ବଡ଼ ଖବର- ୪୦୦ ଟଙ୍କା ଶସ୍ତା ହେଲା ରୋଷେଇ ଗ୍ୟାସ ଦର |

LPG

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶସ୍ତା ହେଲା ଘରୋଇ ରୋଷେଇ ଗ୍ୟାସ ଦର । ଦରଦାମ୍ ବୃନ୍ଧିରେ ଘାଟି ହେଉଥିବା ଜନତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଯଦି ଆପଣମାନେ ଗ୍ୟାସ ବୋକିଂ କରୁଛନ୍ତି ତେବେ କେତେ ଟଙ୍କା ପଡିବ ଆପଣ ଗ୍ୟାସ ନେବାବେଳେ । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଏଲପିଜି ମୂଲ୍ୟ ୨୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ସରକାର ।

ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ୨୦୦ଟଙ୍କା ସବସିଡି ଘୋଷଣା କରାଯାଇଛି । ବର୍ଷକୁ ୧୨ଟି ପର୍ଯ୍ୟନ୍ତ ସିଲିଣ୍ଡର ଉପରେ ମିଳିବ ୨୦୦ଟଙ୍କା ଲେଖାଏଁ ସବସିଡି । ସେହପରି ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କୁ ମିଳିବ ମୋଟ ୪୦୦ ଟଙ୍କା ସବସିଡି । ପୂର୍ବରୁ ମିଳୁଥିବା ୨୦୦ଟଙ୍କା ଏବଂ ଏବେର ୨୦୦ ମିଶାଇ ମୋଟ ୪୦୦ଟଙ୍କା ସବସିଡି ନେଇ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଉ ୭୫ଲକ୍ଷ ଉଜ୍ଜ୍ୱଳା କନେକ୍ସନ ଦିଆଯିବା ନେଇ ଏହି ନିଷ୍ପତ୍ତି ମଧ୍ୟ ହୋଇଛି ।

lpg

ତେବେ କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୋର ସୂଚନା ଦେଇଛନ୍ତି । ଅଗଷ୍ଟ ମାସର ପ୍ରଥମ ଦିନ ପେଟ୍ରୋଲିୟମ କମ୍ପଲେନ ଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଏବେ ଘରୋଇ ସିଲିଣ୍ଡର ମୂଲ୍ୟ କୌଣସି ପରିବର୍ତ୍ତନ ହୋଇନଥିଲା । ହେଲେ ସରକାରଙ୍କ ଅନୁଯାୟୀ ଉଜ୍ଜ୍ୱଳା ଯୋଜନା ଅଧିନରେ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହୋଇଛି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାଛଡା ହିତାଧିକାରୀ ମାନେ ବର୍ଷକୁ ୧୨ଟି ସିଲିଣ୍ଡର କିଣିଲେ ଏହିପରି ସବସିଡି ପାଇବେ । କିନ୍ତୁ ଯଦି ହିତାଧିକାରୀ ବର୍ଷକୁ ୧୩ଟି ସିଲିଣ୍ଡର କିଣନ୍ତି ତାହାଲେ ସେମାନଙ୍କୁ ଆଉ ଏହି ସବସିଡି ମିଳିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *