ଆଜି ୩ ଜୁଲାଇ | ୭ ଜିଲ୍ଲା ପ୍ରବଳ ଓ ୧୪ ଜିଲ୍ଲାରେ ଘଡଘଡି ସହ ବର୍ଷା |

rain 7

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁଲାଇ ମାସ ୩ତାରିଖ ସୋମବାର ଅର୍ଥାତ୍ ଆଜି । ଉତ୍ତର ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା । ଉପକୂଳ ଓଡିଶାରେ ୧୪ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ଏବେ ମୌସୁମୀ ପ୍ରଭାହ ଦୁର୍ବଳ ରହିଛି । ୨୪ଘଣ୍ଟାରେ ସମଗ୍ର ରାଜ୍ୟରେ ସ୍ୱଭାବିକ ଠାରୁ ୮୭ ପ୍ରତିଶତ ବର୍ଷା କମ୍ ହୋଇଛି । ଜୁନ୍ ଆରମ୍ଭରୁ ଏଯାଏଁ ୨୬ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ମୌସୁମୀ ଦୁର୍ବଳ ଥିଲା ଏବେ ତାହା ସ୍ୱଭାବିକ ସ୍ଥିତିକୁ ଆସୁଛି । ମୌସୁମୀ ଦୁର୍ବଳ ହେତୁ ଓଡିଶାରେ ଆଦ୍ରତା ୭୦ପ୍ରତିଶତ ରୁ ଅଧିକ ରହିଛି ।

rains

ସମଗ୍ର ରାଜ୍ୟରେ ୫୦ପ୍ରତିଶତ ରୁ ଅଧିକ ଆଦ୍ରତା ରହିଛି । ଆସନ୍ତାକାଲି ଅର୍ଥାତ୍ ୪ତାରିଖ ପରେ ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଉ ଏଥିସହ ଆଜି ଉତ୍ତର ଆଉ ଉପକୂଳ ଓଡିଶାର ବର୍ଷା ସମ୍ଭାବନା ରହିଛି । ଆଉ ସେହିପରି ଆଜି ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆଜି ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ମୟୂରଭଞ୍ଜ ଆଉ କେନ୍ଦୁଝର ଏହି ୧୪ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣିଂ ଜାରି କରାଯାଇଥିବା ବେଳେ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେସବୁ ଜିଲ୍ଲା ଗୁଡିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଆଉ କନ୍ଧମାଳ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *