ଏବେ ଏବେ ଆସିଲା ଆଉ କିଛି ବଡ଼ ଖବର – ଫିଲ୍ମରୁ ବ୍ରେକ୍ ନେବେ ରଜନୀକାନ୍ତ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫିଲ୍ମରୁ ବ୍ରେକ୍ ନେବେ ରଜନୀକାନ୍ତ । ନୂଆ ଫିଲ୍ମରେ ଆଉ କରିବେନି ସାଇନ୍ । ଗତ କିଛିବର୍ଷ ଧରି ଏକ ନିୟମ କରିଛନ୍ତି ଏହି ତାମିଲ୍ ଷ୍ଟାର । ରଜନୀକାନ୍ତ ଜେଲର ରିଲିଜ ପାଇଁ ଆଉ କିଛିଦିନ ବାକି ଅଛି । ନେଲସନ ଦିଲ୍ଲୀପ୍ କୁମାରଙ୍କ ନିର୍ଦ୍ଦେଶକ ଏହି ଫିଲ୍ମ ଅଗଷ୍ଟ ୧୦ରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମକୁ ନେଇ ରଜନୀକାନ୍ତଙ୍କ ପ୍ରସଙ୍ଗସକ ମଧ୍ୟରେ ବହୁତ କ୍ରେଜ୍ ରହିଛି ।

ରଜନୀକାନ୍ତ ମଧ୍ୟ ଏହି ଫିଲ୍ମକୁ ବହୁ ଉତ୍ସାହର ସହିତ ଅପେ୫ କରିଛନ୍ତି । କାରଣ ଏହାପରେ ସେ ଏକ ଗୁରୁତ୍ୱପୂର୍ଣ୍ଣ କାମ କରିବେ । ଜେଲର ରିଲିଜ ହେବା ମାତ୍ରେ ସେ ଫିଲ୍ମରୁ ବିରତି ନେବେ ବୋଲି କୁହାଯାଉଅଛି । ରଜନୀକାନ୍ତଙ୍କ ଫିଲ୍ମ ଜେଲର ୨୫୦କୋଟି ଟଙ୍କାରେ ନିର୍ମିତ ହୋଇଛି । ରଜନୀ ଏହି ଫିଲ୍ମରେ ଆକସନ ଅବତାରରେ ନଜର ଆସିବେ ।

Rajinikanth

ତାଙ୍କ ସହ ଏହି ଫିଲ୍ମରେ ତମନ୍ନା ଭାଟିଆ, ଶିବା ରାଜକୁମାର ଏବଂ ରାମ୍ୟ କୃଷ୍ଣଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହା ବ୍ୟତୀତ ଏଥିରେ ମହଲ ଲାଲକୁ କେମିଓ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମ ଜେଲର ଗୀତ ହିଟ୍ ହୋଇସାରିଛି ଏବଂ ପ୍ରସଙ୍ଗସକ ମାନେ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ରଜନୀକାନ୍ତ ଏହି ଫିଲ୍ମ ରିଲିଜ ହେବା ପରେ ଫିଲ୍ମରୁ ବ୍ରେକ୍ ନେଇଥିବାର ଖବର ରହିଛି ।

ଏହି ବ୍ରେକ୍ ଅଧିକ ଦିନ ହେବ ନାହିଁ । କିନ୍ତୁ ସେ କିଛିଦିନ ଆଉ କୌଣସି ଫିଲ୍ମରେ ସାଇନ୍ କରିବେ ନାହିଁ । ରଜନୀକାନ୍ତ ଗତ କିଛି ବର୍ଷ ଧରି ନିଜ ପାଇଁ ଏକ ନିୟମ କରିଛନ୍ତି । ଏହି ନିୟମ ଅନୁଯାୟୀ ସେ ପ୍ରତ୍ୟେକ ଫିଲ୍ମ ପରେ ଏକ ଆଧ୍ୟାତ୍ମିକ ବିରତି ନେଉଛନ୍ତି । ଆଉ ବୁଲିବାକୁ ଯାଉଛନ୍ତି । ଏଥିରେ ତାଙ୍କୁ ମାନସିକ ଶାନ୍ତି ମିଳେ । ଏବଂ ସିଏ ପୁନର୍ବାର ନୂଆ ଏନର୍ଜି ସହିତ ନିଜ କାମରେ ଜଡିତ ହୋଇଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *