୯୫ ବର୍ଷରେ ଆଖିବୁଜିଲେ ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ର। ।

Jayant Mohapatra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆରପାରିରେ ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ଶ୍ରୀ ଜୟନ୍ତ ମହାପାତ୍ର । ପ୍ରଖ୍ୟାତ ସାହିତ୍ୟିକ ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର ଆଉ ନାହାଁନ୍ତି । କଟକ ବଡ ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୯ଟା ବେଳେ ତାଙ୍କ ପରଲୋକ ହୋଇଯାଇଛି । ମୃ-ତ୍ୟୁ ବେଳକୁ ୯୫ ବୟସ ବୟସ୍କ ଥିଲେ ଶ୍ରୀ ମହାପାତ୍ର । ଡକ୍ଟର ମହାପାତ୍ର କିଛିଦିନ ହେବ ଅସୁସ୍ଥ ଥିଲେ । ଜ୍ୱରରେ ପଡିବା ସହିତ ତାଙ୍କ ହ୍ରୁତ୍ ସ୍ପନ୍ଦନରେ ସମସ୍ୟା ଦେଖା ଦେଇଥିଲା ।

ତେବେ ଘରେ ରହି ଚିକିତ୍ସା ହେଉଥିବା ଜୟନ୍ତ ମହାପାତ୍ର ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ବଡ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି । ଡକ୍ଟର ମହାପାତ୍ର ୧୯୨୮ ଅକ୍ଟୋବର ୨୨ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । କଟକ ସ୍ଥିତ ଷ୍ଟିଓଟ୍ ସ୍କୁଲରେ ପାଠ ପଢିଥିବା ଶ୍ରୀ ଜୟନ୍ତ ମହାପାତ୍ର ପରବର୍ତ୍ତୀ ସମୟରେ ବିହାରର ପାଟନା ବିଶ୍ୱ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ସ୍ନାତକରେ ଉତୀର୍ଣ୍ଣ ହୋଇଥିଲେ ।

Jayant

୧୯୩୯ ମସିହା ଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲେଜ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର କଲେଜ ଭୁବନେଶ୍ୱର ସ୍ଥିତ ବିଜେପି କଲେଜ ବାଲେଶ୍ଵର ସ୍ଥିତ ଫକୀରମୋହନ କଲେଜ ଏବଂ କଟକ ସ୍ଥିତ ରେଭେନ୍ସା କଲେଜ ରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ ସେ । ୧୯୮୬ ମସିହାରେ ବର୍ତ୍ତମାନର ରେଭେନ୍ସା ବିଶ୍ୱ ବିଦ୍ୟାଳୟ ରୁ ଅବସର ନେଇଥିଲେ । ୧୯୬୦ ମସିହା ପରେ ଲେଖକ ଜୀବନ ପ୍ରାରମ୍ଭକ କରିଥିଲେ ଶ୍ରୀ ଜୟନ୍ତ ମହାପାତ୍ର ।

ଇଂରାଜୀ ସାହିତ୍ୟରେ ଥିଲା ଦକ୍ଷତା । ଇଂରାଜୀ କବିତା ପାଇଁ ସେ ପ୍ରଥମ ଭାରତୀୟ ଭାବେ ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ । ୨୦୦୯ ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । ତେବେ ଆଜି ୯୫ ବର୍ଷ ବୟସରେ ଆଖି ବୁଜିଛନ୍ତି ସେ । ଅଗଷ୍ଟ ୪ତାରିଖରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତର ହୋଇ ପଡିଥିଲା ।

ପରବର୍ତ୍ତୀ ସମୟରେ ତାଙ୍କୁ କଟକ ବଡ ମେଡିକାଲକୁ ଅଣା ଯାଇଥିଲା । ସାହିତ୍ୟ ସାଧନା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ , କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଉତ୍କଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାର, ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ତେବେ ତାଙ୍କର ତିରୋଧାନ ଓଡ଼ିଆ ତଥା ଇଂରାଜୀ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *