ପୋଷ୍ଟାଲ ରେ ଆସିଲା ନୂଆ ସ୍କିମ୍ । ୨ଲକ୍ଷ ଟଙ୍କା ଜମା କଲେ ମିଳିବ ୯୦ହଜାର ଟଙ୍କାର ସୁଧ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୋଷ୍ଟ ଅଫିସର ସୁପରହିଟ୍ ସ୍କିମ୍ । ୨ଲକ୍ଷ ଟଙ୍କା ଜମା କଲେ ମିଳିବ ୯୦ହଜାର ଟଙ୍କାର ସୁଧ । ଯଦି ଆପଣ ସ୍ତିର ରିଟର୍ଣ୍ଣ ପାଇବାର ବିଶ୍ୱାସ ରଖିଥିବା ନିବେଶକ ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ଅନେକ ଯୋଜନା ଚଳାଉଛି । ଏହି ପୋଷ୍ଟ ଅଫିସର ଯୋଜନା ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଟାଇମ ଡିପୋଜିଟ ।

ଇଣ୍ଡିଆ ପୋଷ୍ଟ ଦ୍ୱାରା ଏହା ଏକ ଉତ୍ତମ ଯୋଜନା ଅଟେ । ତେବେ ଏହି ଯୋଜନାରେ ଜମାକାରୀ ୭.୫ ପ୍ରତିଶତ ପର୍ଯ୍ୟନ୍ତ ବମଫର ସୁଧ ପାଇଥାନ୍ତି । ଏହା ବ୍ୟତୀତ ଏହା ଟେକ୍ସ ସଞ୍ଚୟ କକିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ମୋଟାମୋଟି ଭାବେ କହିବାକୁ ଗଲେ ଯଦି ଆପଣ ଏହି ଯୋଜନାରେ ଏକାଠି ୨ଲକ୍ଷ ଟଙ୍କା ଜମା କରନ୍ତି ତେବେ ଆପଣ ପ୍ରାୟ ୯୦ହଜାର ଟଙ୍କା ସୁଧ ଭାବରେ ପାଇ ପାରିବେ ।

Post office

ଇଣ୍ଡିଆ ପୋଷ୍ଟର ୱେବ୍ ସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ ପୋଷ୍ଟ ଅଫିସ ଟାଇମ୍ ଡିପୋଜିଟ ଆକାଉଣ୍ଟ ୪ଟି ଭିନ୍ନ ପିରିୟଡ ପାଇଁ ଖୋଲାଯାଇ ପାରିବ । ଏହି ଯୋଜନା ଅଧିନରେ ଏକ ବର୍ଷ ପାଇଁ ୬.୮ ପ୍ରତିଶତ , ୨ବର୍ଷ ପାଇଁ ୬.୯ ପ୍ରତିଶତ, ୩ବର୍ଷ ପାଇଁ ୭ପ୍ରତିଶତ ଏବଂ ୫ବର୍ଷ ପାଇଁ ୭.୩୦ ପ୍ରତିଶତ ସୁଧ ଦିଆଯାଉଛି । ସୁଧ ବାର୍ଷିକ ପ୍ରଦାନ କରାଯାଏ ଏବଂ ତ୍ରୟଂମାସିକ ହିସାବ କରାଯାଏ ।

ଏଥିରେ ଆପଣ ସର୍ବନିମ୍ନ ୧ହଜାର ଟଙ୍କା ନିବେଶ କରିପାରିବେ । ତେବେ ପୋଷ୍ଟ ଅଫିସ ଟାଇମ୍ ଡିପୋଜିଟ କାଲକୁଲେଟର ଅନୁଯାୟୀ ଯଦି ଜଣେ ନିବେଶକ ଏହି ଯୋଜନାରେ ୫ବର୍ଷ ପାଇଁ ୨ଲକ୍ଷ ଟଙ୍କା ଜମା କରନ୍ତି ତେବେ ତାଙ୍କୁ ମୋଟ ୮୯,୯୯୦ ଟଙ୍କା ସୁଧ ମିଳିବ । ୫ବର୍ଷ ପୂରଣ ହେବା ପରେ ସେମାନେ ୨ଲକ୍ଷ ଟଙ୍କାର ନିବେଶ ମଧ୍ୟ ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *