ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏସବିଆଇ ଗ୍ରାହକ ମାନଙ୍କ ପାଇଁ ବଡ ଖୁସି ଖବର । ଯଦି ଆପଣଙ୍କ ର ଏସବିଆଇ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖାତା ରହିଛି ତେବେ ଜାଣି ରଖନ୍ତୁ ଏସବିଆଇ ବ୍ୟାଙ୍କ ତରଫରୁ ଆପଣଙ୍କୁ ମିଳିବାକୁ ଯାଉଛି ଆଉ କିଛି ଅଧିକ ବେନିଫିଟ । ଏନେଇ ଏସବିଆଇ ନିଜେ ଟୁଇଟ ଯୋଗେ ସୂଚନା ଜାରି କରିଛି ।
ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ସ୍ୱତନ୍ତ୍ର ଏଫଡି ଯୋଜନା ଅମୃତକଳ ସ୍କିମ୍ ରେ ପୁଞ୍ଜି ନିବେଶର ସମୟ ସୀମାକୁ ପୁଣିଥରେ ବୃନ୍ଧି କରିଛି । ଅଗଷ୍ଟ ୧୫ରେ ଏହା ଶେଷ ହେବାକୁ ଥିବା ବେଳେ ଏବେ ଏହା ଡିସେମ୍ବର ୩୧ଯାଏ ଚାଲିବ । ଫଳରେ ଗ୍ରାହକ ମାନେ ଏହି ସ୍ୱତନ୍ତ୍ର ଯୋଜନାର ଧାର୍ଯ୍ୟ ସମୟସୀମା ମଧ୍ୟ ରେ ବିନିଯୋଗ କରିବାକୁ ସକ୍ଷମ ହେବେ ।
ବ୍ୟାଙ୍କ ର ୱେବ୍ ସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ ୪୦୦ ଦିନର ଏହି ଏଫଡି ଯୋଜନାରେ ସର୍ବାଧିକ ୭.୬୦ ପ୍ରତିଶତ ସୁଧ ହାର ଦିଆଯାଉଛି । ୨୦୨୩ ଏପ୍ରିଲ ୧୨ରୁ ଏହି ନୂତନ ହାର ଲାଗୁ ହୋଇଛି । ତେବେ ଏହି ଯୋଜନା ଅଧିନରେ ଗ୍ରାହକ ମାନେ ମ୍ୟାଚୁରିଟି ଉପରେ ସୁଧ ଟଙ୍କା ପାଇଥାନ୍ତି । ଡିପୋଜିଟ ପରିମାଣ କାଟିବା ପରେ ବ୍ୟାଙ୍କ ସୁଧ ରାଶିକୁ ଏଫଡି ଆକାଉଣ୍ଟ କୁ ସ୍ତାନାନ୍ତର କରେ ।
ଯଦି କେହି ୪୦୦ଦିନ ପୂର୍ବରୁ ଜମା ରାଶି ପ୍ରତ୍ୟାହାର କରିବାକୁ ଚାହାଁନ୍ତି ତେବେ ସେ ୦.୫୦ ପ୍ରତିଶତରୁ ୧ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ଦେଇ ପ୍ରତ୍ୟାହାର କରିପାରିବେ । ଏହି ଯୋଜନାରେ ବିନିଯୋଗ କରିବାର ଅନ୍ୟ ଏକ ସୁବିଧା ହେଉଛି ଯେ ଗ୍ରାହକ ମାନେ ଜମା ରାଶି ବିରୋଧରେ ଋମର ସୁବିଧା ମଧ୍ୟ ପାଇପାରିବେ ।
ତେବେ ଯାହାକି ବଡ ଅପଡେଟ୍ ମୁତାବକ ଏସବିଆଇ ରେ ଏକ ଏଫଡି ସ୍କିମ୍ ରହିଛି ଯାହାର ନାମ ହେଉଛି ଅମୃତକଳ ଯୋଜନା । ଯାହା ମଧ୍ୟ ୪୦୦ ଦିନ ର ରହିଥାଏ । ଆଉ ଏହାର ଡେଟ୍ ଶେଷ ହେବା ପରେ ପୁଣି ଆଉ ଥରେ ମଧ୍ୟ ଏକ୍ସଟେମ କରିଛି ଏସବିଆଇ। ଅର୍ଥାତ୍ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଏହି ଆକାଉଣ୍ଟ କୁ ଆପଣ ଉପନ କରିପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।