ରାକ୍ଷୀ ପୂର୍ଣ୍ଣିମା ୩୦ ଅଗଷ୍ଟ ନା ୩୧ ଅଗଷ୍ଟ । ଜାଣନ୍ତୁ କେଉଁ ଦିନ ବାନ୍ଧିବେ ରାକ୍ଷୀ । ରାକ୍ଷୀ ବନ୍ଧନର ଶୁଭ ମୁହୂର୍ତ୍ତ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାଇ , ଭଉଣୀର ପବିତ୍ର ସମ୍ପର୍କ ଠାରୁ ଆଉ ସମ୍ପର୍କ ନାହିଁ। ଆଉ ଯେଉଁ ସମ୍ପର୍କ ଗୋଟିଏ ଡୋରିରେ ବନ୍ଧା ହୋଇଛି ତାହା ହେଉଛି ରାକ୍ଷୀର ବନ୍ଧନ । ଭଉଣୀଟିଏ ତା ଭାଇ ହାତରେ ବାନ୍ଧିଦିଏ ରାଖି । ଆଉ ମାଗେ ତାର ସୁରକ୍ଷା । ଆଉ ମଧ୍ୟ ବଚନ ଦିଏ । ଭଉଣୀ ତୋ ସାରା ଜୀବନର ସୁରକ୍ଷାର ଦାୟୀତ୍ୱ ମୁଁ ନେଉଛି । ୩୦ ଅଗଷ୍ଟ ପୁରା ଦିନ ଆପଣଙ୍କର ପୂର୍ଣ୍ଣିମା ରହୁଛି ।

ଆଉ ପୂର୍ଣ୍ଣିମାର ଆରମ୍ଭ ଆପଣ ଜାଣି ଆନନ୍ଦିତ ହେବେ ଯେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି ୩୦ ଅଗଷ୍ଟ ୨୦୨୩ ସକାଳ ୧୦.୫୮ ରୁ ଆରମ୍ଭ ହୋଇ ତାପର ଦିନ ୩୧ ଅଗଷ୍ଟ ସକାଳ ୭.୪୬ ମିନିଟ୍ ରେ ସମାପ୍ତ ହେବ । ତେଣୁ ଆପଣ ପୁରା ଦିନ ୩୦ ଅଗଷ୍ଟରେ ରାଖି ବାନ୍ଧିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ତେଣୁ ପୂର୍ଣ୍ଣିମା ଯେହେତୁ ରହିଛି ଆପଣ ନିଶ୍ଚିତ ୩୦ ଅଗଷ୍ଟରେ ବାନ୍ଧନ୍ତୁ ରାକ୍ଷୀ ।

rakhi

କିନ୍ତୁ ଏହି ୩୦ ଅଗଷ୍ଟ ଏହି ଭଦ୍ରାକାଳ ରହୁଥିବା ହେତୁ ଆପଣ କ’ଣ କରିବେ । ଭଦ୍ରାକାଳରେ ରାକ୍ଷୀ ବାନ୍ଧିଲେ ଭାଇର ଅମଙ୍ଗଳ ହୋଇଥାଏ । ପୁରାଣରେ ମଧ୍ୟ ଏହି କଥାକୁ ଲେଖା ହୋଇଛି । ଭଦ୍ରାକାଳରେ ଯଦି ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧନ୍ତି ଭାଇର ଅକାଳ ମୃ-ତ୍ୟୁ ହୋଇଥାଏ । ଏହି କଥା ପୁରାଣରେ ଲେଖା ହୋଇଛି । ସୁପର୍ଣ୍ଣାରେଖା ରାବଣ ହାତରେ ଏହି ଭଦ୍ରାକାଳରେ ରାଖି ବାନ୍ଧିଥିଲା । ଆଉ ସେଥିପାଇଁ ଏହି ଅଳ୍ପ ଦିନ ଭିତରେ ରାବଣର ମୃ-ତ୍ୟୁ ହୋଇଥିଲା ।

ଯେହେତୁ ଶନିଙ୍କର ଭଉଣୀ ହେଉଛନ୍ତି ଭଦ୍ରା । ବ୍ରହ୍ମାଙ୍କର ଅଭିସ ପ୍ରାପ୍ତ କରିଥିଲେ । ଭଦ୍ରା ଅହଙ୍କାର ଜଡିତ ହୋଇଥିବା ହେତୁ ବ୍ରହ୍ମା ଅଭିଶାପ ଦେଇଥିଲେ ଭଦ୍ରାଙ୍କୁ । ଯେ ଭଦ୍ରା ଯେତେବେଳେ ତୁମର କାଳ ଚାଲିବ ବା ଭଦ୍ରାକାଳ ଚାଲିବ ସେତେବେଳେ କୌଣସି ଶୁଭ କର୍ମ କରିହେବ ନାହିଁ । ନା ବ୍ରତ ନା କୌଣସି ତୀର୍ଥ ନା ଆଉ କୌଣସି ଭଦ୍ରାକାଳରେ ଶୁଭ କର୍ମ କରିହେବ । ୩୦ ଅଗଷ୍ଟରେ ୧୦.୫୬ ରୁ ଭଦ୍ରାକାଳ ଚାଲିଛି । ଆପଣ ରାକ୍ଷୀ କେମିତି ବାନ୍ଧିବେ । କ’ଣ ଭାଇର ଅକାଳ ବିୟୋଗ ପାଇଁ ରାକ୍ଷୀ ବାନ୍ଧିବେ ।

ବିରକୁଲ୍ ସେମିତି ନୁହଁ । ଭଦ୍ରାକାଳ ପଡୁଛି ସତ କିନ୍ତୁ ଭଦ୍ରାକାଳ ପୃଥିବୀ ଲୋକରେ ନୁହେଁ ବରଂ ପାତାଳ ଲୋକରେ ଭଦ୍ରାକାଳ ପାଳନ କରାଯିବ । ଭଦ୍ରା ଯେଉଁଠାରେ ରୁହେ ସେଠି ଶୁଭ କାର୍ଯ୍ୟ ହୁଏ ନାହିଁ । ତେଣୁ ଭଦ୍ରାକାଳ ବା ଭଦ୍ରାଙ୍କର ବାସ ଏଥର ପାତାଳ ଲୋକରେ ରହିବ । ତେଣୁ ପାତାଳ ଲୋକରେ ବାସ ରହିଥିବା ହେତୁ ଏଥର ଭଦ୍ରାକାଳର ସମୟ ଆମର ଏଠି କୌଣସି ଭଦ୍ରାକାଳର କିଛି ବି ଲାଗୁ ହେବନି ବା ପାଳନ କରାଯିବନି । ତେଣୁ ଆପଣ ରାକ୍ଷୀ ବାନ୍ଧି ପାରିବେ । ସେହି ୩୦ ତାରିଖ ଦିନ ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ହେବ ଆପଣଙ୍କ ପାଇଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *