ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଷୀଙ୍କୁ ଖୁସି ଦେଇଛି ମିଲେଟ୍ ମିଶନ । ରୋଜଗାରର ପନ୍ଥା ଭାବେ ଏହାକୁ ଗ୍ରହଣ କରିଛନ୍ତି ଚାଷୀ । ପ୍ରୁଷ୍ଟିକର ଖାଦ୍ୟ ଚକ୍ରରେ ପରିବର୍ତ୍ତନ ଆଣିଛି ମିଲେଟ୍ ମିଶନ । ସଫଳତାର ସହ ଆଗେଇ ଚାଲିଛି ଓଡିଶା ମିଲେଟ୍ ମିଶନ । ଚାଷୀଙ୍କ ପାଇଁ ସାଜିଛି ରୋଜଗାର ପନ୍ଥା । ଆଉ ଏହାକୁ ଅନୁକରଣ କରୁଛନ୍ତି ଦେଶର ବିଭିନ୍ନ ରାଜ୍ୟ ।
ବଶେଷ କରି ଓଡିଶାର ଆଦିବାସୀ ଜିଲ୍ଲା ମାନଙ୍କରେ କୃଷି ପରିସ୍ଥିତିକୁ ପରିବର୍ତ୍ତନ କରିବାରେ ଏହା ବେଶ୍ ସକ୍ଷମ ହୋଇଛି । ୨୦୧୭ ମସିହାରେ ଓଡିଶା ସରକାର ଆଦିବାସୀ ଅଞ୍ଚଳରେ ମିଲେଟ୍ ର ପ୍ରଚାର ପାଇଁ ଓଡିଶା ମିଲେଟ୍ ମିଶନ ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହାକୁ ଏକକାଳୀନ ଉତ୍ପାଦନ, ପ୍ରକ୍ରିୟା କରଣ ବ୍ୟବହାର ଏବଂ ମାର୍କେଟିଂ ଉପରେ ଧ୍ୟାନ ଦିଆଯାଇଥିଲା ।
ସବ୍ରତି ଓଡିଶା ମିଲେଟ୍ ମିଶନ ସହଯୋଗରେ ଅନେକ ଚାଷୀ ମାଣ୍ଡିଆ ଚାଷକୁ ରୁଜଗାରର ପନ୍ଥା ଭାବେ ଆପଣେଇଛନ୍ତି । ଯାହାଦ୍ୱାରା ମାଣ୍ଡିଆ ଚାଷ କରିବା ଠାରୁ ଆରମ୍ଭ କରି ମଣ୍ଡିରେ ସଠିକ୍ ମୂଲ୍ୟରେ ବିକ୍ରୀ କରି ଚାଷୀମାନେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ମାଣ୍ଡିଆ ଅତ୍ୱନ୍ତ ପ୍ରୁଷ୍ଟିକର ଶକ୍ତି ଭାବେ ପରିଚିତ ପାଇିଛି । ଏହା ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରୁଷ୍ଟି ଯୋଗାଇଥାଏ ।
କ୍ଷୁଦ୍ର ଏବଂ ଗରିବ ଆଦିବାସୀ ଚାଷୀମାନେ ମିଲେଟ୍ ଚାଷ ସହ ଜଡିତ । ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ଲୋକଙ୍କୁ ପ୍ରୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ମିଲେଟ୍ ମିଶନ ଆରମ୍ଭ କରାଯାଇଛି । ଏହି ମିଶନକୁ ପ୍ରତ୍ସାହିତ କରିବା ପାଇଁ ରାଜ୍ୟ ସରକାର ୫ବର୍ଷ ମଧ୍ୟରେ ୨ହଜାର ୮ଶହ କୋଟି ଟଙ୍କା ବ୍ୟୟ କରିବାର ଲକ୍ଷ୍ୟ କରିଛନ୍ତି । ଓଡ଼ିଶାରୁ ଆରମ୍ଭ ହୋଇଥିବା ମିଲେଟ୍ ଆନ୍ଦୋଳନ ଏବେ କାୟ ବିସ୍ତାର କରିବାକୁ ଆରମ୍ଭ କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।