ସତର୍କ ରୁହ ଓଡିଶାବାସୀ ପୁଣି ଦାନା ବାନ୍ଧିଲା ଆଉ ଏକ ଲଘୁଚାପ… ୪ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

heavy rains

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ପ୍ରବଳ ବର୍ଷାର ସମ୍ଭାବନା । ଆଉ ଏହି ଦିନ ଦିନ ପ୍ରବଳ ବର୍ଷାରେ ବେହାଲ ହେବ ସାରା ଓଡ଼ିଶା । ପୁଣି ଲଘୁଚାପର ସମ୍ଭାବନା । ହୋଇପାରେ ପ୍ରବଳ ବର୍ଷା । ଆସନ୍ତା ୪ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ମୌସୁମୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ଯୋଗୁଁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଏବେ ବର୍ଷାର ପ୍ରଭାବ ପ୍ରାୟତଃ କମ୍ ରହିଛି । ଆଉ ସ୍ଥାନେ ସ୍ଥାନେ ବର୍ଷା ହେଉଥୁବା ବେଳେ ଅନ୍ୟପଟେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୨ ରୁ ୩ତାରିଖ ବେଳକୁ ଓଡିଶା ଓ ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବ ।

rain

ରାଜ୍ୟରେ ଜୁନ୍ ୨୮ତାରିଖ ସୁଧା ୧୫୬.୧ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ୱଭାବିକ ବର୍ଷା ୧୯୨.୩ମିଲିମିଟର ତୁଳନାରେ ୧୯ପ୍ରତିଶତ କମ୍ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱଭାବିକ ରହିବ । ଗତ ବର୍ଷ ତୁଳନାରେ ଚଳିତବର୍ଷ ଜୁନ୍ ମାସରେ ଅଧିକ ବର୍ଷା ହୋଇଛି ।

ଗତବର୍ଷ ୧୩୬.୧ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ଚଳିତବର୍ଷରେ ବର୍ତ୍ତମାନ ସୁଧା ୧୫୬.୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନରେ ଲଘୁଚାପ ସମ୍ଭାବନା ନେଇ ସୂଚନା ଦିଆଯାଇଛି । ଅନୁମାନ କରାଯାଉଛି ଯେ ୩ତାରିଖରୁ ହିଁ ରାଜ୍ୟରେ ବର୍ଷା ବଢିପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶାରେ ବେଶି ବର୍ଷା ହେବ ।

ଏହାସହ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ଅଧିକ ରହିପାରେ । ୨ ରୁ ୩ଦିନ ଧରି ବର୍ଷା ପ୍ରଭାବ ରହିବା ସମ୍ଭାବନା ରହିଛି । ପୂର୍ବରୁ ଗତ ୨୫ ତାରିଖରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ ରୁ ୩ଦିନ ପ୍ରବଳ ବର୍ଷା ହୋଇଥିଲା। ଆସନ୍ତା ୨ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ । କାଁ ଭାଁ ବର୍ଷା ହୋଇପାରେ । ୨ତାରିଖରୁ ବର୍ଷା କ୍ରମଶଃ ବଢିବ । ୨ଜୁଲାଇ ରୁ ଦକ୍ଷିଣ ଉପକୂଳ ଓଡିଶାରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *