ପାକିସ୍ତାନ ପରେ ଶ୍ରୀଲଙ୍କା ଝିଅ, ଭାରତୀୟ ଯୁବକଙ୍କ ପ୍ରେମରେ ଛାଡିଲେ ଦେଶ !

Sri Lankan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିକଟରେ ଖୁବ୍ ଚର୍ଚ୍ଚାରେ ଅଛି ସୀମା ସଚିନ୍ ଓ ଅଞ୍ଜୁ ନଜର୍ଲା ଙ୍କ ପ୍ରେମ ସମ୍ପର୍କ । ଯାହାଙ୍କ ଲଭଷ୍ଟୋରୀ ପୁରା ସୀମା ଉପରେ ଚାଲିଛି । କିଏ ଭାରତରୁ ପାକିସ୍ତାନ ଯାଉଛି ତ କିଏ ପାକିସ୍ତାନରୁ ଭାରତକୁ ଚାଲି ଆସୁଛି । କିନ୍ତୁ ଏଠି ଆଉ ଗୋଟେ ଦେଶ ମଧ୍ୟ ଏଥିରେ ସାମିଲ୍ ହୋଇଛି । ଏବେ ଭାରତୀୟ ଯୁବକଙ୍କ ପ୍ରେମରେ ଭାରତ ଚାଲି ଆସିଛନ୍ତି ଶ୍ରୀଲଙ୍କା ଯୁବତୀ ।

ଫେସବୁକ ରୁ ବନ୍ଧୁତା ପରେ ଯୁବତୀ ଜଣକ ଭାରତରେ ପହଞ୍ଚି ଏପରି ବିବାହ କରିଛ ନ୍ତି। ଟୁରିଷ୍ଟ ଭିସାରେ ଶ୍ରୀଲଙ୍କାରେ ୨୫ବର୍ଷୀୟ ଭିକେନିଶ୍ୱରୀ ଶିବକୁମାର ଭାରତ ଆସିଥିଲେ । ସେଠି ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ ମଧ୍ୟ ଏଠାରେ ରହୁଥୁବା ୨୮ବର୍ଷିୟ ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି । ଲକ୍ଷ୍ମଣଙ୍କ ଘର ଆନ୍ଧ୍ରପ୍ରଦେଶର ଭେକଣ୍ଟଗିରି କୋଟାରେ । ଉଭୟଙ୍କ ସାକ୍ଷାତ ଫେସବୁକରେ ହୋଇଥିଲା । ଆଉ ପ୍ରଥମେ ବନ୍ଧୁତା ପରେ ପ୍ରେମ ଆଉ ଏବେ ବିବାହ ଶେଷ ହୋଇଛି ।

Sri Lankan 1

ତେବେ ବିକେନଶ୍ୱରୀଙ୍କ ଭିସା ଅବଧି ଅଗଷ୍ଟ ୬ର ଶେଷ ହେବ ତେଣୁ ଇମିଟିସେନ ନିୟମ ଅନୁସାରେ ଚିତ୍ତଳ ଜିଲ୍ଲା ପୋଲିସ ତାଙ୍କୁ ଗୋଟିଏ କାରଣ ଦର୍ଶାଅ ନୋଟିସ ପଠାଇଛି । ଲକ୍ଷ୍ମଣ ଏବଂ ବିକେନଶ୍ୱରୀଙ୍କ ବାହାଘର କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତାଙ୍କୁ ଏଭଳି ନୋଟିସ କରିଛି । ତେବେ ବିକେନଶ୍ୱରୀ ଭାରତର ନାଗରିକତା ହେବାକୁ ଚାହୁଁଛନ୍ତି କିନ୍ତୁ ଏବେ ତାଙ୍କୁ ସାହି ନାଗରିକତା ମିଳିବ ନାହିଁ । ତାଙ୍କ ଭିସାର ଅବଧିକୁ ବୃଦ୍ଧି କରାଯିବ ।

ସେହିପରି ସମସ୍ତ ପ୍ରକାରର ଆଇନଗତ ସମସ୍ୟାକୁ ମାର୍ ଦେବା ପାଇଁ ପୋଲିସ ଏହି ଦମ୍ପତିଙ୍କୁ ବିଧିଗତ ଭାବେ ବିବାହକୁ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଛି । ତେବେ ବିକେନଶ୍ୱରୀ ଜୁଲାଇ ୮ରେ ଆନ୍ଧ୍ରପ୍ରଦେଶ ଆସିଥିଲେ । ଏହାପରେ ସେ ତାଙ୍କ ଫେସବୁକ ପ୍ରେମିକ ଲକ୍ଷ୍ମଣଙ୍କୁ ଜୁଲାଇ ୨୦ରେ ବିବାହ କରିଥିଲେ ।

ଗୋଟିଏ ମନ୍ଦିରରେ ବିବାହ ହୋଇଥିଲା । ବିକେନଶ୍ୱରୀ ଓ ଲକ୍ଷ୍ମୀଙ୍କ ସମ୍ପର୍କ ୨୦୧୭ରୁ ଫେସବୁକରୁ ଆରମ୍ଭ ହୋଇଥିଲା । କିଛି ଦିନର ବନ୍ଧୁତ୍ୱ ସମ୍ପର୍କ ପରେ ପକସ୍ପର ର ପ୍ରେମରେ ପଡିଥିଲେ । ଏହାପରେ ଉଭୟ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଲକ୍ଷ୍ମୀଙ୍କ ପରିବାରର ଆଶୀର୍ବାଦରେ ଉଭୟ ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *