ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆମ ଓଡିଶା ନବୀନ ଓଡ଼ିଶା ଯୋଜନା ଆରମ୍ଭ । ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଅନୁଦାନ । ରାଜ୍ୟରେ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ପଞ୍ଚାୟତରାଜ ବିଭାଗରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଉଛି ।
ଆମ ଗାଁ ଆମ ବିକାଶର ନିର୍ଦେଶାନାମାକୁ ସଂଶୋଧନ କରି ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡ଼ିଶା ଯୋଜନା ଆରମ୍ଭ କରିଛନ୍ତି । ଉକ୍ତ ଯୋଜନା ଅଧିନରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଟଙ୍କା ୪ହଜାର କୋଟି ବ୍ୟୟ ବରାଦ କରାଯାଇଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଇଁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇ ପାରିବେ ।
ସେପଟେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ ମାଗଣା ଜମି ପ୍ରଦାନକୁ ଅନୁମୋଦନ ମିଳିଛି । ବିଶ୍ୱ ବିଦ୍ୟାଳୟକୁ ମିଳିବ ୮.୬୯୩ ଏକର ଜମି । ସେହିପରି ଅଷ୍ଟମ ଅନୁଛେଦରେ କଇ ଭାଷାକୁ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ । ଏହା କଉ ଭାଷା ସଂଗ୍ରକ୍ଷଣ ଭାଷା ଓ ବିକାଶ ଓ ପ୍ରସାଶଣ ଗବେଷଣା ଓ ଅଧୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ନିଷ୍ପତ୍ତିରେ ୭ଲକ୍ଷ ରୁ ଅଧିକ କଇ ଭାଷାଭାଷୀ ଜନଜାତି ଉପକୃତ ହେବେ ।
ଆମ ଓଡିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଓଡିଶାର ଐତିହ ଏବଂ ସାଂସ୍କୃତିକ ଭିତ୍ତିଭୂମି ବିକାଶ ପ୍ରାଥମିକ ଶିକ୍ଷା ଉନ୍ନତି କରଣ , ମହିଳା ଯୁବକ ସଶକ୍ତିକରଣ ହାସଲ କରିବା ନିମନ୍ତେ ଭିତ୍ତିଭୂମିର ବିକାଶ ଯୁବକ ମାନଙ୍କ ପାଇଁ କ୍ରୀଡା ସୁବିଧା, ବ୍ୟାଙ୍କିଂ ସେବା ତଥା ଡିଜିଟାଲ ସେବା ନିମନ୍ତେ ଆବଶ୍ୟକ ଭିତିଭୂମିର ଉନ୍ନତି କରଣ ଇତ୍ୟାଦି ପ୍ରସ୍ତାବ ଗ୍ରହଣ କରାଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।