ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ରାଜ୍ୟ ସରକାର ତରଫରୁ ଜାରି ହେଲା ଆଉ କିଛି ବଡ ଘୋଷଣା । ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ । ପ୍ରତି ପଞ୍ଚାୟତରେ ମିଳିବ ବ୍ୟାଙ୍କିଂ ସେବା । ରାଜ୍ୟର ମୋଟ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ୪୩୭୩ଟି ପଞ୍ଚାୟତରେ ବର୍ତ୍ତମାନ ବ୍ୟାଙ୍କିଂ ସେବା ନାହିଁ । ତେଣୁ ଏସବୁ ପଞ୍ଚାୟତ ଗୁଡିକରେ ବ୍ୟାଙ୍କିଂ ସେବା ବଞ୍ଚିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।
ଏଥିପାଇଁ ଗତ ୧୧ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ଅନୁମୋଦନ ମିଳିଥିଲା । ତେବେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ସହିତ ବୁଝାବଣା କରାଯାଇ ସିଏସପି ପ୍ଲସ ବ୍ୟାଙ୍କ ଆଉଟଲେଟ ଖୋଲାଯିବ । ସୂଚନା ମୁତାବକ ସ୍ଥାୟୀ ବ୍ୟାଙ୍କ ଶାଖା ନଥିବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ଖୁବ୍ ଶୀଘ୍ର ବ୍ୟାଙ୍କିଂ ସେବା ପହଞ୍ଚିବ । ଫଳରେ ଗରିବ ଶ୍ରେଣୀର ଲୋକମାନେ ଆର୍ଥିକ କ୍ଷେତ୍ରରେ ଲାଭବାନ ପାଇଁ ପାରିବେ ।
ତେବେ ସେହି ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ମଧ୍ୟରୁ ୟୁକୋ ବ୍ୟାଙ୍କ , ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରଦା, ପଞ୍ଜାବ ନେସନାଲ ବ୍ୟାଙ୍କ ଆଦି ରହିଛି । ତେବେ ଏହି ସବୁ ବ୍ୟାଙ୍କ ମାନେ ରାଜ୍ୟର ସିଏସପି ପ୍ଲସ ବ୍ୟାଙ୍କ ଆଉଟଲେଟ ପ୍ରତିଷ୍ଠା କରିବେ । ତେବେ ରାଜ୍ୟର ଏସବିଆଇ ସବୁଠାରୁ ଅଧିକ ୧୪୮୭ଟି ଆଉଟଲେଟ ପ୍ରତିଷ୍ଠା କରିବେ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୬୩ଟି ବ୍ୟାଙ୍କିଂ ଆଉଟଲେଟ ଖୋଲିବ । ପଞ୍ଜାବ ନେସନାଲ ବ୍ୟାଙ୍କ ୭୭୭ଟି , ୟୁବିଆଇ ବ୍ୟାଙ୍କ ୬୭୪ଟି, ୟୁକୋ ୬୬୦ଟି , ବିଓଆଇ ବ୍ୟାଙ୍କ ୫୨୫ଟି , ବିଓବି ୨୩୪ଟି ଆଉଟଲେଟ ଖୋଲିବ ।
ଏହିପରି ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ସମସ୍ତ ଆଉଟଲେଟ ମଧ୍ୟ ଖୋଲା ହେବ ବୋଲି ସରକାର ତରଫରୁ ଘୋଷଣା ହୋଇଛି । ଏହି ବ୍ୟାଙ୍କିଂ ଆଉଟଲେଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୫ବର୍ଷ ପାଇଁ ମାଗଣାରେ ଜମି ଯୋଗାଇଦେବା ସହିତ ସ୍ଥାୟୀ ଭାବେ ଅର୍ଥ ମଧ୍ୟ ପ୍ରଦାନ କରିବେ । ତେବେ ଯାହାକି ବଡ ଅପଡେଟ୍ ମୁତାବକ ଏଣିକି ପ୍ରତି ପଞ୍ଚାୟତରେ ମିଳିବ ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ ସୁବିଧା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।