ରାକ୍ଷୀ ପୂର୍ଣ୍ଣିମା ରେ କେଉଁ ଦିଗକୁ ମୁହଁ କରି ରାକ୍ଷୀ ବାନ୍ଧିବେ ଏବଂ କେଉଁ ସମୟରେ ରାକ୍ଷୀ ବାନ୍ଧିବେ ଦେଖନ୍ତୁ…

Raksha Bandhan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଦୁ ପାଞ୍ଜି ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ହେଲେ ଏଥର ଦୁଇଦିନ ହେବ ପାଳନ । ଶାସ୍ତ୍ର ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଭଦ୍ରାକାଳରେ ପାଳନ କଲେ ତାହା ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ରାକ୍ଷୀକୁ ୩୦ ଅଗଷ୍ଟ ରାତି ୯.୦୨ ମିନିଟ୍ ରେ ସମୟରେ ନିଜର ଭାଇକୁ ବାନ୍ଧି ପାରିବେ । ନଚେତ୍ ୩୧ ଅଗଷ୍ଟ ସକାଳ ୭.୦୫ ମିନିଟ୍ ପୂର୍ବରୁ ବାନ୍ଧିବାକୁ ହେବ ।

ତେବେ ରାକ୍ଷୀ ପୂର୍ଣ୍ଣିମାରେ ଆପଣଙ୍କ ପୂଜା ଥାଳିରେ ଧୂପ , ଦୀପ ରଖିବା ନିହାତି ଆବଶ୍ୟକ । ଏହାଛଡା ସେଥିରେ ଚାଉଳ, ମୁଠା ଆଉ ଭାଇଙ୍କୁ ଯେଉଁ ରାଖି ବାନ୍ଧିବେ ସେହି ରାକ୍ଷୀ ରଖିବେ । ଯଦି ଆପଣଙ୍କ ଘରେ ବାଲ ଗୋପାଲଙ୍କ ମୃତି ଅଛି ତେବେ ଆପଣ ତାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ପାରିବେ ।

rakhi

ତେବେ ରାକ୍ଷୀ ପୂର୍ଣ୍ଣିମା ସକାଳୁ ଉଠି ନିତ୍ୟକ୍ରମ ସାରିବା ପରେ ମନ୍ଦିର ଯାଆନ୍ତୁ ଏବଂ ପରେ ମନ୍ଦିର ପୂଜା ଅର୍ଚ୍ଚନା କରିବା ପରେ ଆପଣ ରୂପା କିମ୍ବା ପିତ୍ତଳ ଥାଳିରେ ଚନ୍ଦନ ସିନ୍ଦୁର ଚାଉଳ ଏମିତିକି ରାକ୍ଷୀ ଦ୍ୱୀପ ଆଦି ରଖନ୍ତୁ ଏହି ଥାଳି ପ୍ରଥମେ ଭଗବାନଙ୍କୁ ସମର୍ପଣ କରନ୍ତୁ । ଏହାପରେ ଶ୍ରୀକୃଷ୍ଣଙ୍କୁ ଗୋଟିଏ ରାଖି ବାନ୍ଧନ୍ତୁ ।

ଭଗବାନଙ୍କୁ ରାକ୍ଷୀ ବାନ୍ଧିଲା ପରେ ଶୁଭ ସମୟ ଦେଖି ନିଜ ଭାଇକୁ ଉତ୍ତର ପଟ ଦିଗକୁ ମୁଖ କରି ବସାଇ ରାକ୍ଷୀ ବାନ୍ଧନ୍ତୁ । ଧ୍ୟାନ ରଖନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଆପଣ ଦୁଇ ଜଣକ ମୁଖ କୌଣସି କପଡାରେ ଢାଙ୍କି ହୋଇନଥିବ ଯେମିତି ଧ୍ୟାନ ରଖିବେ । ରାକ୍ଷୀ ବାନ୍ଧିଲା ପରେ ଘରେ ଥିବା ବଡ଼ ଲୋକଙ୍କ ଆଶୀର୍ବାଦ ନେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *