ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୋନ୍ ଆପରେ ଫସିଲେ ବ୍ୟାଙ୍କ କର୍ମଚାରୀ । ଆପ୍ ଡାଉନଲୋଡ୍ କରି ତିନି ଗୁଣା ଟଙ୍କା ପରିଶୋଧ ପାଇଁ ଧମକ । ନ୍ୟୁଡ ଫଟୋ ପଠାଇବାକୁ ଧମକ ଦେଲେ ଦୁର୍ବ୍ରୁତ୍ତ । ଏବେ ମହିଳା କର୍ମଚାରୀ ସାଇବର ଥାନାରେ ହେଲେ ଦ୍ୱାରସ୍ଥ । ଲୋନ ଆପ୍ ଡାଉନଲୋଡ୍ ନ କରିବାକୁ ଦେଲେ ପରାମର୍ଶ । ତେବେ ବ୍ୟାଙ୍କ କର୍ମଚାରୀ ହୋଇ ମଧ୍ୟ ଲୋନ୍ ଆପରେ ଏବେ ଫସି ଯାଇଛନ୍ତି ।
ଇଣ୍ଟରନେଟରେ ବିଗତ ଦିନରୁ ଗୋଟିଏ ଲୋନ୍ ଆପ ଇନଷ୍ଟଲ କରି ସେ ଏବେ ହରଡ ଭରାରେ । ମୋବାଇଲକୁ ଆସିବା ପରେ ବିନା କୌଣସି କନଫରମେସନ ରେ ହଠାତ୍ ତିନୋଟି ପର୍ଯାୟରେ ଆକାଉଣ୍ଟକୁ ଟଙ୍କା ଆସିଲା । ଟଙ୍କା ଆସିବାର କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ବ୍ଲାକମେଲିଂ । ଆକାଉଣ୍ଟକୁ ଯାଇଥିବା ଟଙ୍କା ଠାରୁ ତିନିଗୁଣ ଅଧିକ ଟଙ୍କା ପରିଶୋଧ କରିବାକୁ ବାରମ୍ବାର ଯୁବତୀଙ୍କ ପାଖକୁ ଆସୁଥୁଲା ଧମକ ପୂ-ର୍ଣ୍ଣ କଲ୍ ।
ଯେତେବେଳେ ସେହି କଥାକୁ କର୍ଣ୍ଣପାତ କରିନଥିଲେ ଟଙ୍କା ମାଗୁଥିବା ବ୍ୟକ୍ତି ଯୁବତୀଙ୍କ ଫୋନକୁ ହ୍ୟାକ କରିଥିଲେ । ହ୍ୟାକ ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଫଟୋ ଓ କର୍ଣ୍ଣଟାକ୍ଟରେ ଥିବା ନମ୍ବର ନେଇ ବ୍ଲାକମେଲିଂ କରିବା ଆରମ୍ଭ କରିଦେଲେ । ଏମିତିକି ଧମକ ଦେଇଥିଲେ କର୍ଣ୍ଣଟାକ୍ଟରେ ଥିବା ସବୁ ଫୋନ୍ ନମ୍ବରକୁ ତାଙ୍କର ଫୋଟ ଏଡିଟ୍ କରି ତାଙ୍କର ନିଉଡ୍ ଫଟୋ ପଠାଇବେ । ଯାହାକୁ ନେଇ କହିଛନ୍ତି ଏବେ ଯୁବତୀ ଜଣକ ।
ତେବେ ଏନେଇ ବାରମ୍ବାର ବାରମ୍ବାର ମନା କରିବା ସତ୍ତ୍ୱେ ଏହା ଥମି ନଥିଲା ବରଂ ଅଧିକ ହେବାକୁ ଲାଗିଥିଲା । ଏବେ ବାଧ୍ୟ ହୋଇ ଯୁବତୀ ଜଣକ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଆପ୍ ବିରୋଧରେ ଏବେ ଅଭିଯୋଗ କରିଛନ୍ତି ଆଉ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି କୌଣସି ଲୋନ୍ ଆପକୁ ଡାଉନଲୋଡ୍ କରନ୍ତୁ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।