ବଡ଼ ଖବର ସ୍କୁଲ ଛାତ୍ରଛାତ୍ରୀ ପାଇଁ | ଆସନ୍ତା ୧୬ତାରିଖରୁ ସମସ୍ତ ସ୍କୁଲ ଛୁଟି |

school 16

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୧୬ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ଫେଡେରେସନ । ଆସନ୍ତା ୧୬ତାରିଖରୁ ତାଲା ପଡିବ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ । ତେବେ ଏବେ ଏବେ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଜାରି ହେଲା ଆଉ କିଛି ବଡ଼ ଅପଡେଟ୍ । ଆସନ୍ତା ୧୬ତାରିଖରୁ ତାଲା ପଡିବ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ । କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମର ଛୋଟିରେ ଯିବା ପାଇଁ ରାଜ୍ୟ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି ।

ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ ଥାରବେଳ ନଗର ଭୁବନେଶ୍ୱରର ଆହ୍ୱାନକ୍ରମେ ଆଜି ରାଜ୍ୟର ସମସ୍ତ ବ୍ଲକରେ ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ନୟାଗଡ଼ ବ୍ଲକର କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଠାରେ ୫୦୦ ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷତ୍ରୀ ଏକତ୍ରୀତ ହୋଇ ଏକ ବିଶାଳ ରାଲୀରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ ।

school

ତେବେ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ବିପିନ ବିହାରୀ ଦାସକ ପୌରାତ୍ୟରେ ଆଯୋଜିତ ଏହି ସଭାରେ ଶିକ୍ଷକମାନେ ୬ବର୍ଷର ଠିକା ନିଯୁକ୍ତିକୁ ଉଚ୍ଚ୍ଛେଦ କରିବା ସହ ଏକ୍ସ କ୍ୟାଡର, କ୍ରୀଡା ଏବଂ କଳା ଶିକ୍ଷକ ମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଏବଂ ନୂତନ ପେନସନ୍ ବ୍ୟବସ୍ଥାକୁ ଉଛ୍ଚେଦ କରି ପୂରୁଣା ପେନସନ୍ ଆଦି ପ୍ରଚଳନ କରିଥିଲେ ।

ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଗ୍ରହଣ କରିଥିଲେ । ତେବେ ସୂଚନା ଯୋଗ୍ୟ ଯେ ଆସନ୍ତା ୧୧ତାରିଖରେ ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରାଯିବ ।

ଏହି ସମୟ ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଆସନ୍ତା ୧୬ତାରଖରୁ ସମର ଛୋଟିରେ ଯିବା ସହିତ ରାଜ୍ୟର ସ୍ତରରେ ହେବାକୁ ଥିବା ଦୁର୍ବାର ଆନ୍ଦୋଳନରେ ସାମିଲ୍ ହେବା ପାଇଁ ସରକାରକୁ ଦୃଢ ଚେତାବନୀ ଦେଇଛନ୍ତି । ତେବେ ଯାହାକି ବଡ ଅପଡେଟ୍ ମୁତାବକ ଆସନ୍ତା ୧୬ତାରିଖରୁ ତାଲା ପଡିବାରେ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *