ବିଦ୍ୟାଭାରତୀଙ୍କର ବଢ଼ିଲା ଅଡୁଆ, ଏଥର ବନ୍ଧା ହେବେ ବିଦ୍ୟାଭାରତୀ ! ଜାରି ହେଲା NBW

Vidyabharti

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଦ୍ୟାଭାରତୀଙ୍କ ବଢିଲା ଅଡୁଆ । ଖାଲି ବିଦ୍ୟା ଭାରତୀଙ୍କ ଅଡୁଆ ବଢିଲା ତାହା ନୁହେଁ ତାଙ୍କ ସହିତ ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରସିଆ ମନ୍ମଥ କୁମ୍ଭଙ୍କ ର ମଧ୍ୟ ଅଡୁଆ ବଢିଛି । ଏସ୍ପସନ ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲାରେ ଏଥର ପଡିପାରେ ଯବନିକା । ମୃ-ତ୍ୟୁ ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସମେତ ୩ଜଣକ ବିରୋଧରେ ଜାମିନ ବିହୀନ ଗିରଫ ଫରୁଆନା ଜାରି ହୋଇଛି ।

୭ ଜୁଲାଇ ସୁଧା ପାରଳାଖେମୁଣ୍ଡି ଏସ୍ଟିଜିଏମ କୋର୍ଟରେ ୩ଜଣକୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଗତ ୨୭ ତାରିଖରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥୁବା ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟା ଭାରତୀକୁ କୋର୍ଟରେ ହାଜର ହେବା ପାଇଁ ନିନିର୍ଦ୍ଦେ ଦେଇଥିଲେ । କିନ୍ତୁ ସେହିଦିନ ହାଜର ହେବା ପରିବର୍ତ୍ତେ ଅଭିଯୁକ୍ତଙ୍କ ଓକିଲ ମାଗିଥିଲେ ସମୟ । ଯାହାକୁ ଆଧାର କରି ମାନ୍ୟବର ଏସଟିଜିଏମ କୋର୍ଟ ପାରଳାଖେମୁଣ୍ଡି ୩ଜଣକ ବିରୋଧରେ ଜାମିନ୍ ବିହୀନ ଗିରଫ ଫରୁଆନା ଜାରି କରାଯାଇଛି ।

vidya

ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରସିଆ ମନ୍ମଥ କୁମ୍ଭଙ୍କୁ ଜୁଲାଇ ୭ତାରିଖରେ ଏସଟିଜିଏମ କୋର୍ଟରେ ହାଜର ହେବା ପାଇଁ କୁହାଯାଇଛି । ସେମାନେ ଯଦି କୋର୍ଟକୁ ନଆସନ୍ତି ତାହାଲେ ପୋଲିସ ସେମାନଙ୍କୁ କୋର୍ଟକୁ ଆଣିବା ପାଇଁ ବ୍ୟବସ୍ଥା କରିପାରେ ।

ମୃ-ତ୍ୟୁ ଖବର ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ସ୍ଥିତ ଏସଟିଜିଏମ କୋର୍ଟରେ ଏକ ୱାନ୍ ସିସି ମାମଲା ରୁଜୁ କରିଥିଲେ । ବିଦ୍ୟା ଭାରତୀ ପୂର୍ବତନ ଡିଏଫଓ ଓ ଋଷିଆଙ୍କ ନାଁରେ ଏନବିଡବ୍ଲୁ ଜାରି କରାଯାଇଛି । ତେବେ ୭ତାରିଖକୁ ଅପେକ୍ଷା ରହିଲା ଏମାନେ କୋର୍ଟକୁ ଆସୁଛନ୍ତି ନାଁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *