ପୁଣି କେନ୍ଦ୍ର ସରକାରଙ୍କୁ ସିଧା ଟାର୍ଗେଟ୍ କଲେ ଅଖିଳେଶ । କହିଲେ ଏମିତି କିଛି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗ୍ୟାସ ସିଲିଣ୍ଡର ଉପରେ ୨ ଶହ ଟଙ୍କା ସବସିଡି ଘୋଷଣା ପରେ ସରଗରମ ରାଜନୀତି । କେନ୍ଦ୍ର ସରକାରଙ୍କୁ ସିଧା ଟାର୍ଗେଟ କଲେ ଅଖିଳେଶ । କହିଲେ, ଶହେ ମାସର ଲୁଟ, ଆଉ ମାତ୍ର ୨୦୦ ଟଙ୍କାର ଛାଡ । କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାରେ ଥିବା ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି ଘୋଷଣା କରିଥିଲା ବେଳେ ଏବେ ଏହାକୁ ନେଇ ସରକାର ହୋଇଛି ରାଜନୀତି ।

କଂଗ୍ରେସ ସମେତ ବିରୋଧୀ ଦଳ ଏହାକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିବା ସହ କହିଛନ୍ତି ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ସମାଜବାଦୀ ଅଧକ୍ଷ ଅଖିଳେଶ ଯାଦବ ଟୁଇଟ କରି କହିଛନ୍ତି ଶହେ ମାସର ଲୁଟ୍ ଆଉ ୨ ଶହ ଟଙ୍କାର ଛାଡ । ଲାଗୁଛି ବିଜେପିର କ୍ୟାଲେଣ୍ଡର ଓନାମ୍ ଓ ରାକ୍ଷୀ ପୂର୍ଣ୍ଣିମା ଦଶ ବର୍ଷରେ ଥରେ ଆସିଥାଏ । ଏହାପରେ ମଧ୍ୟ ଲୋକେ କିଭଳି ଖୁସି ହେଉଛନ୍ତି କେଜାଣି ।

Akhilesh

ବିଜେପି ନେତା ଧାରା ମଧ୍ୟ ଆରମ୍ଭ କରିଦେବେ । କିନ୍ତୁ ବାସ୍ତବରେ ଏହା ସାଧାରଣ ଲୋକଙ୍କ ସହ ଧକ୍କା । ସେହିଭଳି ସେହିପରି କଂଗ୍ରେସ ଅଧକ୍ଷ ମଲ୍ଲୀକାର୍ଜୁନ ଟୁଇଟ କରି କହିଛନ୍ତି ଯେତେବେଳେ ହାର କମିଲା ସେତେବେଳେ ନିର୍ବାଚନୀ ଉପହାର ବଣ୍ଟା ହେବା ଆରମ୍ଭ ହେଲା । ଗତ ୯ବର୍ଷ ହେବ ୪୦୦ ଟଙ୍କାର ସିଲିଣ୍ଡର ୧୧୦୦ଟଙ୍କାରେ ବିକ୍ରୀ ହେଲା ଏବଂ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦିଆଗଲା ।

ଏବେ ଇଣ୍ଡିଆ ମେଣ୍ଟର ପ୍ରଭାବ ବିଜେପି ଉପରେ ପଡିଲାଣି । ଯେଉଁଥିପାଇଁ କେନ୍ଦ୍ର ସରକାର ବାଧ୍ୟ ହୋଇ ଦର କମାଉଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ୭୫ଲକ୍ଷ ନୂଆ ଗ୍ୟାସ ସିଲିଣ୍ଡର ସହ ସଂଯୋଗ ଦିଆଯିବ । ସିଲିଣ୍ଡର ଗ୍ୟାସ ଉପରେ ସବସିଡି ଦେଇ ପ୍ରଧାନମନ୍ତ୍ରୀ ଦେଶର ମହିଳାଙ୍କୁ ଉପହାର ଦେଇଛନ୍ତି । ଏହାଦ୍ୱାରା ଆର୍ଥିକ ଅନଟନ ଦେଇ ଗତି କରୁଥିବା ପରିବାରକୁ ଆଶ୍ୱସ୍ତି ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *