ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ନୂଆ ପାଠ ପଢିବାକୁ ଥିବା ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଆଉ କିଛି ବଡ ଖବର । ଏନେଇ ଜାରି ହେଲା ନୂଆ ସୂଚନା । ଅଗଷ୍ଟ ପହିଲାରୁ ଅର୍ଥାତ୍ ଆଜିଠାରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ ।
୨୦୨୩-୨୪ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ପିଲାମାନଙ୍କ ପାଇଁ ପ୍ରତି ବିଦ୍ୟାଳୟରେ ପ୍ରବେଶ ଉତ୍ସବର ଆୟୋଜନ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁ ରାମ ଆର ଆୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି । ଏହି ପ୍ରବେଶ ଉତ୍ସବରେ ପିଲାଙ୍କ ପାଇଁ କେଉଁ ସବୁ କାର୍ଯ୍ୟକ୍ରମର ଆୟୋଜନ କରାଯିବ ସେନେଇ ବିସ୍ତୃତ ଭାବେ ଉଲେଖ ରହିଛି ।
ନୂଆକରି ଶିକ୍ଷା ଅନୁଷ୍ଠାନକୁ ଆସିଥିବା ପିଲାଙ୍କୁ ସ୍ୱାଗତ କରିବା ପରେ ସୁସଜ୍ଜିତ ହଲର କାର୍ଯ୍ୟକ୍ରମ କରାଯିବ । ଆବଶ୍ୟକ ସ୍ଥଳେ ବିଭାଗ ଅନୁସାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିରେ ପିଲାଙ୍କୁ ଶିକ୍ଷାନୁଷ୍ଠାନର ଇତିହାସ, କାର୍ଯ୍ୟକଳାପ ଓ ନିୟମ ବିଷୟରେ ସୂଚିତ କରାଯିବ । ସେହିପରି ପିଲା ୟ୍ଯୁନିଫର୍ମ ଓ ପରିଚୟ ପତ୍ର ଉପରେ ମଧ୍ୟ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱ ଆରୋପ କରାଯାଇଛି ।
ଅଗଷ୍ଟ ୧୪ତାରିଖ ସୁଧା ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧି କ୍ଲାସ କରିବେ । ତେବେ ସ୍ଥାୟୀ ପରିଚୟ ପତ୍ର ମିଳିନଥିଲେ ଅସ୍ଥାୟୀ ପରିଚୟ ପ୍ରଦାନ କରିବେ ବିଦ୍ୟାଳୟ କତ୍ତୃପକ୍ଷ । ନିୟମିତ ଅବିଭାବକ ଶିକ୍ଷକ ବୈଠକ ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରସ୍ତୁତ କ୍ୟାରିୟର ପୋଟ୍ରାଲ ସମ୍ପର୍କିତ ତଥ୍ୟ ପିଲାମାନେ ଶିକ୍ଷା ଆରମ୍ଭରୁ ଜାଣିରଖିବା ଜରୁରୀ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।