ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମଧ୍ୟପ୍ରଦେଶ ହାତେଇବାକୁ ଆରମ୍ଭ ହେଲା ପ୍ରତିଶ୍ରୁତି ରାଜନୀତି । ବିଜେପି ଆପ୍ ପରେ ଏବେ ପ୍ରତିଶ୍ରୁତି ଦେଲା ହାତ ପାର୍ଟି । କ୍ଷମତାକୁ ଆସିଲେ ୫ଶହ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ । ନିର୍ବାଚନକୁ ନେଇ ଦେଶରେ ସରଗମ ରାଜନୀତି । ବିଶେଷ କରି ମଧ୍ୟପ୍ରଦେଶକୁ ହାତାଇବା ପାଇଁ ବିଭିନ୍ନ ରାଜନୀତି ଦଳ ମଧ୍ୟରେ ଆରମ୍ଭ ହେଲାଣି କଡା ଟକ୍କର ।
ବିଜେପି କଲେବଳେ କୌଶଳେ ପୁନର୍ବାର କ୍ଷମତାକୁ ଆସିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଏଥର ଏଣ୍ଟି କରିଛି ଆପ୍ । ଅନେକ ପ୍ରତିଶ୍ରୁତି ମାଧ୍ୟମରେ କେଜିବାଲ ମଧ୍ୟପ୍ରଦେଶ ଭୋଟରକୁ ଆପ୍ ସକ୍ଷପରେ ନେବାକୁ ଚେ଼ଷ୍ଟା କରୁଛନ୍ତି। ଏହାରି ଭାତରେ କଂଗ୍ରେସ ମଧ୍ୟ ମଇଦାନରେ ଫାଇଟ ପାଇଁ ଫୁଲ୍ ପ୍ରସ୍ତୁତ ହୋଇ ରହିଛି । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶରେ ଜାତୀୟ ହାତ ପାର୍ଟି ରାଜନୀତି ଆରମ୍ଭ କରିଛି ।
ବିଜେପି ଆମାଦିବ୍ ପାର୍ଟି ପରେ ମଧ୍ୟପ୍ରଦେଶ ବାସୀଙ୍କୁ ଦେଇଛି ପ୍ରତିଶ୍ରୁତି । ରିଆଜିରେ କଂଗ୍ରେସ ସରକାର ଗଠନ କଲେ ଚାଷୀଙ୍କ ଋଣ ଛାଡ କରିବ ବୋଲି ଘୋଷଣା କରିଛି ଦଳ । ୫ଶହ ଟଙ୍କାରେ ରୋଷେଇ ଗ୍ୟାସ ଏବଂ ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୧୫ଶହ ଟଙ୍କା ଭତ୍ତା ଦିଆଯିବ । ଏଥିସହ ବିହାର ଫର୍ମୁଲା ମଧ୍ୟପ୍ରଦେଶରେ ଆପଣେଇବ କଂଗ୍ରେସ ।
ତେଣୁ ସରକାର ଆସିଲେ ଜାତି ଭିତ୍ତିକ ଜନ ଗଣନା କରାଯିବ ବୋଲି ନେଇ ଦଳ ପ୍ରତିଶ୍ରୁତି ଦେଇଛି । ୧୦୦ ଇଉନିଟ୍ ମାଗଣା ବିଜୁଳି ସହିତ ସରକାରୀ କର୍ମଚାରୀଙ୍କ ପାଇଁ ଉଲ୍ଡ ଏଜ୍ ପେନସନ ସ୍କିମ୍ ଲାଗୁ କରାଯିବ ବୋଲି କଂଗ୍ରେସ ଅଧିକ୍ଷକ ମଲ୍ଲାକାର୍ଜୁନ ଖରଗେଇ ସଭାକୁ ସମ୍ଭନ୍ଧିତ କରି ଘୋଷଣା କରିଛନ୍ତି । ସୂଚନା ପୂର୍ବକ ପୂର୍ବରୁ କର୍ଣ୍ଣାଟକରେ ମଧ୍ୟ ଏପରି ଗ୍ୟାରେଟି ଫର୍ମୁଲା ଆପଣେଇ କଂଗ୍ରେସ କ୍ଷମତାକୁ ଆସିଥିଲା ।
୫ଟି ଗ୍ୟାରେଟି ଘୋଷଣା କରି କ୍ଷମତାରେ ଥିବା ଦଳ ବିଜେପିକୁ ଚେକ୍ ଦେବାରେ ବେଶ୍ ସଫଳ ହୋଇଥିଲା ହାତ ପାର୍ଟି । ଚଳିତବର୍ଷ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ପୁଣି ଅଣ୍ଟା ଭେଡିଛି କଂଗ୍ରେସ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।