ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଆଉ କିଛି ବଡ଼ ଖୁସି ଖବର ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପ୍ରାଥମିକ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଆଉ କିଛି ବଡ ଖବର । ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ । ଏନେଇ ରାଜ୍ୟ ସରକାର ତରଫରୁ ଆସିଲା ଆଉ କିଛି ବଡ ଘୋଷଣା । ରାଜ୍ୟର କିଛି ସ୍କୁଲରେ ପିଲାମାନଙ୍କର ନାମ ଲେଖା ସମୟରେ ଆଧାର କାର୍ଡ ଦାବି କରାଯାଇଥିଲା । ତେବେ ନାମ ଲେଖା ସମୟରେ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କିଛି କିଛି ସ୍କୁଲର ପ୍ରଧାନ ଶିକ୍ଷକ କହିଥିଲେ ।

ତେବେ ଏହି ପ୍ରସଙ୍ଗ ଦୃଷ୍ଟିକୁ ଆସିବା ପରେ ରାଜ୍ୟର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସବୁ ପ୍ରଧାନ ଶିକ୍ଷଙ୍କଙ୍କୁ ଅବଗତ କରାଯିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ଥାତ୍ ଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ଆଧାରକାର୍ଡ ଥାଉ କି ନଥାଉ ଛାତ୍ରଛାତ୍ରୀ ମାନେ ସ୍କୁଲରେ ଆଡମିଶନ କରିପାରିବେ ।

school

ନାମ ଲେଖାଇ ସାରିବା ପରେ ଛାତ୍ରଛାତ୍ରୀ ମାନେ ଆଧାର ଜମା କରିପାରିବେ । ଗଣଶିକ୍ଷା ବିଭାଗର ଏହି ପଦକ୍ଷେପ ଫଳରେ ଏଣିକି ଛାତ୍ରଛାତ୍ରୀ ମାନେ ନାମଲେଖା କ୍ଷେତ୍ରରେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସୂଚନା ଯୋଗ୍ୟ ଯେ ରାଜ୍ୟର ଛାତ୍ରଛାତ୍ରୀର ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା କିଛି କିଛି ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି ।

ସ୍କୁଲର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଧୀନ ଭାବେ ଦାୟୀତ୍ୱ ନିର୍ବାହ କରିବା ନେଇ ଗତ ଫେବୃଆରୀ ମାସରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । ତେବେ ଶିକ୍ଷକ ମାନେ ସ୍ୱାଧୀନତା ଦାୟୀତ୍ୱ ନେବା ସହିତ ଶିକ୍ଷା ଦାନ ଛଡା ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ହେବେ ନାହିଁ ବୋଲି କୁହାଯାଇଥିଲା ।

ତେବେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଯାହାକି ବଡ ଅପଡେଟ୍ ମୁତାବକ ଏଣିକି ସ୍କୁଲରେ ନାମ ଲେଖାଇବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ । ସମସ୍ତ ଡିଓଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *