ପ୍ରଥମ ରୁ ଦଶମ ଶ୍ରେଣୀର ସ୍କୁଲ ଛାତ୍ରଛାତ୍ରୀ ପାଇଁ ସରକାର କଲେ ବଡ଼ ଘୋଷଣା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥୁବା ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସରକାର ତରଫରୁ ଜାରି ହେଲା ଆଉ କିଛି ବଡ ଘୋଷଣା । ଆସିଲା ଏବେ ଏବେ ଆଉ କିଛି ବଡ ଖବର । ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖିବେ ଛାତ୍ରଛାତ୍ରୀ । ୧୩୫ସ୍କୁଲରେ ଆରମ୍ଭ ହେବ ବିପର୍ଯ୍ୟୟ ଭୟ ହ୍ରାସ କାର୍ଯ୍ୟକ୍ରମ । ତେବେ ବିଦ୍ୟାଳୟରୁ ବାହାରିବେ ବିପର୍ଯ୍ୟୟ ଯୁନ୍ଧା । ପ୍ରକୃତିର ତାଣ୍ଡବ ବିରୋଧରେ ମୁକାବିଲା ଓ ଉନ୍ଧାର କୌଶଳ ଶିଖିବେ ଛାତ୍ରଛାତ୍ରୀ ।

ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ କୌଶଳ ପିଲାଙ୍କ ପାଠ୍ୟକ୍ରମରେ ସାମିଲ୍ ହୋଇଥିବା ବେଳେ ଏ ସମ୍ପର୍କରେ ପିଲାଙ୍କୁ ଅଧିକ ଦକ୍ଷ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ସ୍କୁଲରେ ବିପର୍ଯ୍ୟୟ ଆସିବା ସମୟରେ କିପରି ନିଜକୁ ରକ୍ଷା କରାଯାଇ ପାରିବ ସେଥିପାଇଁ କର୍ମଶାଳା, ଦିଗ୍ ଦର୍ଶନ, ଓ ଟ୍ରେନିଂ ଦିଆଯିବ ।

school

ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏନେଇ ଗ୍ୟାନ ଆହରଣ କରିବେ । ତେବେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଥୀ କରଣ ସ୍କୁଲ ଗଣଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ ସହଭାଗୀତାରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେବନ। ତେବେ ରାଜ୍ୟ ସରକାର ସ୍କୁଲରେ ବିପର୍ଯ୍ୟୟ ଭୟ ହ୍ରାସ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ।

ବିପର୍ଯ୍ୟୟ ଆସିବା ସମୟରେ କିପରି ନିଜକୁ ରକ୍ଷା କରାଯାଇ ପାରିବ ସେଥିପାଇଁ କର୍ମଶାଳା, ଦିଗ୍ ଦର୍ଶନ ଓ ପ୍ରଶୀକ୍ଷଣ ଦିଆଯିବ । ପ୍ରାଥମିର ପର୍ଯ୍ୟାୟରେ ୧୩୫ଟି ସ୍କୁଲରେ ପାଇଲଟ ପ୍ରକଳ୍ପ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ପିଲାକୁ ବିପର୍ଯ୍ୟୟ ପରିଚାଳନା ଓ ପ୍ରମର୍ଶନ ସମ୍ପର୍କରେ ଜ୍ଞାନ ଦିଆଯିବ । ସେହିପରି ଆସନ୍ତା ବର୍ଷ ମାର୍ଚ୍ଚ ରେ ଫାଷ୍ଟେଡ ଓ ଉନ୍ଧାର କୌଶଳ ଶିକ୍ଷିବେ ଛାତ୍ରଛାତ୍ରୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *