ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ର ଇନଷ୍ଟାରେ ବଢିଲେ ଫଲୋରର୍ସ । ହେଲେ ସହି ପାରିଲେନି ସ୍ୱାମୀ । ଇନଷ୍ଟାଗ୍ରାମ ପାଇଁ ଇର୍ଷା କରି ମାରିଲେ ସ୍ତ୍ରୀ କୁ । ତେବେ ରବିବାର ଦିନ ୩୭ବର୍ଷୀୟ ଯୁବ ବ୍ୟବସାୟୀ କାର୍ ଭିତରେ ଦୁଇ ପିଲାଙ୍କ ହାତରେ ନିଜ ସ୍ତ୍ରୀ କୁ ତଣ୍ଟି ଚିପି ହୃ-ତ୍ୟା କରିଛନ୍ତି । ଏଭଳି ଚାଞ୍ଛଲ୍ୟକର ଘଟଣା ଉତ୍ତରପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ରେ ଘଟିଛି ।
ତେବେ ଅଭିଯୁକ୍ତ ସ୍ୱାମୀ ଟ୍ରୁ ଟ୍ରବେଲ ଏଜେନ୍ସି ରେ ବ୍ୟବସାୟୀ କରୁଥୁଲେ ଓ ତାଙ୍କ ସ୍ତ୍ରୀ ଥିଲେ ଜଣେ ଗୃହିଣୀ । ଦୁଇ ପିଲାଙ୍କ ସହ ସ୍ୱାମୀ , ସ୍ତ୍ରୀ ଳଖ୍ନୋ ଅନ୍ତର୍ଗତ ବାରା ଅଞ୍ଚଳରେ ବାସ କରୁଥିଲେ । ସ୍ତ୍ରୀକୁ ମାରିବା ପାଇଁ ଅଭିଯୁକ୍ତ ପ୍ରଥମରୁ ଯୋଜନା କରିଥିଲା । ତେବେ ପିଲା ମାନଙ୍କୁ ନେଇ ସେ କାରରେ ସେ ରାଇପୁର ବାହାରିଥିଲେ । ହେଲେ କିଛି ସମୟ ପରେ ଯୋଜନା ମୁତାବକ ସେ ରାସ୍ତା ବଦଳାଇ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ କୁ ଆସିଥିଲେ ।
ଆଉ ସେଠାରେ ବ୍ୟବସାୟୀ ଜଣକ ସେମାନଙ୍କର ବାର ବର୍ଷୀୟ ଝିଅ ଓ ପାଞ୍ଚ ବର୍ଷୀୟ ପୁଅ ସାମ୍ନାରେ ସ୍ତ୍ରୀ କୁ ହ-ତ୍ୟା କରିଥିଲେ । ୧୫ବର୍ଷର ବୈବାହିକ ଜୀବନ ଇନଷ୍ଟାଗ୍ରାମ ଫଲୋରର୍ସ ପାଇଁ ଛାରଖାର ହୋଇଗଲା । ଏବେ ମୃ-ତ୍ୟୁ ମହିଳାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍ କରାଯାଇଛି । ପୋଲିସ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଜାଞ୍ଚ କରିବ ।
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ବ୍ଲକ କରିଦେଇଥିବା ଜଣା ପଡିଛି । ଯେଉଁଥିପାଇଁ ସ୍ୱାମୀ ଜଣକ ହୀନ ମାନ୍ୟତାର ସ୍ୱୀକାର ହୋଇ ଏଭଳି କାଣ୍ଡ ଭିଆଇଛନ୍ତି । ତେବେ ତାଙ୍କ ଅନୁପସ୍ଥିତିରେ ଫଲୋରର୍ସ ସ୍ତ୍ରୀ କୁ ଭେଟିବାକୁ ଘରକୁ ଆସୁଥିବା ବି ସେ ସନ୍ଦେହ କରୁଥୁଲେ । ଯେଉଁଥିପାଇଁ ଦୁହିଁଙ୍କ ମଧ୍ୟରେ ଅନେକଥର ଝଗଡ଼ା ବି ହୋଇଛି ।
ଏପଟେ ସ୍ତ୍ରୀ କୁ ହ-ତ୍ୟା କରିବା ପରେ ଭୟଭୀତ ହୋଇଯାଇଥିଲା ଅଭିଯୁକ୍ତ । ପିଲାଙ୍କ ସହିତ କାରକୁ ଲକ୍ କରି ଭିତରେ ବସି ରହିଥିଲା ଅଭିଯୁକ୍ତ ସ୍ୱାମୀ ଜଣକ । ତେବେ ଅନେକ ସମୟ ଧରି ସନ୍ଦେହ ଜନକ ଅବସ୍ଥାରେ କାର୍ ଟି ଠିଆ ହୋଇଥିବା ଦେଖି ସ୍ଥାନୀୟ ଲୋକେ ଥାନାକୁ ସୂଚନା ଦେଇଥିଲେ । ପୋଲିସ୍ ପହଞ୍ଚିବା ପରେ ଝିଅ ଠାରୁ ବୟାନ ନେଇ ଅଭିଯୁକ୍ତକୁ ଏବେ ଗିରଫ କରିଛି ପୋଲିସ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।