ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଭୋଟର କାର୍ଡକୁ ନେଇ ଆସିଲା ଆଉ କିଛି ବଡ ଖବର । ଯଦି ଆପଣ ଏଥିରେ ନୂତନ ଆପଲାଇ କରିବାକୁ ଚାହୁଁଛନ୍ତି ଏମିତିକି କିଛି ତୃଟି ଥିଲେ ଏହାକୁ ସଂଶୋଧନ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଜାରି ହେଲା ତାରିଖ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସଂଶୋଧିତ ତୃଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ନିମନ୍ତେ ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ ।
ଜୁଲାଇ ୨୨ତାରିଖ ଠାରୁ ଘରକୁ ଘର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୧୪୭ଟି ବିଧାନ ସଭା ମଣ୍ଡଳୀର ଭୋଟରଙ୍କ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ମୋଟ ୩୭,୬୦୭ଜଣ ବୁଥ୍ ସ୍ତରୀୟ ଅଧିକାରୀ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ସୂଚନା ମିଳିଛି ।
ଚିଠା ଭୋଟର ତାଲିକା ଅକ୍ଟୋବର ୧୭ରେ ପ୍ରକାଶ ପାଇବ । ଏହା ଉପରେ ଆପତ୍ତି ଅଭିଯୋଗ ଅକ୍ଟୋବର ୧୭ରୁ ନଭେମ୍ବର ୩୦ମଧ୍ୟରେ ଶୁଣାଣି କରାଯିବ । ଡିସେମ୍ବର ୨୬ତାରିଖ ସୁଧା ସମସ୍ତ ଅଭିଯୋଗର ସମାଧାନ କରାଯିବ ଓ ୨୦୨୪ ଜାନୁଆରୀ ୫ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ଯେଉଁ ମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡିଛି ସେମାନଙ୍କ ନାମକୁ ଯୋଗ କରିବା ସହ ଯାହାଙ୍କ ବୟସ ୨୦୨୩ ଅକ୍ଟୋବର ୧ତାରିଖ ସୁଧା ୧୮ବର୍ଷ ହୋଇଥିବ ସେମାନଙ୍କୁ ତାଲିକା ଭୁକ୍ତ କରାଇବା ଅନ୍ୟନ୍ୟ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାଁ ବାଦ୍ ଦେବା ଓ ଭୋଟର ତାଲିକାରୁ ମୃ-ତ୍ୟୁ ବ୍ୟକ୍ତିଙ୍କ ନାଁ ବାଦ୍ ଦେବା ପାଇଁ ଏହି ସର୍ଭେ କରାଯାଉଛି ।
ତେବେ ଭୋଟ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୋଲି ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ ସହଯୋଗ କରି ତଥ୍ୟ ପ୍ରଦାନ କରିବା ପାଇଁ ସୂଚନା ରହିଛି । ତେବେ ଯାହାକି ବଡ ଅପଡେଟ୍ ମୁତାବକ ଜୁଲାଇ ୨୨ତାରିଖ ଠାରୁ ଘରକୁ ଘର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୨୧ପର୍ଯ୍ୟନ୍ତ ଚାଲିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।