ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସିଙ୍ଗର ଭାବେ ହିଟ୍ ଅଭିନେତା ଭାବେ ଫ୍ଲପ । ମୋଟ ୯ଟି ଚଳଚ୍ଚିତ୍ରରୁ ଗୋଟିଏ ବି ହେଲାଣି ହିଟ୍ । ଅଭିନେତା ଭାବେ ହିମେଶଙ୍କୁ ମିଳିଲାନି ସଫଳତା । ହିମେଶ ରେସମିଆକୁ ଜଣେ ସିଙ୍ଗର ଭାବେ ସମସ୍ତେ ଅଧିକ ଭଲ ପାଆନ୍ତି । ତାଙ୍କର ନିଆଁରା ସିଙ୍ଗଗ୍ ପାଇଁ ସେ ନିଜର କୋଟି କୋଟି ଫ୍ୟାନ୍ସ ତିଆରି କରି ପାରିଛନ୍ତି । କିନ୍ତୁ ଜଣେ ଅଭିନେତା ଭାବେ ତାଙ୍କୁ ଫ୍ୟାନଙ୍କ ସାତ୍ ମିଳିପାରିନାହିଁ । ଫିଲ୍ମ ଦୁନିଆରେ ପାଦ ଦେଇ ଫ୍ଲପ୍ ହୋଇଛନ୍ତି ଟପ୍ ସିଙ୍ଗର ।
ବଲିଓଡ ଇଣ୍ଡଷ୍ଟ୍ରିର ପ୍ରତ୍ୟେକ ଅଭିନେତା ଭାଗ୍ୟକୁ ଚମକାଇବାକୁ ଚାହାଁନ୍ତି । ଯେଉଁଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି । କିନ୍ତୁ ଭାଗ୍ୟ ସମସ୍ତଙ୍କ ସାତ୍ ଦିଏନାହିଁ । ଅନେକ ଥର ଗାୟକମାନେ ମଧ୍ୟ ଅଭିନୟ କରିବାକୁ ଚେ଼ଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଛି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ସଫଳ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକଙ୍କ ବାବଦରେ କହିବୁ ଯିଏ ଗତ ୧୩ବର୍ଷ ଧରି ସଫଳ ଅଭିନେତା ହେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ପ୍ରତ୍ୟେକ ଥର ତାଙ୍କୁ କେବଳ ନିରାଶ ହେବାକୁ ପଡିଛି ।
ଏହି ସଂଙ୍ଗୀତ ନିର୍ଦ୍ଦେଶକଙ୍କ ନାମ ହେଉଛି ହିମେଶ ରେସମିଆ । ସେ ଅନେକ ହିଟ୍ ଗୀତ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଛନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ହିମେଶ ଅଭିନୟ ଦୁନିଆରେ ପାଦ ଦେଇଥିବା ବେଳେ ସବୁଥର ଫ୍ଲପ ବୋଲି ପ୍ରମାଣିତ ହୋଇଛନ୍ତି । ତାଙ୍କର କୌଣସି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇନାହିଁ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ନିଜର ଉଦ୍ୟମ ଜାରି ରଖିଛନ୍ତି ।
ହିମେଶ ରେଶମିଆଙ୍କ ହିରୋ ଭାବରେ ପ୍ରଥମ ଚଳଚ୍ଚିତ୍ର ୨୦୦୭ ମସିହାରେ ମୁକ୍ତି ଲାଭ କରିଥିବା ଆରକା ସୁରୁର ଥିଲା ଯେଉଁଥିରେ ସେ ହଂସୀକା ମୋଟୁଆନୀଙ୍କ ସହ ଅଭିନୟ କରିଥିଲେ । ଏହାର ସମସ୍ତ ଗୀତ ହିମେଶ ଗାଇଥିଲେ ଏବଂ ଏହାର ସଙ୍ଗୀତ ନିର୍ଦ୍ଦେଶନା ହିମେଶ ଦେଇଥିଲେ । ତେବେ ୯କୋଟି ଟଙ୍କାର ନିର୍ମିତ ଏହି ଚଳଚ୍ଚିତ୍ରଟି ରୋଜଗାର କ୍ଷେତ୍ରରେ ବକ୍ସ ଅଫିସରେ ସଫଳତା ପାଇଁ ନଥିଲା ।
ଏହାର ଠିକ୍ ଗୋଟିଏ ବର୍ଷ ପରେ ପ୍ରସିଦ୍ଧ ନିର୍ଦ୍ଦେଶକ ସତିକ୍ କୌଶିକ ହିମେଶ ରେଶମିଆଙ୍କୁ ନେଇ କରଜ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଯାହାକି ଫଲ୍ପ ହୋଇଥିଲା । ଏହାପରେ ହିମେଶ ରେଶମିଆ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ କିନ୍ତୁ ସେ ସଫଲତା ପାଇ ପାରିନଥିଲେ ତାଙ୍କ ଅଭନିତ ଚଳଚ୍ଚିତ୍ର ମଧ୍ୟରେ ରେଡିଓ କଜରାରେ ଦମାଦମ , ଦି ଏକ୍ସପୋଜ ତେରା ସୁରୁର, ହାପି ହାର୍ଦି ଆଣ୍ଡ ହିରୋ ବକ୍ସ ଅଫିସରେ ଫଲ୍ପ ହୋଇଥିଲା ।
ଅନ୍ୟ ପକ୍ଷରେ ହିମେଶ ରେଶମିଆ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ଖିଲାଡୀ ୭୮୬ ରେ କାମ କରିଥିଲେ କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ହିଟ୍ ହୋଇନଥିଲା । ହିମେଶ ରେଶମିଆ ୧୩ବର୍ଷରେ ପ୍ରାୟ ୯ଟି ଚଳଚ୍ଚିତ୍ରରେ ଅଭିନେତା ଅଭିନୟ କରିଥିଲେ ମଧ୍ ଅଦ୍ୟାପତି ତାଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ ଗୋଟିଏ ବି ହିଟ୍ ହୋଇପାରିନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।