୭ ଦିନ ପରେ ମିଳିଲା ପ୍ରମାଣ , ପରକୀୟା ପ୍ରୀତି ପାଇଁ ଶାଶୁର ଗଳା କାଟିଥିଲା ବୋହୂ !

bahu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶଜ୍ୟାଶାୟୀ ବୃନ୍ଧାଙ୍କୁ ହାଣି ହ-ତ୍ୟା କରିଥିଲା ବୋହୂ । ଆଉ ବର୍ତମାନ ବୋହୂ ବୈଶାଖୀ ପଲ୍ଲେଇଙ୍କ ବିରୋଧରେ ଠୋସ ପ୍ରମାଣ ମିଳିବା ପରେ ଗିରଫ କରିଛି ପୋଲିସ । ପରକ୍ରିୟା ପ୍ରୀତି ରୁ ହ-ତ୍ୟା କରାଯାଇଥିବା ନେଇ ମିଳିଲା ଠୋସ ପ୍ରମାଣ । ଘଟଣାର ଆଠଦିନ ପରେ ଲାଟିନ ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୋଲିସ୍ ।

ହ-ତ୍ୟାର ବ୍ୟବହୃତ ଛୋରି ଖୁଜିବା ପାଇଁ ଲାଟିନ୍ ଟାଙ୍କୁ ସଫା କରିଥିଲା ପୋଲିସ । କାରଣ ହ-ତ୍ୟା କାଣ୍ଡ ପରେ ବୈଶାଖୀ ଲାଟିନ କୁ ହାତ ଧୋଇବାକୁ ଯାଇଥିଲେ । ଆଉ ଯାହା ପରେ ବିଭିନ୍ନ ଆଡୁ ତଦନ୍ତ କରି ଏବେ ମଦା ପଲ୍ଲେଇଙ୍କ ହ-ତ୍ୟା କାରୀଙ୍କୁ ଗିରଫ କରିଛି ପୋଲିସ । ମୃ-ତ ମଦା ପଲ୍ଲେଇଙ୍କ ଘର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରକଣରେ ।

bahu 1

ସୂଚନା ଅନୁଯାୟୀ ସବୁଦିନ ଭଳି ଗତ ମଙ୍ଗଳବାର ମୃ-ତ୍ୟୁ ମଦାଙ୍କ ବଡ ପୁଅ ରବିନ୍ଦ୍ର ଗାଡି ଚଳାଇବା ପାଇଁ ଘରୁ ବାହାରି ଯାଇଥିଲେ । ପତ୍ନୀ ବୈଶାଖୀ ସାନ ଭାଇ ମଣ୍ଟୁ ଓ ମାଆ ମନ୍ଦା ଘରେ ଥିଲେ । ରାତି ପ୍ରାୟ ୭.୩୦ ସମୟରେ ମଣ୍ଟୁ ମାଆଙ୍କ ଔଷଧ ଆଣିବା ପାଇଁ ନିକଟସ୍ଥ ମେଡିସିନ ଷ୍ଟୋରକୁ ଯାଇଥିଲେ । ସେ ଔଷଧ ନେଇ ଫେରିବା ବେଳକୁ ମାଆ ରକ୍ତ ଜୁଡୁବୁଡୁ ହୋଇ ବିଛଣାରେ ପଡିଥିବା ବେଳେ ବୋହୂ ଚଟାଣରେ ସଂଜ୍ଞାହୀନ ହୋଇ ପଡିଥିଲେ ।

ମାଆ ଓ ଭାଉଜଙ୍କ ଅବସ୍ଥା ଦେଖି ମଣ୍ଟୁ ଚିତ୍କାର କରି ପାଖ ପଡୋଶୀ ମାନଙ୍କୁ ଡାକିଥିଲେ ପଡୋଶୀ ମାନେ ଘଟଣା ସ୍ଥଳକୁ ଧାଇଁ ଆସିବା ସହ ଭରତପୁର ଥାନାକୁ ଫୋନ୍ କରିଥିଲେ । ଖବର ପାଇ ଭରତପୁର ଥାନା ପୋଲିସ ସାଇଟିଫିକ୍ ଟିମ୍ ସହ ସେଠାରେ ପହଞ୍ଚିଥିଲେ । ତେବେ ଏହାପରେ ବସ୍ତି ବାସିନ୍ଦା ମାନେ କହିଥିଲେ ଯେ ମଣ୍ଟୁ ଠାରୁ ପାଟି ଶୁଣିବା ପରେ ସେଠାକୁ ଯାଇଥିଲେ ଆଉ ହ-ତ୍ୟା କାଣ୍ଡ ବାବଦରେ ଜାଣିଥିଲେ ।

ଏମିତିକି ସେମାନଙ୍କ ଘରେ କେହି ବି ଦୃବୁତ୍ତ ପଶିଥିବା କି ବାହାରିଥିବା ର ସେମାନେ ଦେଖି ନଥିଲେ । ତେଣୁ ସଂଜ୍ଞାହୀନ ହୋଇ ପଡିବା ବୋହୂ ର ପ୍ରିପ୍ଲାନିଂ ଥିଲା ବୋଲି ଏବେ ଜଣା ପଡିଛି । ଆଉ ଶାଶୂ କୁ ହତ୍ଯା କରି ଏବେ ଗିରଫ ହୋଇଛନ୍ତି ବୋହୂ ବୈଶାଖୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *