା । ସେମାନଙ୍କୁ ଏ ବିଷୟରେ ଚିନ୍ତା କରିବା ଛାଡିଦେବା ଉଚିତ୍ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *