ଉଦଣ୍ଡି ସୀତା ଫେରୁଛି ୩୧ ବର୍ଷ ପରେ, ନେତାମନ୍ତ୍ରୀ ଙ୍କ ଛାତି କରିବ ଥରହର !

Udndi Sita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୩୧ବର୍ଷ ପରେ ଫେରୁଛି ଉଦଣ୍ଡି ସୀତା । ସୀତା ଏହି ଶବ୍ଦଟି ତ୍ୟାଗ, କ୍ଷମା , ଦୟା ଆଉ ତା ସହିତ ସହନଶୀଳତାର ପ୍ରତୀକ । ହେଲେ ଉଦଣ୍ଡି ସୀତା ଯାହାକି ସୀତା ଶବ୍ଦର ପ୍ରକୃତ ଅର୍ଥର ଢେର ବିପରୀତ ଅଟେ । ଅର୍ଥାତ୍ ଯେଉଁ ସୀତା ଯିଏକି ତ୍ୟାଗ, କ୍ଷମା ଏହାକୁ ଶୋକ ନାହିଁ ବରଂ ନିଜର ଉଗ୍ର ରୂପ ଦେଖାଉଅଛି ।

ଇଏ ହେଉଛି ଆଧୁନିକ ସଭ୍ୟତାର ଉଦଣ୍ଡି ସୀତା ଏବଂ ଯିଏକି ନିଜ ହକ୍ ପାଇଁ ଲଢୁଛି । ଯିଏ ଲୋକଙ୍କୁ କରି ଦେଖାଉଛି ଯେ ସିଏ ଆଉ ସବୁ ପାପ ସହିବ ନାହିଁ ବରଂ ଏହାର ପ୍ରତି ଉତ୍ତର ଦେବ । ଉଦଣ୍ଡି ସୀତାର ୩୧ବର୍ଷ ପରେ ପୁଣି ଏକ ଉଦଣ୍ଡି ସୀତା ନେଇ ଆସିଛନ୍ତି ନିର୍ଦ୍ଦେଶକ ଅଶ୍ୱନୀ ତ୍ରିପାଠୀ । ତା ସିହତ ଏହି ଫିଲ୍ମର ଦେବଯାନୀ ଦେଖାଇଛନ୍ତି କୃଷକ ଘରର ସମସ୍ୟା । ସାଜିଛନ୍ତି କୃଷକ ଘରର ଝିଅ ।

ଆଉ ଗୋଟିଏ ବାପ ଚାଲିଯିବା ପରେ ଗୋଟିଏ ଝିଅ ଯିଏ କୃଷିକୁ ହି ତାର ଜୀବନ ର ସର୍ବୋଷ ଭାବି ନେଇଛି ଏବଂ ସେହି କୃଷକ ଘରର ପାଠ ପଢିଛି ସେ କିଭଳି ଭାବରେ ଯେଉଁ ସିଷ୍ଟମ ରହିଛି ଯେଉଁ ସରକାର ରହିଛନ୍ତି ଏବଂ ତା ସହିତ କିଭଳି ସରକାରଙ୍କ ବିଭିନ୍ନ ଯୋଜନା ବାସ୍ତବିକ କୃଷକ ମାନଙ୍କ କ୍ଷତି କରୁଛି ଏସବୁ ନେଇ ଗୋଟିଏ ସ୍ୱର ଉଠାଇଛନ୍ତି । ତେବେ ଏହି ସିନେମାଟି ଦେଖିବାକୁ ଆବଶ୍ୟକତା ଏଥିପାଇଁ କାରଣ ଏହି ସିନେମାରେ ଗୋଟିଏ କଥା ସ୍ପଷ୍ଟ କରିଦିଆଯାଇଛି ।

Udndi Sita

ତେବେ ଫିଲ୍ମର ଟ୍ରେଲରେ ସବୁକିଛି ପ୍ରୁଷ୍ଠ ଭୂମିକୁ ଖୋଲି ରଖି ଦିଆଯାଇଛି ଏବଂ ଯେଉଁଥିରେ ଦେଖିବାର କଥା ହେଉଛି କେତେ କନଭିନ୍ସ କରିପାରୁଛନ୍ତି ଦେବଯାନୀ ଦର୍ଶକ ମାନଙ୍କୁ ତାଙ୍କ ପ୍ରଫମାନ୍ସରେ । ଏହା ସହିତ ଫିଲ୍ମରେ ରହିଛନ୍ତି ଅନେକ ସାରା ସହ କଳାକାର । ଯେଉଁମାନେ କି ଦେବଯାନୀଙ୍କ ର କ୍ୟାରେକ୍ଟରକୁ ଏତେ ଚ୍ୟାଲେଞ୍ଜିଂ କରୁଛନ୍ତି ବା ତାଙ୍କ ସାମ୍ନାରେ ଏତେ ସବୁ ଚ୍ୟାଲେଞ୍ଜି ସୃଷ୍ଟି କରୁଛନ୍ତି ଏବଂ ଏହାକୁ କିଭଳି ଭାବରେ ସହ୍ୟ କରି ଦେବଯାନୀ ଆଗକୁ ବଢି ପାରୁଛନ୍ତି ତାହା ହିଁ ହେଉଛି ଫିଲ୍ମର ସଂପୂର୍ଣ୍ଣ କଥା ।

ତେବେ ଏସବୁ କିଛିକୁ କିଭଳି ଭାବରେ ଉପସ୍ଥାପିତ କରୁଛନ୍ତି ଅଶ୍ୱନୀ ତ୍ରିପାଠୀ ତାହା ବି ଗୋଟିଏ ଦେଖିବାର କଥା । ଫିଲ୍ମ ଡେଲିଭରି ବଏ ପରେ ପୁଣି ଏକ ମୁଦ୍ରାକୁ ନେଇ ସାମ୍ନାକୁ ଆସିଛନ୍ତି । ଦେଖିବାକୁ ବାକି ରହିଲା ଏହି ଫିଲ୍ମ ଦର୍ଶକକୁ କେତେ ବିମୋହିତ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *