ବର୍ଷାଙ୍କ ଫିଲ୍ମିରେ ହିରୋ କିଏ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୋକପ୍ରିୟ ନାୟକ ଅନୁଭବଙ୍କୁ ଟକ୍କର ଦେବା ଲାଗି ଏବେ ପ୍ରସ୍ତୁତ ହେଲେଣି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ବାସ୍ତବ ଜୀବନରେ ଯାହା ଚାଲିଛି ତାହା ସମସ୍ତଙ୍କୁ ଜଣା । ହେଲେ ବଡ ପରଦାରେ ଅନୁଭବଙ୍କୁ ଜବାବ ଦେବା ଲାଗି ବର୍ଷା ପ୍ରସ୍ତୁତ । ଏବେ ବର୍ଷା ପ୍ରିୟଦର୍ଶିନୀ ବଡ ପରଦାରେ ବସ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖାଦେବେ ।

ବସ୍ ଚଳଚିତ୍ରର ପ୍ରଯୋଜକ ହେଲେ ଜଣାଶୁଣା ନିର୍ମାତା ରମେଶ ବାରିକ୍ । ଏହାର ନିର୍ଦେଶନା ଦାୟୀତ୍ୱରେ ଅଛନ୍ତି ତ୍ରିପଥୀ ସାହୁ, ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଗୋଟିଏ ପଟେ ଅନୁଭବଙ୍କ ସିନେମା ଲଭ୍ ଇନ୍ ଲଣ୍ଡନରେ ଅନୁଭବ, ବର୍ଷା ଜାଗ୍ରୁତିକୁ ଦର୍ଶାଯାଇଥିବା ଚର୍ଚ୍ଚା ହେଉଛି । ଅନୁଭବ ଜୀବନ କାହାଣୀ ସିନେମାରେ ଦର୍ଶାଯାଇଥିବା କୁହାଯାଉଅଛି ।

boss

ଏହାର ଉତ୍ତର ଦେବା ପାଇଁ ବର୍ଷା ବସ୍ ଟାଇଟଲରେ ଏକ ଫିଲ୍ମ ନେଇ ଆସୁଥୁବା ଚର୍ଚ୍ଚା ହେଉଛି । ଆଜି ବର୍ଷାଙ୍କ ଅଭିନୟ ଏହି ସିନେମାରେ ଶୁଭ ମହରତ ହୋଇଛି । ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ଭୁବେନଶ୍ ମେହେର, ସୁଲୋଚନା ଦାସ । ବସ୍ ନାରୀ ସଶକ୍ତି କରଣ ଉପରେ ସିନେମା ଆଧାରିତ ବୋଲି ବର୍ଷା କହିଛନ୍ତି ।

ବର୍ତ୍ତମାନ ସମାଜରେ ଘଟୁଥୁବା ଘଟଣାର ବାସ୍ତବ ଜୀବନ ଉପରେ ଏହି କାହାଣୀ ଆଧାରିତ ବୋଲି ସେ କହିଛନ୍ତି । ବସ୍ ଟାଇଟଲ ରୋଲରେ ଅଭିନୟ କରିବା ସହ ଚଲଚ୍ଚିତ୍ର କାହାଣୀ, ଚିତ୍ର ନାଟ୍ୟ ଓ କ୍ରିଏଟିଭ ଏଡ୍ ର ଦାୟିତ୍ୱ ବି ନିଭାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୂଚନା ଯୋଗ୍ୟ ପୂର୍ବରୁ ବର୍ଷା ନିମକି, ବିଜୟନୀ, ଓ କ୍ୱିଇନ ଭଳି ନାରୀ କଏନ୍ଦିଙ୍କ ସିନେମାରେ ବି ନଜର ଆସିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *