ଆଉ ବ୍ଲାଷ୍ଟ୍ ହେବନି ଗ୍ୟାସ ସିଲିଣ୍ଡର । ବଜାରକୁ ଆସିଲା ଫାଇବର ଗ୍ୟାସ ସିଲିଣ୍ଡର ।

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଜାରକୁ ଆସିଲା ଫାଇବର ଗ୍ୟାସ ସିଲିଣ୍ଡର । ଏହି ସିଲିଣ୍ଡରରେ ରହିଛି କିଛି ଖାସ୍ ଗୁଣ । ଗ୍ୟାସ ସିଲିଣ୍ଡର ଚିତ୍ର ସାମ୍ନାକୁ ଆସିଲେ ଏହାର ଓଜନ ଓ ମୂଲ୍ୟ ସାମ୍ନାକୁ ଆସିଥାଏ । ଏହାସହ ସିଲିଣ୍ଡର ଜନିତ ଦୁର୍ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । କିନ୍ତୁ ବର୍ତ୍ତମାନ ବଜାରକୁ ଏକ ନୂଆ ଗ୍ୟାସ ସିଲିଣ୍ଡର ଆସିଛି । ଯାହାର ଓଜନ ହାଲୁକା ଓ ବିପଦ ଶୂନ୍ୟ ମଧ୍ୟ । ବଜାରରେ ଏକ ନୂଆ ରନ୍ଧନ ଗ୍ୟାସ ଆସିଛି ।

ଏହି ଗ୍ୟାସ ସିଲିଣ୍ଡର ବ୍ୟବହାର କରିବା ଅତି ସହଜ ଏବଂ ବ୍ୟବହାର କାରୀଙ୍କ ପାଇଁ ମଧ୍ୟ ହାଲୁକା ଓଜନ । ଏହା ବ୍ୟତୀତ ଆପଣ ସହଜରେ ଜାଣି ପାରିବେ ଏହି ସିଲିଣ୍ଡରରେ କେତେ ଗ୍ୟାସ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଲୁହା ଗ୍ୟାସ ସିଲିଣ୍ଡର ବହନ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥୁଲା । ବିଶେଷ କରି ଆପାଣ୍ଟମେଣ୍ଟରେ ରହୁଥିବା ଉପର ମହଲରେ ରହୁଥିବା ଲୋକଙ୍କୁ ସିଲିଣ୍ଡର ଉପରା ମହଲା ପର୍ଯ୍ୟନ୍ତ ବୋହି ନେବାକୁ ସମସ୍ୟା ହେଉଥିଲା । କିନ୍ତୁ ବର୍ତ୍ତମାନ ସେମାନେ ଏଥିରୁ ଆରାମ ପାଇବେ ।

Fiber Cylinder

ଫାଇବର ସିଲିଣ୍ଡର ଗୋଡିକ ବର୍ତ୍ତମାନ ବ୍ୟବହୃତ ଲୁହା ଏଲପିଜି ସିଲିଣ୍ଡରର ଜାଗା ନେଇଛି । ଇଣ୍ଡିଆନ କମ୍ପାନୀ ଏହି ସିଲିଣ୍ଡର ବିକ୍ରୀ କରୁଛି କିନ୍ତୁ ଏଥିରେ କେବଳ ୧୦କି.ଗ୍ରା. ଓ ୫କି.ଗ୍ରା. ଥାଏ । ଏହି ସିଲିଣ୍ଡରର ମୂଲ୍ୟ ମଧ୍ୟ ସାମାନ୍ୟ ଅଧିକ । ୧୦ କି.ଗ୍ରା. ଫାଇବର ସିଲିଣ୍ଡର ପାଇଁ ୩ହଜାର ୩ଶହ ୫୦ଟଙ୍କା ଏବଂ ୫କି.ଗ୍ରା. ସିଲିଣ୍ଡର ପାଇଁ ୨୦୫୦ ଟଙ୍କା ଦେବାକୁ ପଡିବ । ଗ୍ୟାସ ଏଜେନ୍ସିର ପ୍ରତିନିଧି ମାନେ କହିଛନ୍ତି ଯେ ଗ୍ରାହକ ମାନେ ପୂର୍ବରୁ ବ୍ୟବହାର କରୁଥୁବା ପୂରୁଣା ସିଲିଣ୍ଡର ଗୋଡିକୁ ଫେରସ୍ତ କରିପାରିବେ । ସେମାନେ ଚାହିଁଲେ ଫାଇବର ଗ୍ୟାସ ସିଲିଣ୍ଡର ନିଜ ଘରକୁ ନେଇ ପାରିବେ ।

ବୋକିଂ ର କିଛି ଘଣ୍ଟା ମଧ୍ୟରେ ଏହା ଘରେ ପହଞ୍ଚିବ । ସେ କହିଛନ୍ତି ଯେ ୧୦କି.ଗ୍ରା. ସିଲିଣ୍ଡର ୬୭୦ ଟଙ୍କା ଏବଂ ୫କି.ଗ୍ରା. ସିଲିଣ୍ଡର ୩୩୦ଟଙ୍କା ରେ ଭରାଯାଇ ପାରିବ । ଲୁହାରେ ନିର୍ମିତ ଏକ ସିଲିଣ୍ଡର ଉଠେଇବା କଷ୍ଟକର । କିନ୍ତୁ ଏକ ଫାଇବର ସିଲିଣ୍ଡର ସହଜରେ ଉଠାଯାଇ ପାରିବ । ଏକ ଖାଲି ଲୁହା ସିଲିଣ୍ଡରର ଓଜନ ୧୬କିଲୋଗ୍ରାମ ଥିବାବେଳେ ଫାଇବର ସିଲିଣ୍ଡରର ଓଜନ ୬.୩ କିଲୋଗ୍ରାମ । ସାଧାରଣ ସିଲିଣ୍ଡରରେ କୈଣସି ଗ୍ୟାସ ବାହାରକୁ ଦେଖାଯାଏ ନାହିଁ । କିନ୍ତୁ ଫାଇବର ସିଲିଣ୍ଡରରେ ଗ୍ୟାସ ଦୃଶ୍ୟମାନ ହୁଏ ।

ଲୁହା ସିଲିଣ୍ଡରରେ ନିଆଁ ଲାଗିଲେ ବିସ୍ପୋରଣ ହେବାର ଆଶଙ୍କା ରହିଛି । କିନ୍ତୁ ଫାଇବର ସିଲିଣ୍ଡର ବିସ୍ପୋରଣ ହୁଏନାହିଁ । ଲୁହା ସିଲିଣ୍ଡର ଗୋଡିକ କଳଙ୍କି ଲାଗିଯାଏ କିନ୍ତୁ ଫାଇବର ସିଲିଣ୍ଡରରେ କୌଣସି ଦାଗ ହୁଏ ନାହିଁ । ଆଗାମୀ ଦିନ ଗୁଡିକରେ ଲୋକମାନେ ଫାଇବର ସିଲିଣ୍ଡର ବ୍ୟବହାର କରିବା ପସନ୍ଦ କରିବେ ବୋଲି କୁହାଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *