୨୧ ଅଗଷ୍ଟ ( ଆଜି ନାଗ ପଞ୍ଚମୀ ) ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏହି ଫଳ,୨୪ ଘଣ୍ଟାରେ ଧନର ବର୍ଷା ।

naga panchmi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରାବଣ ମାସ ସରି ଆସୁଛି । ଏଣୁ ଏହି ଶ୍ରାବଣ ମାସରେ ବିଶେଷ ଭାବରେ ମନସା ପଞ୍ଚମୀ ବା ନାଗ ପଞ୍ଚମୀ ଦିନ କୌଣସି ବି ମନବାଞ୍ଛା ନେଇ ଯଦି ଆପଣ ଦେବାଧୀ ଦେବ ମହାଦେବଙ୍କର ଏହି ଫଳକୁ ଅର୍ପଣ କରୁଛନ୍ତି ତାହାଲେ ବହୁତ କମ୍ ଦିନ ଭିତରେ ଆପଣଙ୍କ ସେହି ମନସ୍କାମନା ପୂରଣ ହୋଇପାରିବ ।

ଶ୍ରାବଣ ମାସରେ ଦେବାଧୀ ଦେବ ମହାଦେବଙ୍କୁ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିବାର ଶାସ୍ତ୍ରରେ ବିଧି ରହିଛି । ଏହି ଶ୍ରାବଣ ମାସରେ ଦେବାଧୀ ଦେବ ମହାଦେବଙ୍କୁ ଆମେ କୌଣସି ବି ଦିନ ଅଭିଶେକ କରିପାରିବା । ଶ୍ରାବଣ ମାସରେ ଅଭିଶେକ କରେଇବା ପାଇଁ କୌଣସି ବାରତ, ତିଥି, ନକ୍ଷେତ୍ରର ଆବଶ୍ୟକତା ପଡିନଥାଏ । ଆମେ ଏହି ଶ୍ରାବଣ ମାସରେ ଦେବାଧୀ ଦେବ ମହାଦେବଙ୍କର ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିପାରିବା ।

mahadev

ତେବେ ଦେବ ଦେବ ମହାଦେବଙ୍କର ଅନ୍ୟ ଏକ ନାଁ ରହିଛି ଆଶୁତୋଷ । ଆଶୁ ଅର୍ଥ ଶୀଘ୍ର ତୋଷ । ଅର୍ଥାତ୍ ପ୍ରତ୍ସନ୍ନ ହେବା । ଦେବାଧୀ ଦେବ ମହାଦେବ ଶୀଘ୍ର ପ୍ରତ୍ସନ୍ନ ହୋଇ ଉଠିବାରୁ ଏହାଙ୍କ ନାଁ ରହିଛି ଆଶୁତୋଷ । ଦେବାଧୀ ଦେବ ମହାଦେବଙ୍କୁ ପ୍ରତ୍ସନ୍ନ କରିବା ପାଇଁ ଆମ ମନରେ ସେତିକି ଶ୍ରନ୍ଧା ଏବଂ ସେତିକି ଭକ୍ତି ରହିବା ନିହାତି ଆବଶ୍ୟକ ।

ପ୍ରଥମ କଥା ହେଲା ଶ୍ରାବଣ ମାସ ଚାଲିଅଛି, ଦ୍ୱିତୀୟ କଥା ହେଲା ୨୧ ତାରିଖ ଦିନ ସୋମବାର ରହୁଅଛି, ତୃତୀୟ କଥା ହେଲା ସେଦିନ ମନସା ପଞ୍ଚମୀ, ନାଗ ପଞ୍ଚମୀ ଏବଂ ଜାଗ୍ରତ ଗୌରୀ ପଞ୍ଚମୀ ବ୍ରତ ମଧ୍ୟ ରହୁଅଛି । ଏହିଦିନ ଦେବାଧୀ ଦେବ ମହାଦେବଙ୍କୁ ବିଶେଷ ଭାବରେ ପୂଜା କରିବାର ମହତ୍ୱ ବହୁତ ଉର୍ଧରେ ରହିଅଛି । ସବୁ ବିଧିବାଧାନରେ ଏହି ଦିନ ଦେବାଧୀ ଦେବ ମହାଦେବଙ୍କୁ ପୂଜା କରିବା ଉଚିତ୍ ।

ଆପଣଙ୍କ ସପକ୍ଷ ଅନୁସାରେ ନୈବେଦ୍ୟ ସାମଗ୍ରୀ ଯୋଗାଡ କରିବେ । ତା ସହିତ ଧୂପ, ଦୀପ ଆପଣଙ୍କ ସାମର୍ଥ୍ୟ ଅନୁସାରେ ଏହି ସବୁକୁ ନେଇ ଶିବାଳୟକୁ ଯିବେ । ଏହି ସବୁକୁ ଦେବାଧୀ ଦେବଙ୍କର ସମ୍ମୁଖ ଭାଗରେ ରଖିବେ । ପ୍ରଥମେ ଶ୍ରୀ ଗଣେଶଙ୍କୁ ମନ ଭିତରେ ଚିନ୍ତା କରି ପ୍ରଣାମ କରିବେ । ଗଣେଶଙ୍କୁ ପ୍ରଣାମ କରି ସାରିବା ପରେ କାର୍ତ୍ତିକେୟଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରିବେ । କାର୍ତ୍ତିକେୟଙ୍କୁ ପ୍ରଣାମ କରିସାରିବା ପରେ ମାତା ଭଗବତୀ ମାଁ ପାର୍ବତୀଙ୍କ ପ୍ରଣାମ କରିବେ ।

ତାପରେ ବୃଷବଙ୍କ ପାଖକୁ ଯିବେ । ବୃଷବଙ୍କର ପଛପଟେ ଅଣ୍ଡକୁ ସ୍ପର୍ଶ କରି ଭଗବାନ ଶଙ୍କରଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମ ଅର୍ଜିତ ପାପ ହ୍ରାସ ହୋଇଥାଏ । ଦେବାଧୀ ଦେବ ମହାଦେବଙ୍କୁ ଦର୍ଶନ କରିବାକୁ ହେଲେ ପ୍ରଥମ ବୃଷବଙ୍କର ପଛପଟେ ଉପନୀତ ହୋଇ ବୃଷବଙ୍କ ଅଣ୍ଡକୁ ସ୍ପର୍ଶ କରି ଭଗବାନ ଦେବାଧୀ ଦେବ ମହାଦେବଙ୍କୁ ଦର୍ଶନ କରିବାର ଶାସ୍ତ୍ରରେ ବିଧି ରହିଛି । ବିଶେଷ ଭାବରେ ଏହି ଉପାୟ କରନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *