ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଗକୁ ଆସୁଛି ବଡ ବର୍ଷା । ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିଶନର । ୧୫ ଜୁଲାଇରୁ ୧୯ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ନେଇ କିଛି ଜିଲ୍ଲାକୁ ଆଲର୍ଟ ଜାରି ହେଲା । ତେବେ ଏହି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିପାରେ । ଓଡିଶାକୁ ଫେରୁଛି ମୌସୁମୀ । କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା ।
ଗୋଟିଏ ପଟେ ବଙ୍ଗୋପସାଗରରେ ଘୃର୍ଣିଂବଳୟ ଆଉ ଅନ୍ୟ ପଟେ ମୌସୁମୀ ନିମ୍ନ ଚାପ ରେଖା ସାଧାରଣ ଅବସ୍ଥାକୁ ଫେରିଛି । ୧୫ ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃର୍ଣିଂବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା ।
ଏହି ଘୃର୍ଣିଂବଳୟ ଉତ୍ତର, ପଶ୍ଚିମ, ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ରୁ ୩ଦିନ ଭିତରେ ଉତ୍ତର ଓଡିଶା ଓ ଏହା ସହ ଲାଗି ରହିଥିବା ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଦେଇ ଗତି କରିବ । ତେବେ ୧୮ତାରିଖ ବେଳକୁ ଆଉ ଏକ ଘୃର୍ଣିଂବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀର ସକ୍ରିୟତା ବୃନ୍ଧି ଯୋଗୁ ରାଜ୍ୟର ଉପକୂଳ ସମେତ ପାର୍ଶବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ତେବେ ଆଜି ପାଇଁ ଓଡିଶା ଉପକୂଳ ସମେତ ୧୧ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି ।
ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ପଶ୍ଚିମ ଓ ଦକ୍ଷିଣ ଓଡିଶାର ୭ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି । ତେବେ ପ୍ରବଳ ବର୍ଷା ଯୋଗୁ ରାଜ୍ୟର ତଳିଆ ଅଞ୍ଚଳରେ ପାଣି ପଶି ଯାଇଛି । ଝାରସୁଗୁଡାର ସ୍କୁଲରେ ଲହଡୀ ମାରିଛି ବର୍ଷା ପାଣି । ବେହେରାମାଲ ସହରରେ ସ୍ଥିତି ବୀରସୁରେନ୍ଦ୍ର ହାଇସ୍କୁଲ ଭିତରେ ଆଣ୍ଠୁଏ ଉଚ୍ଚାର ବର୍ଷା ପାଣି ପଶିଛି । ସେହିଭଳି ଭଦ୍ରକର ବିଭିନ୍ନ ମନ୍ଦିର ଗୁଡିକରେ ପାଣି ଜମି ରହିଛି । ବାବା ଲୋକନାଥ ମନ୍ଦିର ଭିତରେ ପାଣି ପଶିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।