ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥୁବା ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଆଉ କିଛି ବଡ ଖବର । ଯାହା ଆପଣ ସମସ୍ତେ ଜାଣି ରଖିବା ଜରୁରୀ । ଏନେଇ ସରକାର ତରଫରୁ ଜାରି ହେଲା ବଡ ଘୋଷଣା । ଆସନ୍ତା ୧ ରୁ ୧୫ ତାରିଖ ଯାଏ ବିଦ୍ୟାଳୟ ଗୁଡିକରେ ସ୍ୱଛତା ପକ୍ଷ ପାଳନ କରାଯିବ । ତେବେ ଏହି ସ୍ୱଛତା ପକ୍ଷରେ ବିଦ୍ୟାଳୟ ଗୁଡିକରେ ସ୍ୱଛତା, ପରିମଳ ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ।
ତେବେ ଏହି କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ସ୍ତରରେ ହେବାକୁ ଥିବା ଖର୍ଚ୍ଚ ବିଏପି ଦ୍ୱାରା ମଞ୍ଜୁରୀ ହୋଇଥିବା କମ୍ପଜିଟ୍ ସ୍କୁଲ ଗ୍ରାଣ୍ଡର ୧୦ପ୍ରତିଶତରୁ ହେବ । ତେବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୬ରୁ ସ୍ୱଛତାପକ୍ଷ ପାଳିତ ହୋଇ ଆସୁଛି । ତେବେ ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସ୍ୱଛତାପକ୍ଷ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ବିଦ୍ୟାଳୟ ଗୁଡିକରେ ସ୍ୱଛତା ପରିମଳ କ୍ଷେତ୍ରରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଗୋଷ୍ଠୀର ସଂପ୍ରୁକ୍ତ ରହିବ ।
ତେବେ ୧ତାରିଖ ସ୍ୱଛତା ଶପଥ ଦିବସରେ ସମସ୍ତ ବିଦ୍ୟାଳୟ ଏବଂ କାର୍ଯ୍ୟାଳୟରେ ଶପଥ ଗ୍ରହଣ କରାଯିବ । ତେବେ ସ୍କୁଲର ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମଚାରୀ ପରିସ୍କାର ପରିଛ୍ଛନତା ପାଇଁ ଏହି ଶପଥ ନେବେ । ତେବେ ସେପ୍ଟେମ୍ବର ୬ତାରିଖରେ ଜନ୍ମାଷ୍ଟମୀ ପାଇଁ ଛୁଟି ରହୁଥିବାରୁ ଏହି ଦିବସ ପାଇଁ ଧାର୍ଯ୍ୟ କାର୍ଯ୍ୟକ୍ରମ ଏହାର ପୂର୍ବଦିନ ୪ ରୁ ୫ତାରିଖରେ କାର୍ଯ୍ୟକ୍ରମ ସହ ଅନ୍ତର୍ଭୁକ୍ତ ହୋଇଛି ।
ତେବେ ବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା କରାଯିବ । ପ୍ରତିଯୋଗିତା ଶେଷ ହେବା ପରଦିନ ପ୍ରତ୍ୟେକ ଜିଲ୍ଲାରେ ଶ୍ରେଷ୍ଠ ତିନି ପ୍ରବନ୍ଧଙ୍କ ସ୍ଲୋଗାନ, କୁଇଜ, ପେଣ୍ଟିଂ ଆଦି ଦାଖଲ କରାଯିବ । ତେବେ ଯାହାକି ବଡ ଅପଡେଟ୍ ମୁତାବକ ସେପ୍ଟେମ୍ବର ୧ରୁ ସ୍ୱଛତାପକ୍ଷ ଶପଥ ନେବେ ଛାତ୍ରଛାତ୍ରୀ ଓ କର୍ମଚାରୀ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।