ପୁଣି ବଢ଼ିଲା ସୁନା ଦର । ସୁନା କିଣିବାକୁ ଡରୁଛନ୍ତି ଲୋକେ…

gold 3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କମୁନି ସୁନା ଦର । ୧୦ଗ୍ରାମ ସୁନା ମୂଲ୍ୟ ୬୦ହଜାର । ସୁନାର ସୁନ୍ଧତାକୁ ନେଇ ଚିନ୍ତାରେ ଗ୍ରାହକ । ଯଦିଓ ସୁନା, ରୂପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି କିନ୍ତୁ ୬୦ହଜାର ତଳକୁ ଖସୁନି ସୁନା । ସେପଟେ ସୁନା ଟିକେ କିଣିବା ପାଇଁ ଚିନ୍ତାରେ ପଡିଛନ୍ତି ଗ୍ରାହକ । ଗୋଟେ ପଟେ ସୁନା ଦର ଉଚା ରହିଥିବା ବେଳେ ଗୋଟେ ପଟେ ସୁନାର ସୁନ୍ଧତା ଯାଞ୍ଚ ନେଇ ଦ୍ୱନ୍ଦରେ ରହିଛନ୍ତି ଲୋକେ । ସୁନ୍ଧ ସୁନା ପରକ୍ଷିବା ନେଇ ବିଭିନ୍ନ ପ୍ରକାର ପ୍ରଚାର କରୁଛନ୍ତି ସରକାର ।

ତେବେ ବର୍ତ୍ତମାନ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ସୁନା ୧୦ଗ୍ରାମ ମୂଲ୍ୟ ୫୫ହଜାର ୧୦୦ଟଙ୍କା ହୋଇଥିବା ବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୧୦ଗ୍ରାମ ପିଛା ୬୦,୧୬୦ଟଙ୍କା ରହିଛି । ସେହିପରି ରାଜଧାନୀ ଦିଲ୍ଲୀରେ ୨୨କ୍ୟାରେଟ ସୁନାର ମୂଲ୍ଯ ୧୦ଗ୍ରାମ ପିଛା ୫୫,୩୦୦ଟଙ୍କା ରହିଥିବା ବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୬୦,୩୨୦ଟଙ୍କା ରହିଛି ।

ଅନ୍ୟ ପଟେ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨କ୍ୟାରେଟ ସୁନାର ମୂଲ୍ୟ ୫୫,୧୫୦ଟଙ୍କା ରହିଥିବା ବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୧୦ଗ୍ରାମ ପିଛା ୬୦,୧୬୦ଟଙ୍କା ରେକର୍ଡ ହୋଇଛି । ସେହିପରି ଚେନ୍ନାଇରେ ୨୨କ୍ୟାରେଟ ସୁନାର ମୂଲ୍ୟ ୫୫,୫୫୦ ଟଙ୍କା ରହିଥିବା ବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୬୦,୬୦୦ଟଙ୍କା ରେକର୍ଡ ହୋଇଛି ।

golds

କୋଲକାତାରେ ଯଥାକ୍ରମେ ୫୫,୧୫୦ ଟଙ୍କା ଓ ୬୦,୧୬୦ଟଙ୍କା ରହିଛି ୨୨ କ୍ୟାରେଟ ଓ ୨୪କ୍ୟାରେଟ ସୁନାର ମୂଲ୍ୟ । ସେହିପରି ରୂପା ମୂଲ୍ୟ ୧କିଲୋଗ୍ରାମ ପ୍ରତି ୭୮ହଜାର ରହିଥିବା ନେଇ ରେକର୍ଡ ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ ଏବେ ୨୨କ୍ୟାରେଟ ଓ ୨୪କ୍ୟାରେଟ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୫୫,୧୫୦ଟଙ୍କା ଓ ୬୦,୧୬୦ଟଙ୍କା ରହିଛି ।

କିପରି ସୁନାର ସୁନ୍ଧତାକୁ ଜାଣିବେ । ସୁନାର ସୁନ୍ଧତା ଜାଣିବା ପାଇଁ ଆର୍ନ୍ତଜାତୀୟ ସଙ୍ଗଠନ ପାଇଁ ଷ୍ଟାଣ୍ଡାର୍ଡଜାଇସେନ ଦ୍ୱାରା ହଲମାର୍କ ଦିଆଯାଇଥାଏ । ୨୪କ୍ୟାରେଟ ସୁନା ଅଳଙ୍କାରରେ ୯.୯ ପଏଣ୍ଟ ୯ ଗ୍ରାମ ସୁନ୍ଧତା ୨୩କ୍ୟାରେଟ ସୁନାରେ ୯୫.୮ , ୨୨କ୍ୟାରେଟ ସୁନାରେ ୯୧.୬ ଏବଂ ୨୧କ୍ୟାରେଟ ସୁନାରେ ୮୭.୫ ଓ ୧୮କ୍ୟାରେଟ ସୁନାରେ ୭୫.୦ ଗ୍ରାମ ଲେଖାଯାଇଛି ।

ପ୍ରାୟତଃ ସୁନା ୨୨କ୍ୟାରେଟରେ ବିକ୍ରୀ ହେଉଥିବା ବେଳେ କିଛି ଲୋକ ୧୮କ୍ୟାରେଟ ମଧ୍ୟ ବ୍ୟବହାର କରନ୍ତି । କ୍ୟାରେଟ ୨୪ରୁ ଅଧିକ ନୁହେଁ । କିନ୍ତୁ କ୍ୟାରେଟ ଯେତେ ଅଧିକ ସୁନା ସେତେ ସୁନ୍ଧ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *