ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଶ୍ୱର ୧ ନଂ ଧନୀ ଏଲନ୍ ମୋସ୍କ ମାଲିକାନାରେ ପରିଚାଳିତ ହେଉଥିବା ସୋସିଆଲ ମିଡିଆ ଟ୍ୱିଟରକୁ ଭାରତରେ ଲାଗିଛି ଶକ୍ତ ଧକ୍କା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟ ଯାଇଥିବା ଟ୍ୱିଟର କେସ୍ ହାରି ଯାଇଛି । କମ୍ପାନୀର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ପରିବର୍ତ୍ତେ ତାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିବାରୁ ଜସଟିସ୍ କ୍ରିଷ୍ଣା ଏ. ଏସ ଦିକ୍ଷିତ କମ୍ପାନୀ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ।
ଆସନ୍ତା ୪୫ଦିନ ଭିତରେ ଜୋରିମାନା ଦାଖଲ କରିବାକୁ କହିଛନ୍ତି । ସେଥିରେ ବିଳମ୍ବ ହେଲେ ପ୍ରତ୍ୟେକ ଦିନ ଲାଗି ଅତିରିକ୍ତ ୫ହଜାର ଟଙ୍କା ଲେଖାଏଁ ଗଣିବାକୁ ହେବ ବୋଲି ଜସଟିସ୍ ଦିକ୍ଷିତ ସ୍ପଷ୍ଟ କରିଛନ୍ତି । ୨୦୨୧ ଫେବୃଆରୀ ୨ ରୁ ୨୦୨୨ ଫେବୃଆରୀ ୨୮ ଭିତରେ ବହୁ ପୋଷ୍ଟ ଓ ଆକାଉଣ୍ଟ ବ୍ଲକ କରିବା ଲାଗି ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ଇଲୋକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ । ୧୪୭୪ ଆକାଉଣ୍ଟ , ୧୭୫ ଟୁଇଟ ଆଉ ୨୫୬ ୟୁଆରଏଲ ଓ ଗୋଟିଏ ହାସଟକ ବ୍ଲକ କରିବାକୁ ସରକାର କମ୍ପାନୀକୁ କହିଥିଲେ ।
ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ପରିବର୍ତ୍ତେ କମ୍ପାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ କରିବା ଲାଗି ନିର୍ଦ୍ଦେଶ ଦେବାର କ୍ଷମତା ସରକାରଙ୍କ ନଥିବା ଟ୍ୱିଟର କହିଥିଲା । ସେଭଳି ପଦକ୍ଷେପ ନେବା ପୂର୍ବରୁ ତାହା ପଛର କାରଣ ବିଷୟରେ ବ୍ୟବହାର କାରୀକୁ ଆଗୁଆ ସୂଚିତ କରିବା ଜରୁରୀ ବୋଲି କମ୍ପାନୀ ଯୁକ୍ତି ମାଡିଥିଲା । ସରକାର କିନ୍ତୁ କହିଥିଲେ ଯେହେତୁ ଟ୍ୱିଟର ଏକ ବିଦେଶୀ କମ୍ପାନୀ ଭାରତୀୟ ସମ୍ବିଧାନ ଏହାର ନାଗରିକ ମାନଙ୍କୁ ଯେଉଁ ଅଧିକାର ଦେଇଛି ତାହାକୁ ଉଲଙ୍ଘନ କରିପାରିବ ନାହିଁ ।
ଆକାଉଣ୍ଟ ଖୋଲିଥିବା ଲୋକଙ୍କ ତରଫରୁ ଟ୍ୱିଟର କିଛି କରିପାରିବନି ବୋଲି ସରକାର କହିଥିଲେ । ଏହି ମାମଲାରେ ଉଭୟ ପକ୍ଷ ଯୁକ୍ତି ଶୁଣିବା ପରେ ଗତ ଏପ୍ରିଲ ୨୧ରେ ହାଇକୋର୍ଟ ରାୟ ସ୍ଥଗିତ ରଖିଥିଲେ । ଉଲ୍ଲେଖଯୋଗ୍ୟ ନୂଆ ଆଇଟି ନିୟମକୁ ନେଇ ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ସେହି ସମୟରେ ଟ୍ୱିଟର ସିଓ ଭାବେ ପରାଗ ଅଗ୍ରୱାଲ କାମ କରୁଥୁଲେ । ଇଏ ସେହି କମ୍ପାନୀକୁ ଏଲ୍ଏନ ମାକ୍ସ କିଣି ନେଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ବେଳେ ମୋସ୍କ କହିଥିଲେ ଯେ ଟ୍ୱିଟର ଯେଉଁ ଦେଶରେ କାମ କରୁଛି ସେହି ଦେଶର ନିୟମ ପାଳନ କରିବା ଉଚିତ୍ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।