ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ତରଫରୁ ଜାରି ହେଲା ବଡ ଘୋଷଣା । ଏମାନଙ୍କୁ ମିଳିବାକୁ ଯାଉଛି ଆଉ କିଛି ବଡ ସୁବିଧା । ରାଜ୍ୟ ସ୍ତରରେ ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା, ଜିଲ୍ଲା ସ୍ତରରେ ଶ୍ରେଷ୍ଠ ୩ହଜାର ଜଣକୁ ୧୦ହଜାର ଟଙ୍କା ଓ ପ୍ରତି ବ୍ଲକରେ ଶ୍ରେଷ୍ଠ ଶହେ ଜଣକୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯିବ ।
ଚଳିତବର୍ଷ ଠାରୁ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ହଜାର ହଜାର ପିଲାଙ୍କୁ ପ୍ରଦାନ କରାଯିବ ପୁରସ୍କାର ରାଶି । ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ହାତକୁ ନେଇଛନ୍ତି । ତେବେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଚଳିତବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିବେ ।
ଦଶମ ବୋର୍ଡ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ । ଏନେଇ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୀକରଣ କାର୍ଯ୍ୟକ୍ରମ ଅର୍ଥାତ୍ ଓସେପା ସମ୍ମିଳନୀ କକ୍ଷରେ ପ୍ରଥମ ରାଜ୍ୟ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧାବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକାକୁ ରାଜ୍ୟ ସ୍ତରୀୟ କମିଟି ଅନୁମୋଦନ କରିବା ପରେ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ପୁରସ୍କାର ରାଶି ପଠାଯିବ ।
ଖୁବ୍ ଶୀଘ୍ର ଯୋଗ୍ୟ ବିବେଚିତ ତାଲିକା ପଠେଇବାକୁ ଜିଲ୍ଲା ସ୍ତରୀୟ କମିଟିକୁ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ କୁହାଯାଇଛି । ରାଜ୍ୟ ସ୍ତରରେ ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କୁ ୫୦ହଜାର ଟଙ୍କା , ଜିଲ୍ଲା ସ୍ତରରେ ଶ୍ରେଷ୍ଠ ୩ହଜାର ଜଣକୁ ୧୦ହଜାର ଟଙ୍କା ଓ ପ୍ରତି ବ୍ଲକ ରେ ଶ୍ରେଷ୍ଠ ଶହେ ଜଣକୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯିବ । ଆର୍ଥିକ ପଛୁଆ ଶ୍ରେଣୀର ଯେଉଁ ପିଲାମାନେ ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧିକ ମାର୍କ ରଖିବେ ସେମାନଙ୍କୁ ମେଧାବୃତ୍ତି ପୁରସ୍କାର ମିଳିବ ।
ବିଦ୍ୟାଳୟ ସ୍ତରରେ ନେତୃତ୍ୱ ନେବାର ସାମର୍ଥ୍ୟ ରଖିଥିବା ପିଲାଙ୍କୁ ସମ୍ମାନିତ କରାଯିବ । ପ୍ରତି ସ୍କୁଲରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଆଉ ଜଣେ ଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ମୋଟ ୮୩୧୧ ଜଣ ଛାତ୍ର ଓ ୮୮୦୭ ଜଣ ଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।