ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଇକ୍ ପାଇଁ ବଳି ପଡିଗଲା ସ୍ତ୍ରୀ ର ଜୀବନ । ରାତି ପାହିଲେ ଦେଉଥିଲେ ଶାରିରୀକ ନିର୍ଯାତନା । ବିବାହ ବର୍ଷେ ପରେ ଧରା ପଡିଗଲା ସ୍ୱାମୀ ର ଚୋରାପିରତି । ପ୍ରେମ ବିବାହ କରିଥିଲେ ସେଥିପାଇଁ ଯୌତୁକ ନେବା ପାଇଁ ମନା କରିଥିଲେ । କିନ୍ତୁ ବୋହୂ ର ବାପଘର ଲୋକ ସକ୍ଷମ ଅନୁଯାୟୀ ସମସ୍ତ ଜିନିଷ ପତ୍ର ଗରିବ ବାପାଟିଏ ଦେଇଥିଲା ।
ଆଉ ଯେତେବେଳେ ବାହାଘର ସରିଗଲା ବାହାଘର ବାସୀଟୁ ଆରମ୍ଭ ହୋଇଗଲା ନବବଧୂ ପ୍ରତି ଶାରିରୀକ ଓ ମାନସିକ ନିର୍ଯାତନା । ସ୍ୱାମୀ ଡିମାଣ୍ଡ କଲା ବାଇକ୍ ପାଇଁ । ଆଉ ଶାଶୂ ଶଶୁର ସୁନା ଗହଣା ପାଇଁ । ଆଉ ସେସବୁ ନମିଳିବାରୁ ଶେଷରେ ସ୍ତ୍ରୀ ର ଜୀବନ ନେଇଗଲା ସ୍ୱାମୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ପାଟପଡା ପଞ୍ଚାୟତ ଭଉଁରୀ ଗାଁ ରେ ଏକ ବଧୂ ହ-ତ୍ୟା ଅଭିଯୋଗ ଆସିଛି ।
ଚାନ୍ଦବାଲି ଥାନା ଅଧିନ ମାଧବପୁର ପଞ୍ଚାୟତ ବଳସିଂହପୁର ଗାଁ ର ନାରାୟଣ ନାୟକଙ୍କ ଝିଅ ରୁକ୍ମଣୀ ନାୟକ । ଫାଟପଡା ପଞ୍ଚାୟତ ଭଉଁରୀ ଗାଁ ର ଯୁଧିଷ୍ଠିର ନାୟକଙ୍କ ପୁଅ ସତ୍ୟବ୍ରତ ନାୟକଙ୍କୁ ପ୍ରେମ କରୁଥୁଲେ । ଆଉ ଏହାପରେ ୨୦୨୧ରେ ଦୁହିଁଙ୍କର ବିବାହ ମଧ୍ୟ ହୋଇଥିଲା । ପ୍ରଥମେ ପ୍ରଥମେ କିଛି ଯୌତୁକ ନନେବା ପାଇଁ କହିଥିଲେ କିନ୍ତୁ କନ୍ୟାର ଘରଲୋକ ନିଜ ସକ୍ଷମ ଅନୁଯାୟୀ ସମସ୍ତ ଜିନିଷ ଦେଇଥିଲେ ।
ତେବେ ଏହାପରେ ଅଧିକ ଯୌତୁକ ଦାବି କରି ସ୍ୱାମୀ, ଶାଶୁ ଓ ଦିଅର ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ମୃ-ତ୍ୟୁକଙ୍କ ପରିବାର । ତେବେ ସ୍ୱାମୀଙ୍କ ର ପରକ୍ରିୟା ପ୍ରୀତି ମଧ୍ୟ ଚାଲିଥିଲା ଅନ୍ୟ ଜଣେ ଯୁବତୀଙ୍କ ସହ । ଯାହା ସ୍ତ୍ରୀ ଜାଣିପାରିଥିଲେ । ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ବାଦବିବାଦ ।
ପରିବାର ଲୋକ ବୁଝାସୁଝା କରିଥିଲେ । କିନ୍ତୁ ସ୍ୱାମୀ ବୁଝିନଥିଲେ । ଆଉ ଶେଷରେ ସ୍ତ୍ରୀ ର ଜୀବନ ନେବାକୁ ମଧ୍ୟ ପଛାନଥିଲେ । ଯେଉଁ କାରଣରୁ ଏବେ ରୁକ୍ମଣୀଙ୍କ ବାପଘର ପକ୍ଷରୁ ଚାନ୍ଦବାଲି ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ଓ ସାଇନଟିପିକ୍ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।