ଏମିତି ଏକ ଦେଶ ଅଛି ଯେଉଁଠି 24ଘଣ୍ଟା ପାଇଁ ବିବାହ କରନ୍ତି ଝିଅ ଓ ପୁଅ । ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୁହାଯାଏ ଦେଶ ଜାଣେ ଭେଷ । ଏ ଦୁନିଆରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୁୃତି ରହିଛିଲ । ଆପଣ ଯେଉଁ ଦେଶକୁ ଯିବେ ସେଠାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୁୃତି ଦେଖିବାକୁ ପାଇବେ । ସେହିପରି ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରଥା ରହିଛି । କିଛି ସ୍ଥାନରେ ବିବାହର ପ୍ରକ୍ରିୟା ଜଲଦି ହୁଏତ କିଛି ସ୍ଥାନରେ ବିବାହର ପ୍ରକ୍ରିୟା ବହୁତ ଦିନ ପର୍ଯ୍ୟନ୍ତ ଚାଲୁଥାଏ ।

କେଉଁଠାରେ ଝିଅମାନେ ଯୌତୁକ ଦିଅନ୍ତି ତ କେଉଁଠାରେ ପୁଅମାନେ ଯୌତୁକ ଦିଅନ୍ତି । ଅନ୍ୟ କିଛି ସ୍ଥାନରେ ବିବାହ ଚଳଚିତ୍ର ପରି କିଛି ଘଣ୍ଟାରେ ସଂପୂର୍ଣ୍ଣ ମଧ୍ୟ ହୋଇଥାଏ । ଆମେ ଆମ ପଡୋଶୀ ଦେଶ ଚୀନ ବିଷୟରେ କହୁଛୁ । ଯେଉଁଠାରେ କେତେକ କ୍ଷେତ୍ରରେ ପୁରୁଷ ମାନେ କେବଳ ୨୪ଘଣ୍ଟା ପାଇଁ ବିବାହ କରନ୍ତି ।

marred

ଏକ ଜାତୀୟ ଗଣ ମାଧ୍ୟମ ଖବର ଅନୁସାରେ ଚିନର ଲୋକମାନେ ଏତେ ଗରିବ ଯେ ସେମାନେ ବିବାହ ସମୟରେ ଝିଅକୁ ଉପହାର ଓ ଟଙ୍କା ଦେବା ପାଇଁ ସକ୍ଷମ ହୋଇନଥାନ୍ତି । ତେଣୁ ସେମାନଙ୍କ ବିବାହ ହୋଇପାରେନାହିଁ । ଏପରି ସ୍ଥଳେ ସେମାନେ ଏକ ବିଶେଷ ଭାବେ ବିବାହ କରିଥାନ୍ତି । ଯାହା ମାଧ୍ୟମରେ ସେମାନଙ୍କୁ ବିବାହିତ ବୋଲି ବିବେଚନା କରାଯାଏ ।

ଚାଇନାର ବୁବେଇ ପ୍ରଦେଶର ଗ୍ରାମାଞ୍ଚଳରେ ଏହି ଗୋଟିଏ ଦିନ ବିବାହ ଧାରା ଚାଲୁ ରହିଛି । ଏଠାରେ ଯେଉଁ ପୁଅମାନେ ଗରିବ ଏବଂ ବିବାହ କରିବେ ନାହିଁ ସେମାନେ ମରିବା ପୂର୍ବରୁ ନିଜ ନାମ ପାଇଁ ୨୪ ଘଣ୍ଟା ବା ଗୋଟିଏ ଦିନ ପାଇଁ ବିବାହ କରିଥାନ୍ତି । ଗତ ୬ବର୍ଷ ମଧ୍ୟରେ ଏହି ଧାରା ବୃନ୍ଧି ପାଇଛି ।

ବାସ୍ତବରେ ବୁବେଇର ଗ୍ରାମାଞ୍ଚଳରେ ବିଶ୍ୱାସ କରାଯାଏ ଯେ ଜଣେ ବ୍ୟକ୍ତି ଯଦି ବିବାହିତ ତାଙ୍କର ମୃ-ତ୍ୟୁ ପରେ ତାଙ୍କର ପିତ୍ରୁ ପୁରୁଷ ପାଖରେ ତାଙ୍କର କବର ଦିଆଯିବ । ଏପରି ପରିସ୍ଥିତିରେ ବିବାହ ପରେ ଗରିବ ପୁରୁଷମାନେ କନ୍ୟାକୁ ନିଜ ପିତ୍ରୁ ପୁରୁଷଙ୍କ କବର ପାଖକୁ ନେଇଯାଇ ନିଜ ପୂର୍ବ ପୁରୁଷ ମାନଙ୍କୁ କୁହନ୍ତି ଯେ ସେମାନେ ବିବାହ କରିଛନ୍ତି । ତେବେ ଯାଇ ସେହି ଗରିବ ପୁରୁଷକୁ ନିଜ ପିତ୍ରୁ ପୁରୁଷଙ୍କ କବର ପାଖରେ କବରର ସ୍ଥାନ ମିଳିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *