ରକ୍ତରେ ଲେଖିଲେ ସଚିନ୍‌ଙ୍କ ନାଁ, ହାତ କାଟି ଖେଳୁଥିଲେ ଇମୋସ୍ନାଲ୍ ଗେମ୍ !

Seema

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରକ୍ତରେ ଲେଖିଥିଲେ ସଚିନଙ୍କ ନାଁ । ହାତ କାଟି ଖେଳୁଥିଲେ ଇମୋସ୍ନାଲ ଗେମ୍ । ଫସିଗଲେ ପ୍ରେମିକ ଆରମ୍ଭ ହେଲା କାହାଣୀ । ପ୍ରେମ ନା ପ୍ରତାରଣା । ସମ୍ପର୍କ ନା ଷଡ଼ଯନ୍ତ୍ର । ପାକିସ୍ତାନରେ ରହି ସୀମା ଖେଳୁଥିଲେ ଇମୋସ୍ନାଲ ଗେମ୍ । କେତେବେଳେ ହାତ କାଟୁଥିଲେ ତ କେତେବେଳେ ପ୍ରେମ ପାଇଁ ଜୀବନ ଦେବାକୁ ମଧ୍ୟ ପଛାଉନଥିଲେ । ଆଉ ଯେଉଁଥିରେ ଫସି ଯାଇଛନ୍ତି ଭାରତୀୟ ଯୁବକ ସଚିନ୍ ।

ଯେପରିକି ହାତ କାଟି ପ୍ରେମିକ ସଚିନଙ୍କ ନାଁ ଲେଖିଥିଲେ ସୀମା ହାଇଦର । ଆଉ କୁହାଯାଉଛି ଏଥିପାଇଁ ସ୍ୱାମୀଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ । କିନ୍ତୁ ସ୍ୱାମୀ କିଛି ବି ଟେର୍ ପାଇ ପାରିଲେନି । ସ୍ୱାମୀକୁ ଚକମା ଦେଇ ଭାରତରେ ପହଞ୍ଚିଗଲେ ସୀମା ହାଇଦର । ଆଉ ଭାରତରେ ଆରମ୍ଭ କଲେ ନୂଆ ପ୍ରେମ କାହାଣୀ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଇନ୍ଦା ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ସୀମା ହାଇଦର । ଆଉ ତାସହ ଚାରି ଜଣ ଛୁଆଁ ଙ୍କ ଭବିଷ୍ୟତ ।

Seema 1

ତେବେ ବର୍ତ୍ତମାନ ସୀମାଙ୍କ ଅନେକ ପୂରୁଣା ଓ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନାଚିଥିବାର ଦେଖିବାକୁ ମିଳିଛି ଆଉ ଗୀତ ହେଉଛି ହାଏ କିସମତ ଫୁଟି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ସମସ୍ତ ତଥ୍ୟ ଆଧାରରେ ସେବା କୋଇ ଅପିଏସସ ଜେରା କରୁଛି । ସମସ୍ତ ମୋବାଇଲର ଡାଟା ନେଇ ତଦନ୍ତ ଆରମ୍ଭ ହୋଇଛି ।

ଆଉ ଅନ୍ୟପଟେ ସୀମା ଭାରତ ଆସିବା ପରେ ତାଙ୍କ ସ୍ବାମୀ ଗୋଲାପ ହାଇଦର ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ତାଙ୍କୁ ପାକିସ୍ତାନ ଫେରାଇ ଦେବାକୁ ମୋଦି ସରକାରକୁ ଅନୁରୋଧ କରିଥିଲେ । ଭିଡିଓ ଭାଇରାଲ ପରେ ସୀମା ଓ ସଚିନଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଚକ୍କିତ କରିଦେଇଥିଲା । ଆଉ ବେଆଇନ ଭାବେ ଭାରତକୁ ଆସିବା ଓ ବେନିୟମ ଭାବେ ବିବାହ କରିବା ଘଟଣା ସୀମା ଓ ସଚିନଙ୍କୁ ସମସ୍ୟାରେ ପକାଇ ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *