ଏବେ ଏବେ ଆସିଲା ୩ଟି ବଡ଼ ଖବର । ପ୍ରତି ପଞ୍ଚାୟତ ରେ ମିଳିବ ଚାକିରୀ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟର ନିବେଶକଙ୍କୁ ଫେରସ୍ତ କରାଯିବ ଅର୍ଥ । କାହାର କେତେ ଟଙ୍କା ଅଟକିଛି କେନ୍ଦ୍ର ସରକାରଙ୍କୁ ତାଲିକା ଦେଲେ ରାଜ୍ୟ ସରକାର । ସାହାରା ଗ୍ରୁପରେ ନିବେଶ କରିଥିବା ରାଜ୍ୟର ସମସ୍ତ ନିବେଶକଙ୍କୁ ଫେରସ୍ତ କରାଯିବ ସେମାନଙ୍କ ନିବେଶ ଅର୍ଥ । ଏନେଇ ରାଜ୍ୟ ସମବିଭାଗ ପକ୍ଷରୁ କେନ୍ଦ୍ର ସମବାୟ ମନ୍ତ୍ରାଳୟ ରୁ ଚିଠି ଲେଖାଯାଇଛି । ରାଜ୍ୟରେ ପ୍ରାୟ ସମସ୍ତ ଗ୍ରୁପ ସମବାୟୀ ଅଧିନରେ ନିବେଶକ ମାନେ ଟଙ୍କା ନିବେଶ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସାହାରା କମ୍ପାନୀ ଦେବାଳିଆ ହେବା ପରେ ନିବେଶକଙ୍କ ପୁଞ୍ଜି ଅଟକି ରହିଥିଲା । ତେବେ ଏବେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ସାହାରାରେ ଅଟକି ଥିବା ଟଙ୍କା ।

ଦ୍ୱିତୀୟ ଖବରଟି ହେଉଛି- ଆଶାଙ୍କ ପାଇଁ ଖୁସି ଖବର । ଅଙ୍ଗନୱାଡି ଚାକିରି ପାଇଁ ଆବେଦନ ବଢିଲା ସମୟସୀମା । ଓଡିଶା ଅଙ୍ଗନୱାଡି ଚାକିରିରେ ଆବେଦନ କରିବାକୁ ଥିବା ଆଶା ଦିଦିଙ୍କ ପାଇଁ ଖୁସି ଖବର । ବଢିଲା ଆବେଦନ ପ୍ରକ୍ରିୟାର ସମୟ ସୀମା । ନିଜର ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀଙ୍କୁ ଚାକିରିର ସୁଯୋଗ ମିଳିବ । ତେବେ ଅଙ୍ଗନୱାଡିରେ ଚାକିରି କରିବା ଆଶାଇଙ୍କ ପାଇଁ ଏବେଠୁ କରିବେ ଆବେଦନ । ଏଥିପାଇଁ ଜୁଲାଇ ୧ତାରିଖରୁ ଆବେଦନ କରିବା ଆରମ୍ଭ ହୋଇସାରିଛି । ଆଉ ଏହାର ଶେଷ ତାରିଖ ଅଗଷ୍ଟ ୧୪ / ୨୦୨୩ ପର୍ଯ୍ୟନ୍ତ ରଖାଯାଇଛି ।

ତୃତୀୟ ଖବରଟି ହେଉଛି- ଦେଶର ସମସ୍ତ ସିବିସି ବିଦ୍ୟାଳୟରେ ରହିବ ଗୋଟିଏ ସିଲାବସ । ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଲେ । ରାଷ୍ଟ୍ରୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୨୯ରେ ନୂଆ ଦିଲ୍ଲୀରେ ପ୍ରଗତି ମଇଦାନରେ ଭାରତ ମଣ୍ଡପରେ ଅଖୀଳ ଭାରତୀୟ ଶିକ୍ଷା ସମ୍ମୀଳନୀକୁ ଉଦଘାଟନ କରିଛନ୍ତି ।

modi

ଆଉ ଏହି ସମୟରେ ପିଏମ ମୋଦି କହିଛନ୍ତି ଯେ ଆଗାମୀ ଦିନରେ ଦେଶର ସମସ୍ତ ସିବିସି ବିଦ୍ୟାଳୟରେ ଏକ ପାଠ୍ୟକ୍ରମ ଲାଗୁ ହେବ । ଯେଉଁଥିପାଇଁ ୨୨ଟି ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ । ଏହି ସମୟରେ ପିଏମସି ଯୋଜନାରେ ମଧ୍ୟ ପ୍ରଥମ କିସ୍ତି ଜାରି କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମସି ଯୋଜନା ଅନ୍ତର୍ଗତ ୬ହଜାର ୭ଶହ ୭ଟି ବିଦ୍ୟାଳୟ ପାଇଁ ୬ଶହ ୩୦କୋଟି ଟଙ୍କା ସମ୍ବଳିତ ପ୍ରଥମ କିସ୍ତିର ଅର୍ଥ ରାଶି ପ୍ରଦାନ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *