ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥୁବା ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଆଉ କିଛି ବଡ ଖବର । ଏହାଛଡା +୨ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ସୂଚନା । ୨୦୨୪ ନିର୍ବାଚନ ବର୍ଷ ସେହି ସମୟରେ ମ୍ୟାଟ୍ରିକ ଓ +୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇ ଆସୁଥିବାରୁ ଆସନ୍ତା ବର୍ଷ ଫେବୃଆରୀ ୧୪ରୁ +୨ ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି ସିଏଚଏସି କତ୍ତୃପକ୍ଷ ।
ବଡକଥା ସବୁଠାରୁ ୬ମାସ ଆଗରୁ ପରୀକ୍ଷା ତାରିଖ ଘୋଷଣା ହୋଇଥିବାରୁ ପରୀକ୍ଷାର୍ଥୀ ଖୁସି । ତେବେ ସିଏଇଚଏସି ଶ୍ରୁଙ୍ଖଳିତ ପରୀକ୍ଷା ନେଇ ଯୋଜନା କରୁଥୁବା ବେଳେ କେ ପୁରାଇଛନ୍ତି ଆନ୍ଦୋଳନରେ ପୁରାଇଛନ୍ତି ଅଧ୍ୟାପକ । ଦାବି ପୂରଣ ନହେଲେ ନିର୍ବାଚନ ବର୍ଷରେ ପରୀକ୍ଷା ବର୍ଜନ କରିବେ ବୋଲି ଏବେଠାରୁ ଚେତାବନୀ ଦେଲେନି । ମ୍ୟାଟ୍ରିକ ପରେ +୨ ୬ମାସ ପୂର୍ବରୁ ଘୋଷଣା ହେଲା ତାରିଖ । ଫେବୃଆରୀ ୧୪ରୁ ମାର୍ଚ୍ଚ ୧୩ଯାଏ ହେବ ପରୀକ୍ଷା ।
ନିର୍ବାଚନ ବର୍ଷରେ ଶ୍ରୁଙ୍ଖଳିତ ପରୀକ୍ଷା ଲାଗି ସିଏଇଚଏସି କିଛି ଏଭଳି ପ୍ରସ୍ତୁତ କରିଛି । ତବେେ ପ୍ରଥମ ଥର ଲାଗି ଉଚ୍ଚ ମାଧ୍ଯମିକ ଶିକ୍ଷା ପରିସର ୬ମାସ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରି ପରୀକ୍ଷାର୍ଥୀଙ୍କ ଦ୍ୱନ୍ଦ ଦୂର କରିଛି । ପ୍ରତିବର୍ଷ ମାର୍ଚ୍ଚରେ +୨ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ସାଧାରଣ ନିର୍ବାଚନ ଲାଗି ଆସନ୍ତାବର୍ଷ ଆଗୁଆ ଭାବେ ଫେବୃଆରୀ ରେ ପରୀକ୍ଷା ହେବ ।
ତେବେ ପରିଶୋଧ କହିବା ଅନୁଯାୟୀ ସିବିଏସି ଭଳି ଠିକ୍ ସମୟରେ ପରୀକ୍ଷା କରି ରେଜଲ୍ଟ ପ୍ରକାଶ ଉଦ୍ଦେଶ୍ୟରେ ପରିଶୋଧ ଏହି ନିଷ୍ପତ୍ତି ନେଇଛି । ଏହାଦ୍ୱାରା ଛାତ୍ରଛାତ୍ରୀ ବେଶ୍ ଉପକୃତ ହେବେ । କିନ୍ତୁ ୬ମାସ ହେବ ଅଧ୍ୟାପକ ମାନେ ଭୁବନେଶ୍ୱର ମହତ୍ମାଗାନ୍ଧୀ ମାର୍ଗରେ ଆନ୍ଦୋଳନରେ ବସିଥିଲେ ବି ସରକାର ଦାବି ଶୁଣୁ ନାହାଁନ୍ତି ।
ଏଥର ସରକାର ସଂଘକୁ ପ୍ରତିଶ୍ରୁତି ଦେଇ ପରୀକ୍ଷା କରାଇନେଲେ କିନ୍ତୁ ଦାବି ପୂରଣ ନହେଲେ ଆସନ୍ତା ବର୍ଷ ପରୀକ୍ଷାରେ ସହଯୋଗ କରିବାର ପ୍ରଶ୍ନ ଉଠୁନି ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଅଧ୍ୟାପକ । ନିର୍ବାଚନ ବର୍ଷରେ ପରୀକ୍ଷା ପରିଚାଳନା ସିଏଇଚଏସି ପାଇଁ ଚ୍ୟାଲେଞ୍ଜ । ଅପରପକ୍ଷେ ଅସନ୍ତୁଷ୍ଟ ଅଧ୍ୟାପକଙ୍କୁ ଏବେଠୁ ନମନାଇଲେ ହୁଏତ ଏହା ପରୀକ୍ଷା ପରିଚାଳନାରେ ବାଧକ ହୋଇପାରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।