ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ଆସିଗଲା ଆଉ କିଛି ବଡ ଖୁସି ଖବର । କାର୍ଡ଼ ଥିଲେ ଦେଖନ୍ତୁ…

Biju

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ଆସିଗଲା ଆଉ କିଛି ବଡ ଖୁସି ଖବର । ଏଣିକି ଆପଣଙ୍କୁ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା । ଏନେଇ ରାଜ୍ୟ ସରକାର ତରଫରୁ ଜାରି ହେଲା ଆଉ କିଛି ବଡ ଘୋଷଣା । ପ୍ରଥମତଃ ଓଡିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅର୍ଥାତ୍ ବିଏସକେୱାଇ ର ସୁବିଧାକୁ ସମ୍ପ୍ରସାରିତ କରି ୫ ରୁ ୧୮ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ସମ୍ପ୍ରସାରଣ ବିଶେଷ କରି ସେହି ପିଲା ମାନଙ୍କ ପାଇଁ ଉଦିଷ୍ଟ ଯେଉଁ ପିଲା ମାନଙ୍କ ନାମ ବର୍ତ୍ତମାନ ଏହି ଯୋଜନାରେ ତାଲିକାଭୁକ୍ତ ହୋଇନାହିଁ । କିନ୍ତୁ ସେମାନଙ୍କ ପିତାମାତା ଏଥିରେ ତାଲିକାଭୁକ୍ତ ହୋଇସାରିଛନ୍ତି । ବିଏସକେୱାଇ ସେବା ଯୋଗାଉଥିବା ସମସ୍ତ ହସ୍ପିଟାଲକୁ ଚିଠି ଲେଖି ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛି ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

Biju health card

ରାଜ୍ୟ ସ୍ୱାସ୍ଥ୍ୟ ଆଶ୍ୱାସନା ସମିତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥୁଲା ଏପରି ଏକ ପରିସ୍ଥିତି ଯେଉଁଠି କିଛି ନିର୍ଧିଷ୍ଟ ପିଲା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଦ୍ୱାରା ଅଂଶ ବିଶେଷ ହୋଇଥିଲେ ମଧ୍ୟ ଅନ୍ତର୍ଭୁକ୍ତ ପରିବାରର ଅଂଶ ବିଶେଷ ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁ ସରକାର ଡାଟା ବେଶରୁ ବାଦ୍ ଦିଆଯାଇଥିଲା । ତେବେ ଏହାକୁ ଲକ୍ଷ୍ୟ କରି ବିଏସକେୱାଇ ଅଧିନରେ କ୍ୟାସଲେସ ଚିକିତ୍ସା ପାଇଁ ଏହି ପିଲା ମାନଙ୍କର ପଞ୍ଜୀକରଣ ଏବଂ ଯାଞ୍ଚ କରିବାରେ ଡାକ୍ତର ଖାନା ଗୁଡିକ ଅସୁବିଧାର ସମ୍ମୁଖୀନ ହେଉଥିଲା ।

ତେବେ ଏହି ସମସ୍ୟାର ସମାଧାନ ପାଇଁ ଏଣିକି ଏନଏଫ୍ଏସ୍ଏ କିମ୍ବା ଏସ୍ଏଫ୍ଏସ୍ଏ ପରିବାରର ୫ ରୁ ୧୮ ବୟସର ପିଲାଙ୍କ ପାଇଁ ବିଏସକେୱାଇ ସୁବିଧା ର ସମ୍ପ୍ରସାରଣକୁ ସରକାର ଅନୁମୋଦନ କରିଛନ୍ତି । ଯେଉଁ ମାନଙ୍କର ନାମ ଡାଟା ବେଶରେ ଯୋଡି ହୋଇନାହିଁ । ତେବେ ସୂଚନା ମୁତାବକ ୫ ବର୍ଷରୁ କମ୍ ବବୟର ପିଲାମାନେ ପୂର୍ବରୁ କାର୍ଡ଼ ଧାରୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଏସକେୱାଇ ଦ୍ୱାରା କଭର ହୋଇସାରିଛନ୍ତି । ବଡ଼ ଅପଡେଟ୍ ମୁତାବକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ ରୁ ୧୮ବର୍ଷର ବୟସର ପିଲା ମାନଙ୍କୁ ସାମିଲ୍ କରିବାକୁ ହୋଇଛି ବଡ ନିଷ୍ପତ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *