ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏସବିଆଇ ଗ୍ରାହକ ମାନଙ୍କ ପାଇଁ ବଡ ଖୁସି ଖବର। ଯଦି ଆପଣଙ୍କର ମଧ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାତା ଅଛି ତେବେ ଜାଣି ରଖନ୍ତୁ ଆପଣଙ୍କୁ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା । ଏଣିକି ପାସ୍ ବୁକ୍ ଦରକାର ନାହିଁ ଆଧାରକାର୍ଡ ରେ ଗ୍ରାହକଙ୍କୁ ମିଳିବ ସବୁ ସୁବିଧା । ଦେଶର ସର୍ବୋବ୍ରୁହତ ବ୍ୟାଙ୍କ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଏସବିଆଇ ତାର କୋଟି କୋଟି ଗ୍ରାହକଙ୍କ ପାଇଁ ନେଇ ଆସିଛି ଏକ ବଡ ଖୁସି ଖବର । ଏସବିଆଇ ନିକଟରେ ନୂଆ ସ୍କିମ୍ ଲଞ୍ଚ କରିଛି । ଏହି ସ୍କିମ ମାଧ୍ୟମରେ ଗ୍ରାହକ ମାନେ ସାମାଜିକ ସୁରକ୍ଷା ଯୋଜନାର ଫାଇଦା ଉଠାଇ ପାରିବେ ।
ପୂର୍ବ ପରି ପାର୍ସବୁକ୍ ର ଆଉ ଆବଶ୍ୟକତା ପଡିବ ନାହିଁ । ଗ୍ରାହକ ମାନେ ଏଣିକି ଆଧାରକାର୍ଡ ମାଧ୍ୟମରେ ଏହି ସବୁ ଯୋଜନାର ନାମାଙ୍କନ କରିପାରିବେ । ଏସବିଆଇର ଗ୍ରାହକ ସେବା ପଏଣ୍ଟ ବା ସିଏସବି ମାନଙ୍କରେ ଏହି ସବୁ ସୁବିଧା ମିଳିପାରିବ । ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ବ୍ୟାଙ୍କର ଅଧକ୍ଷ ଦିନେଶ ଖାରା ସୂଚନା ଦେଇଛନ୍ତି ।
ଏହି ସ୍କିମ ମାଧ୍ୟମରେ ଗ୍ରାହକ ମାନେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନସନ ଯୋଜନାରେ ଏମ୍ ରୋଲ କରିପାରିବେ । ଏଥିପାଇଁ ସେମାନଙ୍କୁ ପାର୍ସବୁକ୍ ନେବାର ଆବଶ୍ୟକତା ପଡିବନି । ପ୍ରପଟି, ସ୍ୟାଭିଂ, ଶାଖା, ଗ୍ରାହକ, ଓ କର୍ମଚାରୀ କ୍ଷେତ୍ରରେ ଏସବିଆଇ ଦେଶର ସବୁଠାରୁ ବଡ ବାଣିଜ୍ୟକ ବ୍ୟାଙ୍କ ।
ତେବେ ଗତ ଜୁନ୍ ମାସ ସୁଧା ବ୍ୟାଙ୍କ ର ଡିପୋଜିଟ ୪୫.୩୧ ଲକ୍ଷ କୋଟି ଟଙ୍କା ରହିଥିଲା । ସେହିପରି ହୁମ୍ ଲୋନ୍ କ୍ଷେତ୍ରରେ ବ୍ୟାଙ୍କର ମାର୍କେଟ ସେୟାର ୩୩.୪ ପ୍ରତିଶତ ଥିବା ବେଳେ ଅଟୋ ଲୋନ୍ ରେ ୧୯.୫ ପ୍ରତିଶତ ରହିଛି । ତେବେ ଯାହାକି ବଡ ଅପଡେଟ୍ ମୁତାବକ ଏହି ସମସ୍ତ କାମ ପାଇଁ ଏଣିକି ଆପଣଙ୍କୁ ଆଉ ଦରକାର ପଡିବନି ପାର୍ସବୁକ୍ । ଆପଣ ଆଧାରକାର୍ଡରେ ସମସ୍ତ ସୁବିଧା ପାଇଁ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।