ସରକାର କଲେ ବଡ଼ ଘୋଷଣା । ଅବିବାହିତଙ୍କୁ ମିଳିବ ପେନସନ୍ ଯୋଜନା ।

Unmarried

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅବିବାହିତକୁ ପେନସନ୍ ଦେବେ ରାଜ୍ୟ ସରକାର । ହରିୟାଣା ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ୧ ଜୁଲାଇ ୨୦୨୩ରୁ ଆରମ୍ଭ ହୋଇଛି ଏହି ଯୋଜନା । ହରିୟାଣା ସରକାର ଅବିବାହିତାଙ୍କ ଲାଗି ପେନସନ୍ ଯୋଜନା ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ଏହି ଯୋଜନା ଲାଗି ଅଧିକ ସୂଚନା ଜାରି କରିଛନ୍ତି । ୧ ଜୁଲାଇ ୨୦୨୩ରୁ ଏହି ଯୋଜନା ଲାଗୁ ହୋଇଯାଇଛି । କିନ୍ତୁ ଏହି ପେନସନ୍ ଲାଗି ସରକାର କିଛି ସର୍ତ୍ତ ରଖିଛନ୍ତି । ଯିଏ ଏହି ସମସ୍ତ ସର୍ତ୍ତ ପୂରଣ କରିବେ ସିଏ ଏହି ପେନସନ୍ ପାଇବାକୁ ହକଦାର ହେବେ ।

ସରକାରଙ୍କ ଏହି ପେନସନ୍ ନେବା ପୂର୍ବରୁ ଅବିବାହିତକୁ କିଛି ଶହେ ଥର ଚିନ୍ତା କରିବାକୁ ପଡିବ । କାରଣ ସରକାର ଯେଉଁ ସର୍ତ୍ତ ରଖିଛନ୍ତି ତାହାକୁ ପୂରଣ କରିବାକୁ ବଡ ଆହ୍ୱାନ । ଏହାପରେ ଯାଞ୍ଚରେ ଯଦି କେହି ଅଯୋଗ୍ୟ ବୋଲି ଜଣା ପଡିବେ ତେବେ ଏହି ପେନସନ୍ ର ଲାଭ ଉଠାଇବାକୁ ମହଙ୍ଗା ପଡିବ । କାରଣ ସରକାର ସୁଧ ସହିତ ମୂଳ ରାଶି ଆଦାୟ କରିବେ । ଏବେ ହରିୟାଣା ସରକାର ନିୟମ ସର୍ତ୍ତ କୁ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି ।

Haryana

କୁହାଯାଉଛି ସରକାରଙ୍କ ପକ୍ଷରୁ ଅବିବାହିତକୁ ଗୋଟିଏ ହାତରେ ଲଡୁ ଧରେଇ ଦିଆଯାଉଥିବା ବେଳେ ଅନ୍ୟପଟେ ସେମାନଙ୍କ ବେକରେ ନିୟମ ଓ ସର୍ତ୍ତର ଖଡା ଝୁଲାଇ ଦିଆଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ ୧ଜୁଲାଇ ରେ ମନୋହର ଲାଲ ଖଟର ସରକାର ଅବିବାହିତ ଲୋକଙ୍କୁ ମାସକୁ ୨୭୫୦ଟଙ୍କା ପେନସନ୍ ଦେବା ଲାଗି ଘୋଷଣା କରିଥିଲେ । ଏହି ସମ୍ପର୍କରେ ଏବେ ଅଧିକ ସୂଚନା ଜାରି କରାଯାଇଛି । ଏଥିରେ ନିୟମ ଓ ସର୍ତ୍ତ ବିଷୟରେ ଫାଇନାଲ କରାଯାଇଛି ।

ଯଦି କାହାର ବିବାହ ହୋଇନାହିଁ କିନ୍ତୁ ସିଏ ଲିଭଇନ୍ ରେ ରହୁଛନ୍ତି ତେବେ ସେ ଏ ପେନସନ୍ ପାଇପାରିବେ ନାହିଁ । ଛାଡପତ୍ର ପାଇଥିବା ବ୍ୟକ୍ତି ମଧ୍ୟ ପେନସନ୍ ପାଇଁବେ ନାହିଁ। ଯେଉଁ ବ୍ୟକ୍ତି ସରକାରଙ୍କ ଠାରୁ ଅନ୍ୟ କିଛି ଭତ୍ତା ପାଉଥିବେ ସେ ମଧ୍ୟ ଏହି ପେନସନ୍ ପାଇବେ ନାହିଁ । ଯଦି କେହି ଅବିବାହିତା ଥିବାରୁ ପେନସନ୍ ପାଉଛି କିନ୍ତୁ ପରବର୍ତ୍ତୀ ସମୟରେ ବିବାହ ହୋଇଯାଉଛି ତେବେ ତୁରନ୍ତ ଏ ବିଷୟରେ ସରକାରଙ୍କୁ ସୂଚନା ଦେବା ଉଚିତ୍ । ଅନ୍ୟଥା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଯେଉଁ ଲାଭ ସାମାଜିକ ନ୍ୟାୟ ଏବଂ ଅଧିକାରୀତା ନିର୍ଦେଶାଳୟକୁ ସୂଚନା ନଦେଇ ବିବାହ କରିବ ତେବେ ତାଙ୍କୁ ଦଣ୍ଡିତ କରାଯିବ । ଏପରି ବ୍ୟକ୍ତିଙ୍କ ଠାରୁ ପେନସନ୍ ର ପୁରା ରାଶି ଆଦାୟ କରାଯିବ ସହିତ ୧୨ପ୍ରତିଶତ ହାରରେ ସୁଧ ବି ଆଦାୟ ହେବ । ଲାଭାଧିକ ବୟସ ୪୫ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଉଚିତ୍ । ଲାଭାଧିକ ବାର୍ଷିକ ଆୟ ୧ଲକ୍ଷ ୮୦ହଜାର ରୁ କମ୍ ହୋଇଥିବା ଉଚିତ୍ । ଲାଭାଧି ନିଜ ପରିବାରର ପରିଚୟ ପତ୍ର ପ୍ରତି ମାସରେ ୧୦ତାରିଖ ପୂର୍ବରୁ ଜମା କରିବାକୁ ହେବ । ଲାଭାଧିକ ବୟସ ୬୦ବର୍ଷ ହୋଇଯିବା ପେନସନ୍ ସତଃ ବ୍ରୁଦ୍ଧାବସ୍ଥାରେ ପରିବର୍ତ୍ତିତ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *